PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ପାକିସ୍ତାନରେ ଦରଦାମ ବୃଦ୍ଧି ସଙ୍କଟ: ଇମ୍ରାନଙ୍କ ନେତା କହିଲେ ଦୁଇଟି ବଦଳରେ ଖାଅ ଗୋଟିଏ ରୁଟି

ନୂଆଦିଲ୍ଲୀ,୮।୪: ପାକିସ୍ତାନରେ ଦରଦାମ ବୃଦ୍ଧି ପାଇଁ ସାଧାରଣ ଜନତା ଏବେ ଖୁବ୍ କଷ୍ଟରେ। ଦରଦାମ ବୃଦ୍ଧିରୁ ବଞ୍ଚିବା ପାଇଁ ପାକିସ୍ତାନର ଖୈବର ପଖତୁନ ବିଧାନସଭାର ବାଚସ୍ପତି ମୁସ୍ତାକ ଗନି ଦେଇଛନ୍ତି ଅତି ଅଦ୍ଭୁତ ପରାମର୍ଶ। ଯାହାକୁ ନେଇ ଏବେ ଟ୍ବିଟରରେ ସୃଷ୍ଟି ହୋଇଛି ହଙ୍ଗାମା। ମୁସ୍ତାକ କହିଛନ୍ତି, ଦରଦାମ ବୃଦ୍ଧି ଯୋଗୁଁ ଲୋକଙ୍କୁ ରୁଟି ଖାଇବା ସଂଖ୍ୟା କମ୍ କରିଦେବା ଦରକାର। ‘ମିଟ୍ ଦ ପ୍ରେସ’ କାର୍ଯ୍ୟକ୍ରମରେ ସେ କହିଛନ୍ତି ‘ଦୁଇଟି ରୁଟି ବଦଳରେ ଗୋଟିଏ ରୁଟି ଖାଅ।’ ପାକିସ୍ତାନ ଉପରେ ବହୁ ପରିମାଣରେ କରଜ ରହିଛି। ବର୍ତ୍ତମାନର ଆର୍ଥିକ ସଙ୍କଟ ସମ୍ପର୍କରେ ସେ କହିଛନ୍ତି ଲୋକଙ୍କୁ ଦୁଇଟି ରୁଟି ବଦଳରେ ଗୋଟିଏ ରୁଟି ଖାଇବା ଦରକାର। ଏମିତି ଏକ ସମୟ ମଧ୍ୟ ଆସିବ ଯେବେ ଆପଣମାନଙ୍କୁ ଗୋଟିଏ କିମ୍ବା ଦୁଇଟି ନୁହେଁ ଅଢେଇଟି ରୁଟି ଖାଇବାକୁ ମିଳିବ।

ସେ ନୂଆ ଫର୍ମୁଲା ଦେଇ କହିଛନ୍ତି ‘ଯଦି ଜଣେ ବ୍ୟକ୍ତି ଦିନରେ ଦୁଇଟି ରୁଟି ଖାଏ ଓ ସେ ଏହାକୁ ହ୍ରାସ କରି ଗୋଟିଏ ରୁଟି ଖାଇଥାଏ ତେବେ ଆଗାମୀ ଦିନ ସେ ୩ଟି ରୁଟି ଖାଇବାରେ ସମର୍ଥନ ହୋଇପାରିବ। ତାଙ୍କର ଏହି ବୟାନ ପାକିସ୍ତାନର ଗଣମାଧ୍ୟରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ଓ ଲୋକ ତାଙ୍କୁ ଟ୍ବିଟରରେ ଟାର୍ଗେଟ କରିବାରେ ଲାଗିଛନ୍ତି। ଏପରିକି ପାକିସ୍ତାନ ପିପୁଲସ୍ ପାର୍ଟି (ପିପିପି)ର ନେତା ବିଲାଓ୍ବଲ ଭୁଟ୍ଟୋ କହିଛନ୍ତି ‘ନୂଆ ପାକିସ୍ତାନ ସମ୍ପର୍କରେ ତ ଜଣାନାହିଁ କିନ୍ତୁ ଏହା ଦରଦାମ ବୃଦ୍ଧି ପାକିସ୍ତାନ।’

ସମ୍ବନ୍ଧିତ ଖବର