କୁଆଖାଇରୁ ମିଳିଥିବା ମୃତଦେହ ଚିହ୍ନଟ : ଘରୁ ୫ଦିନ ହେବ ନିଖୋଜ ଥିଲେ

ଭୁବନେଶ୍ୱର ୨୪/୯: କୁଆଖାଇ ନଈରୁ ରବିବାର ଉଦ୍ଧାର କରା ଯାଇଥିବା ମୃତଦେହକୁ ଚିହ୍ନଟ କରାଯାଇଛି । ସେ ହେଲେ ପୋଖରୀପୁଟ ଅନନ୍ତବିହାର ଅଞ୍ଚଳର ଗଣେଶ ଚନ୍ଦ୍ର ଗାଗାରିଆ(୨୪) । ଗତ ୧୯ ତାରିଖରୁ ସେ ଘରୁ କେଉଁଆଡେ ପଳାଇଥିଲେ । ଏନେଇ ଏୟାରପୋର୍ଟ ଥାନାରେ ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । 

ବାଲିଅନ୍ତା ଥାନା ପୁଲିସ କହିବା ମୁତାବକ, ଗତକାଲି ଯୁବକଙ୍କ ମୋବାଇଲ୍‌ ଫୋନରୁ ମିଳିଥିବା ସମ୍ପର୍କୀୟଙ୍କ ନମ୍ବର ଜରିଆରେ ମୃତକଙ୍କ ପରିଚୟ ମିଳିଥିଲା । ତାଙ୍କ ଘର କେଉଁଝର ଅଞ୍ଚଳରେ । ସେ ‘କେଉଁଝର ଓଡିଶା ସ୍କୁଲ ଅଫ୍‌ ମାଇନିଂ ଇଞ୍ଜିନିୟରିଂ’ କଲେଜରେ ପଢ଼ୁଥିଲେ । ଗଣେଶ ନିଖୋଜ ଥିବା ନେଇ ଏୟାରପୋର୍ଟ ଥାନାରେ ୨୦ ତାରିଖରେ ତାଙ୍କ ବାପା ଲକ୍ଷ୍ମୀଧର ଗାଗାରାଇ ଅଭିଯୋଗ କରିଥିଲେ । ବାଲିଅନ୍ତା ଥାନା ପୁଲିସ ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।  

ସେପଟେ ଏୟାରପୋର୍ଟ ଥାନା ପୁଲିସ ଗଣେଶଙ୍କ ସନ୍ଧାନ ଜାରି ରଖିଥିଲା । ତାଙ୍କ ବାପା ଲକ୍ଷ୍ମୀଧର ପୁଲିସକୁ ଦେଇଥିବା ସୂଚନା ମୁତାବକ, କେଉଁଝରରେ ପଢ଼ିବା ବେଳୁ ଗଣେଶଙ୍କର ମାନସିକସ୍ଥିତି ଭଲ ନଥିଲା । କିଛି ମାସ ଧରି ତାଙ୍କର ଚିକିତ୍ସା ଚାଲିଥିଲା । ସେଠାରେ କୌଣସି ପ୍ରକାର ଉନ୍ନତି ନ ଘଟିବାରୁ ଭୁବନେଶ୍ୱର ଅଣାଯାଇ ଘରୋଇ ହସ୍ପିଟାଲରେ ଚିକିତ୍ସା କରା ଯାଉଥିଲା । ତେବେ ଗତ ୧୯ ତାରିଖରୁ ସେ ଘରୁ କେଉଁଆଡେ ପଳାଇଥିଲେ । ଅନ୍ୟପଟେ ଗଣେଶଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନଥିବା ପୁଲିସ କହିଛି । ଗଣେଶ ହୁଏତ ନଈରେ ଭାସିଯିବା ଅଥବା ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି ।

   ସମ୍ବନ୍ଧିତ ଖବର


ରାଜ୍ୟରେ ଚିହ୍ନଟ ହେଲେ ୧୪୭୦ ଜଣ ଆକ୍ରାନ୍ତ, ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୦ ହଜାର ଟପିଲା

କୁମାର ପୁନେଇଁ ଜହ୍ନ ଗୋ… ଫୁଲ ବଉଳ ବେଣୀ: ଆଜି ସନ୍ଧ୍ୟାରେ କୁମାରୀ ପାଳିବେ କୁମାର ପୂର୍ଣ୍ଣମା

ପହିଲାରୁ କାର୍ତ୍ତିକ ବ୍ରତ ଆରମ୍ଭ: ଏଥର କରୋନା ପାଇଁ ହବିଷ୍ୟାଳିଙ୍କୁ ଧର୍ମଶାଳା ମନା, ମିଳିବନି ମନ୍ଦିର ହବିଷ ଡାଲମା

ଗାଡ଼ି ପାର୍କିଂରୁ ନେଇ ଚାଳକଙ୍କୁ ମାଡ଼ ମାରି ରକ୍ତାକ୍ତ କଲା ପୁଲିସ୍‌, ଅନ୍ୟ କାର୍‌ ଚାଳକ ଧାରଣାରେ ବସିବା ପରେ ଭୁଲ୍ ମାଗିଲେ ପୁଲିସ୍ ବାବୁ

ଲିଙ୍ଗରାଜ ମନ୍ଦିରକୁ 5-T ସଚିବ ଭି.କେ. ପାଣ୍ଡିଆନ ଅଚାନକ ଗସ୍ତ: ଉନ୍ନତିମୂଳକ କାର୍ଯ୍ୟର କଲେ ତଦାରଖ

ରାଜ୍ୟକୁ ଧୀରେ ଧୀରେ ଛୁଉଁଛି ଶୀତ, ୫ରୁ ଥଣ୍ଡା ଆହୁରି ବଢ଼ିବ