PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ ଜିଲ୍ଲାରେ ୧୯ ତାରିଖରୁ ବନ୍ଦ ରହିବ ସବୁ ଅଙ୍ଗନବାଡ଼ି କେନ୍ଦ୍ର, ଟ୍ୱିଟ୍‌ କରି ସୂଚନା ଦେଲେ ଜିଲ୍ଲାପାଳ ଜ୍ଞାନ ଦାସ
  • ||
  • କୁମ୍ଭମେଳା ଫେରନ୍ତାଙ୍କ ପାଇଁ ଗାଇଡ୍ ଲାଇନ୍ ଜାରି କଲେ ଏସ୍ଆରସି- କ୍ୱାରେଣ୍ଟାଇନରେ ରହିବେ କୁମ୍ଭମେଳା ଶ୍ରଦ୍ଧାଳୁ
  • ||
  • ଏସ୍‌ସିବିରୁ ହାଇଦର ଫେରାର ଘଟଣାରେ ୩ଅଭିଯୁକ୍ତ ଗିରଫ , ୨ ଜଣ ଯୁବକ ଓ ଜଣେ ଯୁବତୀ ଗିରଫ
  • ||
  • ୨୦ ଜିଲ୍ଲାର ସହରରେ ଆଜି ୯ଟାରୁ ଆରମ୍ଭ ହେଲା ନାଇଟ୍ କର୍ଫ୍ୟୁ, ସବୁ ସହରରେ ପୁଲିସର କଡ଼ାକଡ଼ି ଯାଞ୍ଚ
  • ||
  • କୋଭିଡ୍ ସ୍ଥିତିର ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବୈଠକରେ ବରିଷ୍ଠ ଅଧିକାରୀ ଉପସ୍ଥିତ
  • ||
  • ବିଷ ପିଇଥିବା ମହିଳାଙ୍କର ଭଦ୍ରକରୁ କଟକ ଯିବା ବାଟରେ ଭଣ୍ଡାରିପୋଖରୀ ନିକଟରେ ମୃତ୍ୟୁ
  • ||
  • ଆଜି ଭୁବନେଶ୍ୱରରୁ ୪୫୧ କରୋନା ପଜିଟିଭ୍ ଆକ୍ରାନ୍ତ, କ୍ୱାରେନଣ୍ଟାଇନ୍ କଣ୍ଟାକ୍ଟରୁ ୯୧, ଲୋକାଲ୍ କଣ୍ଟାକ୍ଟ ୩୬୦ ଚିହ୍ନଟ
  • ||
  • ବ୍ୟାରେଜ୍‌ ନିର୍ମାଣ ନେଇ ଆନ୍ଧ୍ରକୁ ସହଯୋଗ କରାଯାଉ – ନବୀନଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଚିଠି
  • ||
  • କୋଭିଡ୍‌ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ କରିବେ ସମୀକ୍ଷା , ରାତି ୮ଟାରେ ବୈଠକ ଡାକିଲେ ମୋଦି , ଟିକାକରଣ ନେଇ ମଧ୍ୟ କରିପାରନ୍ତି ସମୀକ୍ଷା , ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ରହିବେ ଉପସ୍ଥିତ
  • ||
  • ଆସିକାରୁ ପୋଲସରା ଯାଉଥିବା ମିନି ବସ୍ କବିସୂର୍ଯ୍ୟନଗର ଥାନା ନିକଟରେ ଓଲଟି ପ୍ରାୟ ୧୦ ଗୁରୁତର
  • ||
  • ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶିଙ୍କ ପ୍ରେସ୍‌ମିଟ୍ – ଆଜି ରାତି ୯ଟାରୁ ଟ୍ୱିନ୍‌ ସିଟିରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯିବ , କଟକଣା ପାଳନ କରିବାକୁ ଲୋକଙ୍କ କଲେ ନିବେଦନ
  • ||
  • ଦେଶରେ କୋଭିଡ୍‌ ଟିକାର ଅଭାବ ନାହିଁ – ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ
  • ||
  • ବଲାଙ୍ଗୀର: ଏମିତି ବି ଆସେ ମୃତ୍ୟୁ, ଚା’ ପିଉଥିଲା ବେଳେ ହଠାତ ଟଳି ପଡିଲେ ଯୁବକ
  • ||
  • ନନ୍ଦପୁର: ଗାଁ ବନ୍ଧରେ ବୁଡ଼ି କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଶାଶୁଙ୍କ ଦେହାନ୍ତ
  • ||
  • ପାରଦୀପ: ପାରଦୀପ ମାଛଧରା ବନ୍ଦରରୁ ମାଛ ଧରା ଡଙ୍ଗା ଚୋରି, ଡଙ୍ଗା ଥିଲା ୧୦ ଲକ୍ଷ ଟଙ୍କା
  • ||
  • କଟକ: ନୂଆପାଟଣା ବାଲିଘାଟକୁ ନେଇ ଏନଜିଟିଙ୍କ କଡା ଆଦେଶ, ଯେଉଁ ଏସ୍କାଭେଟରରେ ବାଲି ଖନନ ହୋଇଥିଲା ସେ ସବୁ ମେସିନକୁ ଜବତ କର
  • ||
  • କଟକ: ରେଭେନ୍ସାରେ ପୁଣି ଧାରଣା ଦେଲେ ଛାତ୍ରଛାତ୍ରୀ, ହଷ୍ଟେଲ ବନ୍ଦ ନିଷ୍ପତ୍ତିକୁ ବିରୋଧ
  • ||
  • ରାୟଗଡା: ଗୁମା ଘାଟିରେ ଅଘଟଣ, ମହୁମାଛି ଆକ୍ରମଣରେ ୪ଜଣ ଆହତ
  • ||
  • ଭୁବନେଶ୍ୱର: ବେପାରୀଙ୍କ ଠାରୁ ୧୫ କିଲୋ ଓଜନର ବଜ୍ରକାପ୍ତା ଉଦ୍ଧାର କଲା ଏସଟିଏଫ୍
  • ||
  • ସୁନ୍ଦରଗଡ଼: ଝାଡ଼ଖଣ୍ଡରୁ ଝିରପାଣି ଦେଇ ଯାଇଥିବା ରାଉରକେଲା ପ୍ରବେଶ ପଥକୁ ସିଲ କଲା ପ୍ରଶାସନ
  • ||

