ସୁରକ୍ଷିତ ନଥିଲା କୋଝିକୋଡ ବିମାନବନ୍ଦରର ରନଓ୍ବେ, ପୂର୍ବରୁ ଡିଜିସିଏ ମଧ୍ୟ ଦେଇସାରିଥିଲା ଦୁର୍ଘଟଣା ଚେତାବନୀ

କୋଝିକୋଡ୮।୮: କେରଳର କୋଝିକୋଡା ବିମାନବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ଶୁକବ୍ରାର ସନ୍ଧ୍ୟାରେ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ଦୁଇ ଜଣ ପାଇଲଟଙ୍କ ସହିତ ୧୮ ଜଣଙ୍କର ମୃତ୍ୟୁ ହୋଇଛି। କେରଳରେ ଶୁକ୍ରବାର ପ୍ରବଳ ପରିମାଣରେ ବର୍ଷା ହେଉଥିଲା। ବନ୍ଦେ ଭାରତ ମିଶନ୍ ଅନୁଯାୟୀ ଦୁବାଇରୁ କୋଝିକୋଡା ଆସୁଥିବା ବିମାନ ରନଓ୍ବେରେ ସ୍ଲିପ୍ କରିଯାଇଥିଲା।

ବେସାମରିକ ବିମାନ ଚଳାଚଳ ନିୟାମକ ନିର୍ଦ୍ଦେଶାଳୟ ଜେନେରାଲ୍ (ଡିଜିସିଏ) ପୂର୍ବରୁ ହିଁ କୋଝିକୋଡା ବିମାନବନ୍ଦରରେ ରନଧେକବକଚ ନେଇ ଚେତାବନୀ ଜାରି କରିଥିଲା ସେଠାରେ କେବେ ବି ବିମାନ ଦୁର୍ଘଟଣା ହୋଇପାରିବ। ଡିଜିସିଏ ନିକଟରେ ମଧ୍ୟ ପ୍ରଶ୍ନ ଉଠାଇଥିଲା ଯେ, ରନଓ୍ବେରେ ଏଭଳି ସ୍ଥିତି ରହିଛି କେଉଁଠି ପାଣି ଭରିପାରେ ତ ଆଉ କେଉଁଠି ରବର ଜମା ହୋଇପାରେ, ଯାହାକି ଦୁର୍ଘଟଣାର କାରଣ ହୋଇପାରେ।

ଡିଜିସିଏ ୨୦୧୯ରେ ବିମାନ ଅଥରିଟିକୁ କାଲିକଟ୍ ଏୟାରପୋର୍ଟକୁ ନେଇ ନୋଟିସ୍ ଦେଇଥିଳା। ସେଭଳି ବିମାନ ଅଥରିଟି ସୁତ୍ରରୁ କୁହଯାଇଛି ଯେ, ଡିଜିସିଏ ପକ୍ଷରୁ ସମସ୍ତ ପ୍ରଶ୍ନ ଉପରେ ଧ୍ୟାନ ଦିଆଯାଉଛି  ଓ ଆମେ ସବୁ ପ୍ରସଙ୍ଗର ସମାଧାନ କରିପାରିବୁ।

   ସମ୍ବନ୍ଧିତ ଖବର


ରାଜ୍ୟ ସରକାର ଜାରି କଲେ ଡିସେମ୍ବର ଗାଇଡଲାଇନ୍

Ola-Uber ଉପରେ ସରକାରଙ୍କ କଟକଣା, ଆଉ ନେଇ ପାରିବେନି ଅଧିକ ଭଡ଼ା

ଏବେ ବାହନ ପଞ୍ଜୀକରଣ ବେଳେ ନୋମିନିଙ୍କ ନାଁ ଦେବାକୁ ପଡିବ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରସ୍ତାବ

PNB ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା : ୧ ଡିସେମ୍ୱରରୁ ବଦଳିବ ଟଙ୍କା ଉଠାଇବାର ନିୟମ

ଚୀନ୍‌ର ଚୋରପଣ- କହିଲା ଭାରତରୁ ବ୍ୟାପିଛି କରୋନା ଭାଇରସ୍‌

ଚୀନ୍ ସୈନିକଙ୍କୁ ଜିନପିଙ୍ଗ୍‌ଙ୍କ ମନ୍ତ୍ର: ମୃତ୍ୟୁକୁ ଭୟ ନକରି ଯୁଦ୍ଧ ଜିତିବାର ପ୍ରସ୍ତୁତି କର