PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

‘ଭେଡ଼ିୟା’ ସୁଟିଂରେ ବ୍ୟସ୍ତ କୃତି, ଲମ୍ବା ବ୍ୟବଧାନ ପରେ ପୁଣି ଥରେ ପରଦାରେ ନଜର ଆସିବେ କୃତି-ବରୁଣଙ୍କ ଯୋଡ଼ି

ମୁମ୍ବାଇ ୦୪/୦୬: କିଛି ଦିନ ତଳେ, ଅଭିନେତ୍ରୀ କୃତି ସାନନ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେୟାର କରିଥିଲେ । ସେଥିରେ ଅଭିନେତା ବରୁଣ ଧୱନ କେକ୍‌ କାଟିଥିଲେ ଏବଂ ଜଣେ ଛୋଟ ଝିଅକୁ କୋଳରେ ଧରିଥିବା ବ୍ୟକ୍ତିଙ୍କୁ ସେ କେକ୍‌ଟିକୁ ଖୁଆଉଥିବା ନଜର ଆସିଥିଲେ । ଝିଅଟି ଏକ ଲୟରେ କେକ୍‌କୁ ଦେଖୁଥିଲା । ଭିଡିଓକୁ ଆହୁରି ମଜାଦାର କରିବା ଲାଗି କୃତି ସେଥିରେ ‘କ୍ୟା ସେ କ୍ୟା ହୋ ଗୟା’ ଗୀତ ଯୋଡ଼ିଥିଲେ ।

ନିକଟରେ କୃତି ନିଜ ଇନ୍‌ଷ୍ଟାରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେହି ଝିଅକୁ ତାଙ୍କ କୋଳରେ ଦେଖିବାକୁ ମିଳିଛି । କୃତି ଉକ୍ତ ଝିଅ ସହ ଅରୁଣାଚଳ ପ୍ରଦେଶର ସ୍ଥାନୀୟ ବାସିନ୍ଦାଙ୍କ ସହ ଅନେକ ଫଟୋ ଉଠାଉଥିବା ଦେଖିବାକୁ ମିଳୁଛି । ସେଠାରେ କୃତି ବରୁଣଙ୍କ ସହ ଅପ୍‌କମିଙ୍ଗ ଫିଲ୍ମ ‘ଭେଡ଼ିୟା’ର ସୁଟିଂ କରୁଥିଲେ । ତାଙ୍କ ଫଟୋ ଗୁଡ଼ିକୁ ଫ୍ୟାନ୍‌ ଖୁବ୍‌ ପସନ୍ଦ କରୁଛନ୍ତି ।

ଏହା ପୂର୍ବରୁ କୃତି-ବରୁଣଙ୍କ ଯୋଡ଼ିକୁ ଫିଲ୍ମ ‘ଦିଲୱାଲେ’ରେ ଦେଖିବାକୁ ପାଇଥିଲେ ଦର୍ଶକ । ଲମ୍ବା ବ୍ୟବଧାନ ପରେ ପୁଣି ଥରେ ଏହି ଯୋଡ଼ି ପରଦାରେ ନଜର ଆସିବେ । ‘ଭେଡ଼ିୟା’ର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅମର କୌଶିକ । ଏଇଟି ଚଳିତ ବର୍ଷ ଶେଷରେ ମୁକ୍ତିଲାଭ କରିବାର ଯୋଜନା ଥିଲା । ଏବେ କିନ୍ତୁ ଆସନ୍ତା ବର୍ଷ ଏପ୍ରିଲକୁ ଫିଲ୍ମର ରିଲିଜ୍‌ ତାରିଖ ଘୁଞ୍ଚାଇ ଦିଆଯାଇଥିବା ଚର୍ଚ୍ଚା ହେଉଛି ।

୨୦୧୯ରେ କୃତି ୫ ଫିଲ୍ମରେ କାମ କରିଥିଲେ, ସେଥିରେ ‘ଲୁକାଛୁପ୍ପି’, ‘ପାନିପତ୍‌’ ଓ ‘ହାଉସ୍‌ଫୁଲ୍‌-୪’ ଆଦି ସାମିଲ । ଏଥର ତାଙ୍କ ପାଖରେ ‘ମିମି’, ‘ହମ୍‌ ଦୋ ହମାରେ ଦୋ’, ‘ବଚ୍ଚନ ପାଣ୍ଡେ’, ‘ଭେଡ଼ିୟା’ ଓ ‘ଆଦିପୁରୁଷ’ ଭଳି ବଡ଼ ପ୍ରୋଜେକ୍ଟ ରହିଛି ।