ପୁଣି କୋଟିଆରେ ପଶିଲେ ଆନ୍ଧ୍ର ସରକାରୀ କର୍ମଚାରୀ- ଘର ଘର ବୁଲି କଲେ ସ୍ୱାସ୍ଥ୍ୟ ସର୍ଭେ

କୋରାପୁଟ- କୋଟିଆ ଗ୍ରାମପୁଞ୍ଜରେ ପୁଣି ଆନ୍ଧ୍ର ପ୍ରଦେଶର ଅଧକାରୀମାନେ ଅନୁପ୍ରବେଶ କରିଛନ୍ତି । ସେମାନେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସର୍ଭେ କରିଛନ୍ତି । ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଆଳରେ ସେମାନେ ଲୋକଙ୍କୁ ପ୍ରଭାବିତ କରୁଥିବା ଦେଖିବା ପାଇଁ ମିଳିଛି ।
ଆନ୍ଧ୍ର ପ୍ରଦେଶ ଚେନାମର ସ୍ୱାସ୍ଥ୍ୟ କର୍ମୀ ମୁନା ରାଓ ଏବଂ ଜେ କବିତା କୋଟିଆର ଗ୍ରାମପୁଞ୍ଜର ଗଞ୍ଜେଇ ପଦର ଏବଂ ଉପର ଗଞ୍ଜେଇ ପଦର ଗ୍ରାମରେ ଘରକୁ ଘର ବୁଲିଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆରେ ୧୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା କରିଛନ୍ତି । ଏହାପରେ ଆନ୍ଧ୍ର ପ୍ରଦେଶ କରୋନାର ଦ୍ୱିତୀୟ ଲହରି ଆରମ୍ଭ ହୋଇଛି କହି ଗ୍ରାମବାସୀଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଛି ।
ଆନ୍ଧ୍ର ଟିମ୍ ପକ୍ଷରୁ ଗ୍ରାମର ଥଣ୍ଡା ଏବଂ କାଶ ଥିବା ଲୋକମାନଙ୍କର ସ୍ୱାବ ସଂଗ୍ରହ କରାଯାଉଥିବା ଏବଂ ସଙ୍ଗେ ସଙ୍ଗେ ଔଷଧ ପ୍ରଦାନ କରାଯାଉଥିବା କଥା କହିଛନ୍ତି । ଆନ୍ଧ୍ର ପକ୍ଷରୁ ସେଠାରେ ମାସକୁ ୨ଥର ସ୍ୱାସ୍ଥ୍ୟ ସର୍ଭେ ହେବ ବୋଲି କୁହାଯାଇଛି । ହେଲେ ତଳଗଞ୍ଜେଇପଦର ଗ୍ରାମର ଅଜୟ ଖରା ଓଡିଶା ପକ୍ଷରୁ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା କହିଛନ୍ତି ।