ପ୍ରମୁଖ ଖବର
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ତାଲିକା ପ୍ରସ୍ତୁତି, ଆସନ୍ତା ୯ରେ ଜଷ୍ଟିସ୍‌ ଅରିଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବ ଦ୍ୱିତୀୟ ପର୍ଯ୍ୟାୟ ବୈଠକ
  • ||
  • ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି, ୬ ଲେକାସଭା, ୪୨ବିଧାନସଭା ଆସନରେ ଆଜିଠୁ ନାମାଙ୍କନ
  • ||
  • ତୃତୀୟ ପର୍ଯ୍ୟାୟ ମତଦାନ: ୯୩ ଲୋକସଭା ଆସନରେ ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • IPL 2024: ଆଜି ଦିଲ୍ଲୀକୁ ଭେଟିବ ରାଜସ୍ଥାନ, ପ୍ଲେ-ଅଫ୍‌ ସ୍ଥାନ ପକ୍କା ଲକ୍ଷ୍ୟରେ ରୟାଲ୍ସ
  • ||
  • ଶେଷରେ ଶୁଣିଲେ ପ୍ରଭୁ .. ଆଜିଠୁ ତାତିକୁ ଛୁଟି, ଖସିବ ପାରଦ: ୨୦ ଜିଲ୍ଲାରେ ବର୍ଷା ଆଶଙ୍କା
  • ||

‘କ୍ରେଜି-୪’ ପରେ ‘ପାଣିଗ୍ରହଣ’

ଭୁବନେଶ୍ବର, ୨୩/ ୩ : ଓଡ଼ିଆ ସିନେମା ‘କ୍ରେଜି-୪’ରେ ପ୍ରଥମ ଥର ପରଦାରେ ଏକାଠି ହୋଇଥିଲେ ଅଭିନେତା ଅଭିଷେକ ଓ ଅଭିନେତ୍ରୀ ସୂର୍ଯ୍ୟମୟୀ । ଯାହା ଗତ ଫେବ୍ରୁଆରୀ ୪ରେ ମଞ୍ଜରୀ ଟିଭିରେ ରିଲିଜ୍‌ ହୋଇଥିଲା । ଏହି ସିନେମା ପରେ ଏବେ ଏହି ଯୋଡ଼ିଙ୍କୁ ପୁଣିଥରେ ଦେଖିବାକୁ ମିଳିଲା ଚଣ୍ଡୀ ପରିଜାଙ୍କ ଚଳଚ୍ଚିତ୍ର ‘ପାଣିଗ୍ରହଣ’ରେ । ଗତ ୨୦ ତାରିଖ ରବିବାର ସନ୍ଧ୍ୟାରେ ଜୀସାର୍ଥକରେ ୱାର୍ଲ୍ଡ ଟିଭି ପ୍ରିମିୟରେ ପ୍ରଦର୍ଶିତ ଏ ସିନେମାରେ ଉଭୟ ନାୟକ ଓ ନାୟିକା ଦ୍ୱିତୀୟ ଥର ପାଇଁ ଯୋଡ଼ି ସାଜି ସାମ୍ନାକୁ ଆସିଥିଲେ ।

ବାହାଘର, ପରମ୍ପରା ଏବଂ ସମ୍ପର୍କକୁ ନେଇ ଏହି ସୁନ୍ଦର ସିନେମାଟିରେ ଦୁହିଁଙ୍କ ଅଭିନୟ ଚମତ୍କାର ଥିଲା । ଏହାକୁ ଦର୍ଶକ ପସନ୍ଦ ସହ ପ୍ରଶଂସା ମଧ୍ୟ କରିଛନ୍ତି । ଏହିପରି ଏହି ଯୋଡ଼ି ଆଗକୁ ଆହୁରି ଭଲ ଭଲ ସିନେମା ନେଇ ଆସନ୍ତୁ ବୋଲି ଦର୍ଶକମାନେ ସେମାନଙ୍କ ସମର୍ଥନ ସହ ଭଲପାଇବା ଜଣାଇ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.