ଅକ୍ଷୟଙ୍କୁ ରଙ୍ଗେ ହାତ ଧରିଥିଲେ…ଅଜୟଙ୍କ ପାଇଁ ଲେଖିଥିଲେ ପ୍ରେମଭରା ଚିଠି…ଏତେସବୁ ବିବାଦ ଭିତରେ ଘାଣ୍ଟି ହୋଇଥିଲେ ରବିନା ଟଣ୍ଡନ

ମୁମ୍ବାଇ ୨୬।୨ : ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କର ଫିଲ୍ମ ଇଣ୍ଡଷ୍ଟ୍ରୀରେ ୩୦ ବର୍ଷ ପୁରା ହୋଇଗଲା। ୧୯୯୧ରେ ରବିନା ଟଣ୍ଡନ ଫିଲ୍ମ ପତ୍ଥରକେ ଫୁଲ୍ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ରବୀନା ଟଣ୍ଡନଙ୍କ ବିପକ୍ଷରେ ଅଭିନେତା ସଲମାନ୍ ଖାନ୍ ଅଭିନୟ କରିଥିଲେ। ଯଦିଓ ରବିନା ଟଣ୍ଡନ ଫିଲ୍ମ ଇଣ୍ଡଷ୍ଟ୍ରିଠାରୁ ଦୂରେଇ ଯାଇଛନ୍ତି କିନ୍ତୁ, ୯୦ ଦଶକରେ ସବୁଠୁ ଚର୍ଚ୍ଚିତ ଅଭିନେତ୍ରୀ ଥିଲେ ସେ।

ରବିବା ଟଣ୍ଡନ ନିଜ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ରିପୋର୍ଟସ ମୁତାବିକ, ରବିନା ଏବଂ ଅକ୍ଷୟ କୁମାର ମନ୍ଦିରରେ ନିର୍ବନ୍ଧ କରିନେଇଥିଲେ। ରବିନାଙ୍କ ପରେ ଏକ ସାକ୍ଷାତକାରରେ କହିଥିଲେ, ଅକ୍ଷୟ ତାଙ୍କ ଜୀବନରେ ଆସୁଥିବା ପ୍ରତିଟି ଝିଅଙ୍କୁ ପ୍ରପୋଜ କରୁଥିଲେ।

ରବିନା ୧୯୯୯ ଜୁଲାଇରେ ଷ୍ଟାରଡଷ୍ଟ ମାଗାଜିନ୍କୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ କି, ଯେତେବେଳେ ଅକ୍ଷୟଙ୍କ ଆଉ ଏକ ସମ୍ପର୍କ ଥିଲା, ସେତେବେଳେ ମୋର ସାମ୍ବାଦିକ ବନ୍ଧୁମାନେ ତାଙ୍କ ବିଷୟରେ ଚେତାବନୀ ଦେଉଥିଲେ। ମୁଁ ଅକ୍ଷୟଙ୍କୁ ରେଖା ଏବଂ ସୁସ୍ମିତା ସେନଙ୍କ ସହ ରଙ୍ଗେ ହାତ୍ ଧରିଥିଲି।

ଅଜୟ ଦେବଗନଙ୍କ ନାଁରେ ମଧ୍ୟ ଆଣିଥିଲେ ଅଭିଯୋଗ :
ରବିନା ଟଣ୍ଡନ୍ ଏବଂ ଅଜୟ ଦେବଗନଙ୍କ ମଧ୍ୟରେ ଥିବା ଦୋସ୍ତିକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା। ଦୁହେଁ ଫିଲ୍ମ ଦିଲୱାଲରେ କାମ କରିଥିଲେ। ଖବର ଅନୁଯାୟୀ, ଅଜୟ ଦେବଗନ ସେ ସମୟରେ କରିସ୍ମା କପୁରଙ୍କୁ ମଧ୍ୟ ଡେଟ କରୁଥିଲେ। ସାକ୍ଷାତକାରରେ ଅଜୟ ପରସ୍ପରକୁ ମିଥ୍ୟାବାଦୀ ବୋଲି କହିଥିଲେ। ଅଜୟ ଦେବଗନ୍ କହିଛନ୍ତି ଯେ, ରବିନା ଟଣ୍ଡନ୍ ନିଜ ନାମରେ ନିଜକୁ ଚିଠି ଲେଖୁଥିଲେ। ଯଦି ତାଙ୍କର ସାହସ ଅଛି, ତେବେ ଚିଠିକୁ ପବ୍ଲିଶ କରିକି ଦେଖାନ୍ତୁ। ଯାହା ସେ କହୁଛନ୍ତି କି ମୁଁ ତାଙ୍କୁ ଚିଠି ଲେଖିଛି ।

କରିସ୍ମା କପୁରଙ୍କ ନାଁରେ ମଧ୍ୟ ଆଣିଥିଲେ ଅଭିଯୋଗ :
ରବିନା ଟଣ୍ଡନ ଅଭିନେତ୍ରୀ କରିସ୍ମା କପୁରଙ୍କ ନାଁରେ ମଧ୍ୟ ଅଭିଯାଗ ଆଣିଥିଲେ। ରବିନା ଏକ ସାକ୍ଷାତକାରରେ କରିସ୍ମାଙ୍କ ନାଁ ନନେଇ କହିଥିଲେ, ‘ମୁଁ ହିରୋଇନ୍ଙ୍କ ନାଁ ନେବିନି, କିନ୍ତୁ ସେ ଅସୁରକ୍ଷିତ ଅଛନ୍ତି। ସେ ମୋତେ ୪ଟି ଫିଲ୍ମରୁ ବାହାର କରିଦେଇଥିଲେ। ତାଙ୍କ ସହିତ ମୁଁ ଗୋଟିଏ ଫିଲ୍ମ ମଧ୍ୟ କରିଛି।’ ୨୦୧୯ରେ ରବିନା ବିବାଦ ଭିତରକୁ ଆସିଥିଲେ।