PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ଆଜି କୋଟିଆରେ ଆନ୍ଧ୍ର ନିର୍ବାଚନ : ୨୧ ଗାଁରେ ୧୪୪ ଧାରା ଜାରି, ସୀମା ସିଲ୍‌ କଲେ ସବୁ ଦଳର ନେତା

କୋରାପୁଟ/ପଟ୍ଟାଙ୍ଗୀ,୮/୦୪: ଆଜି କୋଟିଆରେ ଆନ୍ଧ୍ର କରିବ ନିର୍ବାଚନ । ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନ ଲାଗି ଅନୁମତି ଦେଇଛନ୍ତି ଆନ୍ଧ୍ର ହାଇକୋର୍ଟ । ଯାହା ଓଡି଼ଶା ସରକାରଙ୍କ ପାଇଁ ସୃଷ୍ଟି କରିଛି ବଡ଼ ଚ୍ୟାଲେଞ୍ଜ । କୋରାପୁଟର ପ୍ରଶାସନିକ ଅଧିକାରୀମାନଙ୍କ ସହ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ବରିଷ୍ଠ ନେତାମାନେ ପହଞ୍ଚିଛନ୍ତି କୋଟିଆରେ ଓ ଆନ୍ଧ୍ରର ଭୋଟ କରାଇ ନଦେବାକୁ ଅଣ୍ଟା ଭିଡ଼ିଛନ୍ତି । ଗାଁ ଗାଁରେ ପହଞ୍ଚି ଲୋକଙ୍କୁ ନେତାମାନେ ସଚେତନ ମଧ୍ୟ କରୁଛନ୍ତି ।

ଅପରପକ୍ଷରେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଫାଟୁସିନେରୀ ଓ ନେରେଡିବାଲ୍‌ସାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରି ଦିଆଯାଇଛି । ଏହି ଦୁଇ ଗାଁରେ ଯେଭଳି ବାହାରୁ କେହି ପ୍ରବେଶ କରି ନପାରିବେ କିମ୍ବା ଗାଁରୁ କେହି ବାହାରକୁ ଯାଇ ନପାରିବେ ସେଥିପାଇଁ କଡ଼ା କଟକଣା ଜାରି ହୋଇଛି । ଏହି ଦୁଇଟି ଗାଁରେ ଆନ୍ଧ୍ର କରିଛି ଦୁଇଟି ବୁଥ୍‌ । ଯେମିତିକୋଟିଆ ଅଞ୍ଚଳରୁ କୌଣସି ଗାଡି଼ ଚଳାଚଳ ନକରିବ ସେ ଦିଗରେ ପଦକ୍ଷେପ ନିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କୋଟିଆର ସମସ୍ତ ବିବାଦୀୟ ୨୧ ଖଣ୍ଡ ଗାଁରେ ଜାରି କରାଯାଇଛି ୧୪୪ ଧାରା । ଏହି ଧାରା ବୁଧବାର ଅପରାହ୍ଣ ୫ଟାରୁ ଗୁରୁବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲାଗୁ ହୋଇଛି । ପ୍ରତି ଗାଁରେ ଜଣେ ଲେଖାଏଁ ଅଧିକାରୀ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ରହିଛନ୍ତି । ସବୁ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ପୁଲିସ୍‌ ମୁତୟନ କରାଯାଇଥିବା ପଟ୍ଟାଙ୍ଗୀ ତହସିଲଦାର ହରିପଦ ନନ୍ଦ କହିଛନ୍ତି । ପ୍ରତି ଦଳର ନେତାଙ୍କ ସହ ପ୍ରଶାସନିକ ଅଧିକାରୀମାନେ କୋଟିଆରେ ରାତି ଉଜାଗର ରହି ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ।

ଆନ୍ଧ୍ର ପକ୍ଷରୁ ୮ ତାରିଖରେ ହେବାକୁ ଥିବା ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନ ଉପରେ ମଙ୍ଗଳବାର ସ୍ଥଗିତାଦେଶ ଜାରି କରିଥିଲେ ସେଠାକାର ହାଇକୋର୍ଟ । ଜଣିକିଆ ଖଣ୍ଡପୀଠ ଏହି ରାୟ ଶୁଣାଇବା ପରେ ସେଠାକାର ଶାସକ ଦଳ ପକ୍ଷରୁ ଏହାକୁ ଚ୍ୟାଲେଞ୍ଜ କରାଯାଇ ରିପିଟିସନ୍‌ ଦାଖଲ କରାଯାଇଥିଲା । ଆନ୍ଧ୍ର ହାଇକୋର୍ଟରେ ଆଜି ୩ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ । ନିର୍ବାଚନ ସପକ୍ଷରେ ରାୟ ଦେବା ପରେ ଆନ୍ଧ୍ର ପକ୍ଷରୁ କୋଟିଆରୁ ଭୋଟ ସଂଗ୍ରହ ଲାଗି ଦୁଇଟି ବୁଥ୍‌ କରାଯାଇଛି । ଗୋଟିଏ ବୁଥ୍‌ ଆନ୍ଧ୍ରର ଟୋନାମରେ ଏବଂ ଅନ୍ୟଟି କୋଟିଆର ନେରେଡିବାଲ୍‌ସାରେ କରାଯାଇଛି । ଏହା ଜଣାପଡିବା ପରେ ଶାସକ ବିଜେଡି ସମେତ କଂଗ୍ରେସ ଓ ବିଜେପି ଦଳର ବରିଷ୍ଠ ନେତାମାନେ ପୂର୍ବ ନିଷ୍ପତ୍ତି ମୁତାବକ ଏକାଠି ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ବିଜେଡି ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟ୍ଟାଙ୍ଗି ବିଧାୟକ ପୀତମ ପାଢି, ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗି, ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନ, ଯୁବ ନେତା ଗୌତମ ସାମନ୍ତରାୟ, ପଟ୍ଟାଙ୍ଗି ବ୍ଲକ୍‌ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗି, ଜିଲ୍ଲା ପରିଷଦ ସଭାପତି ତୁଳସୀ କିର୍ଷାନୀ, ମୁନା ରଥ, ପୂର୍ବତନ ବିଧାୟକ ଗୁପ୍ତପ୍ରସାଦ ଦାଶ, ନାର୍‌ସୁଲ କାମୁଡି଼, ଲଇଛନ ଖରା, ରମା ରାଉଳ, ସ୍ୱେଚ୍ଛାସେବୀ ପ୍ରଦୀପ ମହାନ୍ତି ଏବଂ କରଣ ସୁନ୍ଦର ପ୍ରମୁଖ ।

