ପ୍ରମୁଖ ଖବର
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ଦେଶୀ କୁକୁଡ଼ା ଖାଇଦେବାରୁ କୁକୁରକୁ ଗୁଳି ମାରିଲେ ମାଲିକ: ଗୋଟିଏ ମୃତ, ଅନ୍ୟ କୁକୁରଟି ଜୀବନ ସହ ଲଢ଼ୁଛି...

ଭୁବନେଶ୍ୱର,୨୦/୦୧: ପାଳିତ ଦେଶୀ କୁକୁଡ଼ା ଖାଇଦେବାରୁ ଘର ମାଲିକ ମୁଣ୍ଡକୁ ପିତ୍ତ ଚଢି଼ଗଲା । ଘରୁ ବନ୍ଧୁକ ଆଣି ୨ କୁକୁରକୁ ଗୁଳି କଲେ । ଗୋଟିଏ ମରିଗଲା । ଅନ୍ୟଟି ଗୁଳି ଖାଇ ଜୀବନ ମରଣ ସହ ଲଢ଼ୁଛି । ଖଣ୍ଡଗିରି ଜାଗମରା ଗାଁରେ ଏମିତି ଅମାନବୀୟ ଘଟଣା ଘଟିଛି ।

‘ସେବା ହିଁ ସଂକଳ୍ପ’ ସାମାଜିକ ସଂଗଠନ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିିଛି । ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ଜଣକ ହେଲେ ଜାଗମରା ଗାଁ ଜୟଦୁର୍ଗା କ୍ଲବ ପାଖ ପ୍ଲଟ ନଂ- ୧୬୧ର କିତାବ ପଟ୍ଟନାୟକ ଓରଫ୍‌ ବାବୁନା । ପୁଲିସ କହିଛି, ଅଭିଯୁକ୍ତ ଜଣକ ଏୟାର ଗନ୍‌ରେ କୁକୁର ଉପରକୁ ଗୁଳି ଚଳାଇଛନ୍ତି । ତାଙ୍କ ଘରେ ପୁଲିସ ଚଢ଼ଉ କରିଥିଲା । କିନ୍ତୁ ସେ ଫେରାର୍‌ ହୋଇଯାଇଛନ୍ତି । ଆଇନ୍‌ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି ।

ଅଭିଯୋଗ ମୁତାବକ, ବାବୁନା ତାଙ୍କ ଘରେ କିଛି ଦେଶୀ କୁକୁଡ଼ା ପାଳିଛନ୍ତି । ବୁଧବାର ଅପରାହ୍ଣରେ କିଛି କୁକୁଡା ଘର ବାହାର ବାରଣ୍ଡାରେ ଓ କିଛି କ୍ଲବ ସାମ୍ନାରେ ଚରୁଥିଲେ । ନିକଟରେ ଥିବା ୨ଟି ବୁଲା କୁକୁର ଗୋଟିଏ କୁକୁଡ଼ାକୁ ପାଖ ବୁଦାକୁ ଭିଡି଼ନେଇ ମାରି ଖାଇଗଲେ । ଘର ବାହାରେ ବସିଥିବା ବାବୁନା ଏହା ଦେଖି ରାଗି ଯାଇଥିଲେ । ସେ ଘରୁ ଏୟାରଗନ୍‌ ଆଣି ୨ କୁକୁରଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ । ପେଟରେ ୨ଟି ଗୁଳି ଖାଇ ଗୋଟିଏ କୁକୁର ଗାଁ ଦାଣ୍ଡରେ ହିଁ ପ୍ରାଣ ହରାଇଥିଲା । ଅନ୍ୟଟି ଗୋଟିଏ ଗୁଳି ଖାଇ ଗୁରୁତର ଆହତ ହୋଇଥିଲା ।

ଖବର ପାଇ ‘ସେବା ହିଁ ସଂକଳ୍ପ’ ସଂଗଠନର ରଶ୍ମି ରଞ୍ଜନ ସ୍ୱାଇଁ, ଗୋଏଲ୍‌ ଚକ୍ରବର୍ତ୍ତି, ରାଜେଶ କୁମାର ପୃଷ୍ଟି ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ଗୁରୁତର କୁକୁରକୁ ଉଦ୍ଧାର କରି ଓୟୁଏଟିର ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଚିକିତ୍ସାଳୟରେ କୁକୁରର ପେଟରୁ ଗୁଳି କାଢ଼ିବା ପାଇଁ ଅପରେସନ କରାଯାଇଥିଲା ।

ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ବାବୁନା ଏଭଳି ଅମାନବୀୟ କାଣ୍ଡ ପ୍ରଥମଥର ପାଇଁ ଘଟାଇ ନାହାନ୍ତି । ପୂର୍ବରୁ ସେ ଏକାଧିକ ଥର ବୁଲା କୁକୁରଙ୍କ ଉପରକୁ ଗୁଳି କରିଛନ୍ତି । ପ୍ରାୟ ୧୦ରୁ ଅଧିକ କୁକୁର ତାଙ୍କ ଗୁଳିର ଶିକାର ହୋଇଛନ୍ତି । ପୁଲିସ ଅଭିଯୁକ୍ତ ବିରୋଧରେ ଆଇପିସି ଦଫା ୪୨୯ ସହ ପ୍ରାଣୀ ହିଂସା ନିରୋଧୀ ଆଇନ୍‌ର ସେକ୍ସନ ୧୧(୧) ଲଗାଇଛି । ସେ ଗୁଳି କରିଥିବା ବନ୍ଧୁକର ଲାଇସେନ୍ସ ଅଛି କି ନାହିଁ, ତାହା ଯାଞ୍ଚ ଚଳାଇଛି ।

ସୂଚନା ଥାଉ କି, ଗତ ୨୦୧୯ ଡିସେମ୍ବର ୧୯ରେ ଖାରବେଳନଗର ଥାନା ଅଧୀନ ୟୁନିଟ୍‌-୪ ଅଞ୍ଚଳରେ ସମାନ ଢ଼ଙ୍ଗରେ ଏକ ଘଟଣା ଘଟିଥିଲା । ସୁଶାନ୍ତ କୁମାର ପଟ୍ଟନାୟକଙ୍କ ଘରେ ଥିବା ଏକ ପୋଷା ବିଲେଇକୁ ପଡ଼ୋଶୀ ଗୁଳି କରି ମାରି ଦେଇଥିଲେ । ଅଭିଯୁକ୍ତ ତଥା ଇଞ୍ଜିିନୟରିଂ ଛାତ୍ର ଆଶୁତୋଷ ନାୟକକୁ ପୁଲିସ ଗିରଫ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.