PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ବଲିଉଡ୍‌ର ଷ୍ଟାଡିଂ କମିଡିଆନ୍‌ ଗୋବିନ୍ଦାଙ୍କ ଭଣଜା କ୍ରିଷ୍ଣା ଅଭିଷେକ ଓଡିଆ ସିନେମାରେ କରିବେ ଅଭିନୟ

ଶୀର୍ଷକ ପଢ଼ି ଚମକିଲେ କି! କିନ୍ତୁ କଥାଟି ସତ । ବଲିଉଡର ଷ୍ଟାଣ୍ଡିଂ କମେଡିଆନ୍‌ ତଥା ଲୋକପ୍ରିୟ କମେଡି ଷ୍ଟାର୍‌ ଗୋବିନ୍ଦାଙ୍କ ଭଣଜା କ୍ରିଷ୍ଣା ଅଭିଷେକ ଓଲିଉଡରେ ପାଦ ରଖିବାକୁ ଯାଉଛନ୍ତି । ତାଙ୍କୁ ନେଇ ଓଲିଉଡରେ ଶ୍ରୀହାନ ସିନେ କ୍ରିଏସନ୍ସ ବ୍ୟାନରରେ ପ୍ରସ୍ତୁତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ମାମା ୱେଡ୍‌ସ ପାପା’ । ଏହାର କାହାଣୀ ଶୁଣି ପସନ୍ଦ କରିଥିବା କ୍ରିଷ୍ଣା ସିନେମାର ଗୀତ ସୁଟିଂ ଲାଗି ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ପହଞ୍ଚିବେ ।

ଏଥିପାଇଁ ସେ ବହୁତ ଉତ୍ସାହିତ ବୋଲି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି । ନିକଟରେ ତାଙ୍କୁ ସିନେମାରେ ଅଭିନୟ ଲାଗି ସିନେମାର ପ୍ରଯୋଜକ, ନିର୍ଦ୍ଦେଶକ ନିମନ୍ତ୍ରଣ କରିବାକୁ ମୁମ୍ବାଇ ଯାଇଥିଲେ । ସେଠାରେ ତାଙ୍କୁ ସାକ୍ଷାତ କରି ସିନେମା କଥା କହିବା ପରେ ସେ ଅଭିନୟ ଲାଗି ରାଜି ହୋଇଛନ୍ତି ।

ନିକଟରେ ‘ମାମା ୱେଡ୍‌ସ ପାପା’ର ମହୁରତ୍‌ ଶେଷ ହୋଇଛି । ଜଣେ ଗାୟିକା ଏବଂ ଜଣେ ଅଭିନେତା ନିଜର ସଂଘର୍ଷମୟ ଜୀବନକୁ ନେଇ ଏହାର କାହାଣୀ ଗତିଶୀଳ ହେଉଛି । ଏଥିରେ ଋଷି, ଦୀପିକା, ପ୍ରିୟଙ୍କା ମହାପାତ୍ର, ଜୀବନ ପଣ୍ଡା ଏବଂ ଶିଶୁ କଳାକାର ମୁନ୍ନି ଅଭିନୟ କରୁଛନ୍ତି । ସିନେମାର ସୁଟିଂ ଆସନ୍ତା ମାସ ପ୍ରଥମ ସପ୍ତାହରେ ଆରମ୍ଭ ହେବ ଏବଂ ଦଶହରାରେ ରିଲିଜ୍‌ ପାଇଁ ଯୋଜନା ରହିଛି । ନବାଗତ ପ୍ରଯୋଜକ ବି. ଚନ୍ଦ୍ରପ୍ରିୟ ସୁବିଦ୍ଧି ଏବଂ ଅନୁପ ସିଂଙ୍କ ସିନେମାର ପ୍ରଯୋଜନା ଭାର ସମ୍ଭାଳିଥିଲା ବେଳେ ନିର୍ଦ୍ଦେଶନା ଦାୟିତ୍ୱ ମୁଣ୍ଡାଇଛନ୍ତି ଆପୁ କାନୁନ୍‌ଗୋ । ଚିନ୍ମୟ ଦାସ ପଟ୍ଟନାୟକ ସଂଳାପ ଲେଖିଥିବା ବେଳେ ଅରୁଣ ମନ୍ତ୍ରୀଙ୍କ ରଚିତ ଗୀତଗୁଡ଼ିକୁ ସ୍ୱର ଦେଇଛନ୍ତି ଅସଦ୍‌ ନିଜାମ୍‌ ।