PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଆଜି ଐତିହାସିକ ଅଯୋଧ୍ୟା ଭୂମିପୂଜନ ଉତ୍ସବ : ସୁରକ୍ଷା ଦାୟିତ୍ୱରେ କୋରାପୁଟ ପୁଅ ଏଡିଜି ସାବତ୍‌

ଜୟପୁର,୫।୮ : ବରିଷ୍ଠ ଆଇପିଏସ୍‌ ଅଫିସର ଡ. ସତ୍ୟନାରାୟଣ ସାବତ ଏବେ ପୁଣି ଥରେ ଚର୍ଚ୍ଚାରେ । ତାଙ୍କୁ ନେଇ ଗର୍ବ କରୁଛି କୋରାପୁଟ ଜିଲ୍ଲା । କାରଣ ସ୍ଥାନୀୟ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ଏବଂ କୋରାପୁଟରେ ଶେଷ ହୋଇଥିଲା ତାଙ୍କ ସ୍କୁଲ ଶିକ୍ଷା । ବର୍ତ୍ତମାନ ଉତ୍ତରପ୍ରଦେଶ ଲକ୍ଷ୍ନୌ ଜୋନ୍‌ର ଏଡିଜି ଦାୟିତ୍ୱରେ ଅଛନ୍ତି । ସେବା କ୍ଷେତ୍ରରେ ଦକ୍ଷତା ଲାଗି ମୁଖ୍ୟମନ୍ତ୍ରୀ ଆଦିତ୍ୟ ଯୋଗୀଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି । ସବୁଠାରୁ ବଡ଼ କଥା ହେଲା, ବୁଧବାର ଅଯୋଧ୍ୟାରେ ହେବାକୁ ଥିବା ଐତିହାସିକ ରାମମନ୍ଦିର ଭୂମିପୂଜନ ଉତ୍ସବ ପାଇଁ ସୁରକ୍ଷା ବ୍ୟବସ୍ଥାର ମୁଖିଆ ଭାବେ ତାଙ୍କୁ ଦାୟିତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ଅଯୋଧ୍ୟା ଗସ୍ତ କାର୍ଯ୍ୟକ୍ରମ, ସୁରକ୍ଷା ଏବଂ ଟ୍ରାଫିକ୍‌ ବ୍ୟବସ୍ଥାର ସେ ମଙ୍ଗ ଧରିବେ । ଗତବର୍ଷ ଉତ୍ତରପ୍ରଦେଶରେ ଆୟୋଜିତ କୁମ୍ଭମେଳାର ସୁରକ୍ଷା ଦାୟିତ୍ୱ ସମ୍ଭାଳିଥିଲେ ଶ୍ରୀ ସାବତ । ଅତ୍ୟନ୍ତ ସଫଳତାର ସହିତ ଏହାକୁ ପରିଚାଳନା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କୁ ଅନେକ ପ୍ରଶଂସା କରିଥିଲେ ।

ଏ ସଂପର୍କରେ ଆମେ ଶ୍ରୀ ସାବତଙ୍କ ସହିତ ଫୋନ୍‌ରେ ଯୋଗାଯୋଗ କରିଥିଲୁ । ସ୍ୱଳ୍ପ ସମୟ ଭିତରେ ସେ କହିଥିଲେ ଯେ, ସ୍ଥାନୀୟ ସରକାରୀ ବାଳକ ଉଚ୍ଚବିଦ୍ୟାଳୟରେ ସେ ସପ୍ତମରୁ ଅଷ୍ଟମ ପର୍ଯ୍ୟନ୍ତ ପଢିଥିଲେ । କୋରାପୁଟରୁ ଦଶମ ପାସ୍‌ ପରେ ରେଭେନ୍‌ସା ଓ ପରେ ନୂଆଦିଲ୍ଲୀସ୍ଥିତି ଜେଏନ୍‌ୟୁରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ୧୯୮୯ ମସିହାରେ ଆଇପିଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୧୯୯୦ରୁ ପୁଲିସ୍‌ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ଏବେ ଉତ୍ତରପ୍ରଦେଶ ଲକ୍ଷେ୍ମø ଜୋନ୍‌ ଦାୟିତ୍ୱରେ ରହିଛନ୍ତି । ତେଣୁ ଅଯୋଧ୍ୟା ଜିଲ୍ଲାର ରାମମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମର ସମସ୍ତ ସୁରକ୍ଷା ବ୍ୟବସ୍ଥା ତାଙ୍କ ଉପରେ ନ୍ୟସ୍ତ କରାଯାଇଛି । କୁହାଯାଉଛି ଦୀର୍ଘ ୫୦୦ ବର୍ଷ ପରେ ଏଭଳି ଏକ ଐତିହାସିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିପାଇଁ ସୁରକ୍ଷା ବାବଦରେ ସାଢ଼େ ୩ ହଜାର ଯବାନଙ୍କୁ ମୁତୟନ କରାଯାଇଛି । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୂର୍ବରୁ ଅଯୋଧ୍ୟାରେ ସାଢ଼େ ୩ ହଜାର ଯବାନ ମୁତୟନ କରାଯାଇଛି । ସକାଳ ସାଢ଼େ ୯ଟାରୁ ଅପରାହ୍ନ ସାଢ଼େ ୨ଟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଏହାକୁ ସୁଚାରୁ ରୂପେ ପରିଚାଳନା କରିବା ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ।

ସ୍ଥାନୀୟ ସରକାରୀ ଉଚ୍ଚବିଦ୍ୟାଳରେ ପଢୁଥିବା ବେଳେ ତାଙ୍କ ସହପାଠୀ ଥିଲେ ଏବର ଶିକ୍ଷକ ପ୍ରକାଶ ପଟ୍ଟନାୟକ । ତାଙ୍କ ସୂଚନା ଅନୁଯାୟୀ, ଶ୍ରୀ ସାବତ୍‌ ଜଣେ ମେଧାବୀ ଛାତ୍ର ଥିଲେ । ଅତ୍ୟନ୍ତ ମେଳାପି ଏବଂ ଉତ୍ତମ ବ୍ୟବହାର ପାଇଁ ସମସ୍ତଙ୍କ ଶ୍ରଦ୍ଧାଭାଜନ ହୋଇପାରିଥିଲେ । ତାଙ୍କ ବାପା ସେତେବେଳେ ଜୟପୁରରେ ତହସିଲଦାର ଭାବେ କାମ କରୁଥିଲେ । ଏବେ ବି ମଝିରେ ମଝିରେ ଜୟପୁର ଆସୁଛନ୍ତି ଶ୍ରୀ ସାବତ୍‌ । ୨୦୧୦ ମସିହାରେ ଜୟପୁର ସରକାରୀ ବାଳକ ଉଚ୍ଚବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ତାଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ଏଥିପାଇଁ ନିଜକୁ ଗୌରବାନ୍ୱିତ ମନେ କରି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଶ୍ରୀ ସାବତ ।