କୁମାର ବିଶ୍ବାସଙ୍କୁ ମଧ୍ୟ ଛାଡିଲେନି ଚୋର, ଘର ଆଗରେ ଥିବା ଦାମୀ କାରକୁ ନେଇ ଫେରାର

ନୂଆଦିଲ୍ଲୀ,୧୫।୨: ଆମ ଆଦମୀ ପାର୍ଟି (ଆପ୍)ର ସଂସ୍ଥାପକ ସଦସ୍ୟଙ୍କ ଭିତରୁ ଅନ୍ୟତମ ଓ ଜଣାଶୁଣା କବି କୁମାର ବିଶ୍ବାସଙ୍କୁ ମଧ୍ୟ ଛାଡିଲେନି ଚୋର। ତାଙ୍କ ଘର ଆଗରେ ଥିବା ଏକ ଦାମୀ କାରକୁ ଚୋରି କରି ନେଇଯାଇଛନ୍ତି। କୁମାର ବିଶ୍ବାସଙ୍କ ଗାଜିଆବାଦ ସ୍ଥିତ ଇନ୍ଦିରାପୁରମ ଘର ବାହାରେ ଥିବା ତାଙ୍କର ଦାମୀ ଓ ଲଗଜରୀ କାର(ଫର୍ଚୁନର)କୁ ଚୋରମାନେ ନେଇ ଫେରାର ହୋଇଯାଇଛନ୍ତି।  ଏହି ସମ୍ପର୍କରେ ଖବର ପାଇ ଉତ୍ତର ପ୍ରଦେଶ ପୋଲିସ ଏକ ମାମଲା ରୁଜୁ କରିଛି। କାର ଖୋଜିବାରେ ଏକ ଟିମ୍ ମଧ୍ୟ ଗଠନ କରାଯାଇଛି।

ପୋଲିସକୁ କାର ଚୋରି ହୋଇଥିବା ବିଷୟରେ କୁମାର ବିଶ୍ବାସଙ୍କ ମ୍ୟାନେଜର ସୂଚନା ଦେଇଥିଲେ। କୁମାର ବିଶ୍ବାସ କେବେ କେବେ ଏହି କାର ଚଲାଇଥାନ୍ତି। ଏବେ ପୋଲିସ କାର ଖୋଜିବା ପାଇଁ ସିସିଟିଭି ଖୋଜୁଛି। ମାମଲା ହାଇ-ପ୍ରୋଫାଇଲ ହୋଇଥିବା କାରଣରୁ ଗଣମାଧ୍ୟମରେ ମଧ୍ୟ ଲଗାତାର ଭାବରେ ପ୍ରଶ୍ନ ଉଠୁଛି। ପୋଲିସ କୁମାର ବିଶ୍ବାସଙକ ଘର ଏବଂ ଆଖପାଖର ସିସିଟିଭି ଫୁଟେଜ ଖୋଜାଖୋଜି ଚଳାଇଛି। ତେବେ ଏପର୍ଯ୍ୟନ୍ତ ଚୋରଙ୍କର ଚିହ୍ନଟ ହୋଇପାରିନାହିଁ। ଉଲ୍ଲେଖନୀୟ ଯେ, କୁମାର ବିଶ୍ବାସ ଆମ ଆଦମୀ ପାର୍ଟିକୁ ୧ ବର୍ଷ ତଳେ ଛାଡି ଦେଇଛନ୍ତି। ସେ ଦଳର ଜଣେ ସକ୍ରିୟ ନେତା ଥିଲେ। ଏବେ ଆପ୍ ଛାଡିବା ପରେ ସେ ଦେଶ ବିଦେଶରେ କବିତା ପାଠ କରୁଛନ୍ତି।

   ସମ୍ବନ୍ଧିତ ଖବର


କରୋନା ସଙ୍କଟ ମଧ୍ୟରେ ଆଉ ଏକ ବଡ ସମସ୍ୟାରେ ପଡିଲା ପାକିସ୍ତାନ

କରୋନା ଯୋଗୁଁ ମହଙ୍ଗା ହେବ ଟିଭି-ଫ୍ରିଜ୍ ସମେତ ଏହି ସବୁ ସାମଗ୍ରୀ

କରୋନା ଭାଇରସ୍: କ୍ୱାରେଣ୍ଟାଇନ ସେଣ୍ଟର ରୁମ୍ ସାମ୍ନାରେ ମଳତ୍ୟାଗ କରି ଅଡ଼ୁଆରେ ତବଲିଗ ଜମାଟ୍ ସଦସ୍ୟ, ମାମଲା ରୁଜୁ

କ’ଣ ଏହି ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍, ୧୯୫୫ ? ଏହାକୁ ଜାଣି ରଖିଲେ ଆଉ ହେବେନି ହଇରାଣ