କୁକୁଡ଼ା ଲଢ଼େଇ ଚାଲିଥିବା ବେଳେ ପୁଲିସର ଚଢ଼ାଉ, ଘଟଣାସ୍ଥଳରୁ ୩୦ ବାଇକ୍ ସମେତ ୭ ମୋବାଇଲ ଜବତ

ଟିକିରି, ୨୩/ ୦୧: କୁକୁଡ଼ା ଲଢ଼େଇ ସାଙ୍ଗକୁ ଚାଲିଥିଲା ଜୁଆ ଆଡ୍ଡା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ଏଥିସହିତ ୩୦ ବାଇକ୍ ସମେତ ୭ ମୋବାଇଲ ଜବତ କରିଛି ପୁଲିସ୍। ଏମିତି ଏକ ଖବର ଆସିଛି ଦାବୁଗୁଡ଼ା ଗ୍ରାମରୁ।
କାଶୀପୁର ବ୍ଲକ୍ ଦୋରାଗୁଡ଼ା ଥାନା ଅନ୍ତର୍ଗତ ଦାବୁଗୁଡ଼ା ଗ୍ରାମ ନିକଟରେ ଥିବା ଏକ ସ୍ଥାନରେ ବେଆଇନ୍ କୁକୁଡ଼ା ଗାଲି (କୁକୁଡ଼ଶ ଲଢ଼େଇ ଜୁଆ ଆଡ୍ଡା) ଚାଲିଥିବାର ପୁଲିସକୁ ସୂଚନା ମିଳିଥିଲା। ଦୋରାଗୁଡ଼ା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶରେ ପୁଲିସ୍ ଟିମ୍ ଅତର୍କିତ ଭାବେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା।
ଘଟଣା ସ୍ଥଳରୁ ୭ ଟି ମୋବାଇଲ ଫୋନ୍ ସହିତ ୩୦ଟି ମୋବାଇ, ୩୧୦୦ ଟଙ୍କା ଜବତ କରିଛି ପୁଲିସ୍। ଏଥିସହିତ ୭ ଜଣଙ୍କୁ ଅଟକ ରଖି ଅଧିକା ପଚରାଉଚରା କରୁଛି ପୁଲିସ।