ସେମାନେ କୋଟିଆରୁ ମାଡ଼କାର, ବର୍ଣ୍ଣାପାଡୁ, ଫଗୁଣସିନେରୀ ଏବଂ ଫାଟୁସିନେରୀ ଦେଇ ଆନ୍ଧ୍ର ସୀମାରେ ପହଞ୍ଚିଥିଲେ । ସୀମା ସିଲ୍‌ ପାଇଁ ସେଠାକାର ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଗାଁ ଲୋକେ ନିର୍ବାଚନରେ ଭାଗ ନେବେ ନାହିଁ ବୋଲି ସହମତି ପ୍ରକାଶ କରିଥିବା ବିଜେଡି ଜିଲ୍ଲା ସଭାପତି ଶ୍ରୀ ପାଣିଗ୍ରାହୀ କହିଛନ୍ତି । ବୁଥ୍‌ଗୁଡିକୁ ଯେମିତି କୌଣସି କୋଟିଆବାସୀ ଯିବେ ନାହିଁ, ସେଥିଲାଗି ପ୍ରସ୍ତୁତ ହୋଇସାରିଛି ରଣନୀତି । ଫାଟୁସିନେରୀରୁ ଟୋନାମ ବୁଥ୍‌ର ଦୂରତା ୭ କିଲୋମିଟର । ସେହିପରି କୋଟିଆରୁ ନେରେଡିବାଲ୍‌ସା ବୁଥ୍‌ର ଦୂରତା ରହିଛି ୯ କିଲୋମିଟର । ଦୂରରେ ଭୋଟ ଗ୍ରହଣ କେନ୍ଦ୍ର ଥିବାରୁ ଯାନବାହନ ଦ୍ୱାରା ଲୋକଙ୍କୁ ନେବା ଲାଗି ଉଦ୍ୟମ କରିବ ଆନ୍ଧ୍ର । ଏହାକୁ ଭଣ୍ଡୁର କରିବା ଲାଗି ସବୁ ପ୍ରକାର ଉଦ୍ୟମ କରାଯାଇଥିବା ଶ୍ରୀ ପାଣିଗ୍ରାହୀ କହିଛନ୍ତି ।ଗୁରୁବାର ସକାଳ ୭ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ ନିଆଯିବ । ୧୦ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ।

ସୂଚନାଥାଉକି, ଏହା ପୂର୍ବରୁ ଆନ୍ଧ୍ର ଜୋର୍‌ଜବରଦସ୍ତ ପୁଲିସ୍‌ ବଳ ଲଗାଇ କୋଟିଆରେ ପଞ୍ଚାୟତ ନିର୍ବାଚନ କରିଥିଲା । ୩ଟି ଗାଁ ଫାଟୁସିନେରୀ, ଫଗୁଣସିନେରୀ ଏବଂ ତଳଗଞ୍ଜେଇପଦରର ନାଁ ପରିବର୍ତ୍ତନ କରି ୩ଟି ପଞ୍ଚାୟତ କରିଥିଲା । ସେଠାରେ ଭୋଟ ନେବାରେ ସକ୍ଷମ ହୋଇଥିଲା । ଗତ ଫେବ୍ରୁଆରୀ ୧୩ ତାରିଖରେ ପଞ୍ଚାୟତ ନିର୍ବାଚନ କରିବା ପରେ ଏବେ ସାଲୁର ମଣ୍ଡଳ ଅଧୀନରେ ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନ କରିବା ଲାଗି କୋଟିଆର ବିବାଦୀୟ ଗାଁଗୁଡିକୁ ସାମିଲ କରିଛି । ଏବେ ଦେଖିବାର କଥା, କୋଟିଆରେ ଏଥର ଆନ୍ଧ୍ର ନିର୍ବାଚନ କରିପାରୁଛି ନା ଏହାକୁ ଭଣ୍ଡୁର କରିବାରେ ସକ୍ଷମ ହେଉଛନ୍ତି ଆମ ପ୍ରଶାସନିକ ଅଧିକାରୀ ଓ ନେତା ।