ମିଡିଆକୁ ବୟକଟ କଲେ କୁମାରସ୍ୱାମୀ

ବେଙ୍ଗାଲୁରୁ,୨୮ ।୪(ଏଜେନ୍ସି): କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ଆଜି ଘୋଷଣା କରିଛନ୍ତି କି ସେ ଗଣମାଧ୍ୟମ ସଂସ୍ଥାଗୁଡିକୁ ବୟକଟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେଣୁ ସେ କୌଣସି ମିଡ଼ିଆକର୍ମୀଙ୍କୁ ନିଜର ପ୍ରତିକ୍ରିୟା ଦେବେନାହିଁ । ସେ କହିଛନ୍ତି କି ‘ ମୁଁ ଆପଣମାନଙ୍କୁ ବୟକଟ କରିବାକୁ ସ୍ଥିର କରିଛି । ତେଣୁ ଆପଣମାନେ ଯାହା ଲେଖିବାକୁ ଚାହାନ୍ତି, ଲେଖନ୍ତୁ ଏବଂ ଖୁବ୍‌ ମଜା କରନ୍ତୁ’ । କୁମାରସ୍ୱାମୀ ଆଜି କଂଗ୍ରେସର ସାଧାରଣ ସଂପାଦକ କେ ସି ବେଣୁଗୋପାଳଙ୍କୁ ଭେଟିଥିଲେ । ଏହାପରେ ତାଙ୍କର ପ୍ରତିକ୍ରିୟା ନେବାକୁ ମିଡିଆକର୍ମୀ ଉଦ୍ୟମ କରିବାରୁ ସେ ଏପରି ମନ୍ତବ୍ୟ ଦେଇଥିଲେ ।

କୁହାଯାଉଛି କି, ମାଣ୍ଡ୍ୟା ଲୋକସଭା ଆସନରେ ନିର୍ବାଚନ ନେଇ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ରିପୋର୍ଟ ଯୋଗୁ କୁମାରସ୍ୱାମୀ ଖୁବ୍‌ ଅସନ୍ତୁଷ୍ଟ ଅଛନ୍ତି । ଉକ୍ତ ଆସନରୁ ତାଙ୍କର ପୁଅ ନିଖିଲ ଗୌଡା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ନିଖିଲଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଖ୍ୟାତନାମା ଅଭିନେତ୍ରୀ ସୁମଲଥା ଅମ୍ବରୀଶ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । କୁମାରସ୍ୱାମୀ ଅଭିଯୋଗ କରୁଛନ୍ତି ଯେ ମାଣ୍ଡ୍ୟା ଆସନରେ ଅମ୍ବରୀଶଙ୍କର ପତିଆରା ଭଲ ଅଛି ବୋଲି ସବୁ ମିଡିଆ ସଂସ୍ଥା ଦର୍ଶାଉଛନ୍ତି । ସେମାନେ ଉଦ୍ଦେଶ୍ୟମୂଳକ ଭାବେ ଅମ୍ବରୀଶଙ୍କୁ ସମର୍ଥନ କରୁଛନ୍ତି । ଏହି କାରଣରୁ ସେ ଗଣମାଧ୍ୟମକୁ ବର୍ଜନ କରିବା ପାଇଁ ଘୋଷଣା କରିଛନ୍ତି ।

ତେବେ ପ୍ରଥମ ଥର ପାଇଁ କୁମାରସ୍ୱାମୀ ମିଡ଼ିଆ ଉପରେ ରାଗିନାହାନ୍ତି । ଆଗରୁ ବି ସେ ଅନେକ ଥର ଏପରି କରିସାରିଛନ୍ତି । ଗତ ନଭେମ୍ବରରେ ବି ସେ ମିଡିଆକୁ କୌଣସି ବିଷୟରେ ପ୍ରତିକ୍ରିୟା ଦେବେ ନାହିଁ ବୋଲି କହିଥିଲେ । ସେତେବେଳେ ସେ ଆହୁରି କହିଥିଲେ କି ସେ ମଞ୍ଚ ଉପରେ ଯେତିକି କହିବେ, ମିଡିଆ କେବଳ ସେତିକି ତଥ୍ୟ ପାଇବ । ତା’ ବାଦ ସେ କୌଣସି ଗଣମାଧ୍ୟମ କର୍ମୀଙ୍କୁ କିଛି ବି କହିବେ ନାହିଁ ।

   ସମ୍ବନ୍ଧିତ ଖବର


ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ମମତାଙ୍କୁ ଆଉ ଏକ ଝଟକା: ଦକ୍ଷିଣ କୁଚବିହାର ବିଧାୟକଙ୍କ ଇସ୍ତଫା ପରେ ପରିବହନ ମନ୍ତ୍ରୀଙ୍କ ଇସ୍ତଫା, ବିଜେପିରେ ମିଶିବାକୁ ଏବେ ଦିଲ୍ଲୀରେ ମିହିର

ଅହମ୍ମଦ ପଟେଲଙ୍କ ପରେ କିଏ? କଂଗ୍ରେସ କୋଷାଧ୍ୟକ୍ଷ ପଦ ପାଇଁ କମଲନାଥ, ବେଣୁଗୋପାଳ ଓ ଗେହଲଟ୍‌ଙ୍କ ମଧ୍ୟରୁ ଜଣକୁ ବାଛିବେ ସୋନିଆ

ବିଜେପିକୁ ଓବେସୀଙ୍କ କଡାପ୍ରଶ୍ନ, ବିଜେପି ଶାସିତ ୪ ରାଜ୍ୟରେ କାହିଁକି ନାହାନ୍ତି ଜଣେ ହେଲେ ମୁସଲିମ ମନ୍ତ୍ରୀ ?

ଓଡିଆ ଗୀତରେ ରାପ୍‌ ପରେ ଆଲ୍‌ବମ୍‌ ଭିଡିଓ ସୁଟିଂରେ ବ୍ୟସ୍ତ ସୁର ଭାଇନା: କୁଆଖିଆ ନଦୀ ପଠାରେ ଚାଲିଛି ମ୍ୟୁଜିକ୍‌ ଭିଡିଓ ସୁଟିଂ

ଲାଲୁ ଯାଦବଙ୍କ ସେବାଦାର ଇରଫାନ୍‌ ଅନସାରୀ ନିଖୋଜ ! ଅଡ଼ିଓ ଭାଇରାଲ ହେବା ପରଠୁ ଗାଏବ୍‌