କୋଟିଆରେ ସର୍ବସମ୍ମତି ପ୍ରାର୍ଥୀ ଦେବେ ସବୁ ଦଳ

କୋରାପୁଟ, ୧୯/୦୧ : କୋଟିଆ ପାଇଁ ସର୍ବସମ୍ମତି ପ୍ରାର୍ଥୀ ଦେବେ ସବୁ ଦଳ। ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୋଟିଆ ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦ ଆସନ ପାଇଁ ସବୁ ଦଳ ସର୍ବସମ୍ମତିରେ ପ୍ରାର୍ଥୀ ଦେବେ। ଆଗେ ମାଟି ପଛରେ ପାର୍ଟି ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ଏନେଇ ତିନି ଦଳଙ୍କ ମଧ୍ୟରେ ଆଲୋଚନା ଚାଲିଛି ।