ଅସ୍ତ୍ରୋପଚାର ପରେ କୁନିଙ୍କ ମୁହଁରେ ଫୁଟିଲା ହସ, ଭାଇ ହାତରେ ରାକ୍ଷୀ ବାନ୍ଧିଲା ଭଉଣୀ

ସାହା ହେଲେ ସବ୍ୟସାଚୀ

ଭୁବନେଶ୍ୱର, ୨୬/୦୨: କୁନିଙ୍କ ମୁହଁରେ ହସ । ହାତ କଟା ହେବାର ଭୟ ଦୂର ହେଲା । ଏବେ ହାତକୁ ନେଇ ଭାଙ୍ଗିପଡ଼ିଥିବା କୁନି ପୁଣି ମନୋବଳକୁ ଦୃଢ କରି ଠିଆ ହୋଇଛନ୍ତି । ଆଉ ଅଭିନେତା ସବ୍ୟସାଚୀଙ୍କୁ ହାତରେ ତାଙ୍କର ରାକ୍ଷୀ ବାନ୍ଧିବାର ସ୍ୱପ୍ନ ପୂରଣ ହୋଇଛି । ଯେଉଁ ହାତ ପାଇଁ ଦିନେ ତାଙ୍କର ଭବିଷ୍ୟତ ଅନ୍ଧାର ହୋଇଯାଇଥିଲା ଅସ୍ତ୍ରୋପଚାର ପରେ ସେ ଦୁଃଖକୁ ଭୁଲି ପୁଣି ଜୀବନ ଜୀଇଁବାର ସ୍ୱପ୍ନ ଦେଖିଛନ୍ତି କୁନି ।

ପୁରୀ ଜିଲ୍ଲା ଚନ୍ଦନପୁରର କୁନି ପଣ୍ଡା । କୁନିଙ୍କ ହାତ କାନ୍ଥରେ ମାଡ଼ ହୋଇଯାଇଥିଲା । ଦୁର୍ଭାଗ୍ୟବଶତଃ ସେହି ହାତରେ ବିଦ୍ୟୁତ୍‌ ଆଘାତ ଲାଗିଥିଲା । ଦିନକୁ ଦିନ ହାତଟି ଧୀରେ ଧୀରେ ଫୁଲିବାକୁ ଲାଗିଲା । ଏହା ଦେଖି କୁନି ଓ ତାଙ୍କ ପରିବାର ଭାଙ୍ଗିପଡ଼ିଲେ । ତାଙ୍କୁ ଅଧିକ ଚିନ୍ତାରେ ପକାଇଲେ, ଯେତେବେଳେ କିଛି ଡାକ୍ତରଖାନା ତାଙ୍କ ହାତ କଟା ଯିବା ବୋଲି କହିଲେ । ଘରେ ବସି କାନ୍ଦୁଥିଲେ । ଚିକିତ୍ସା ପାଇଁ ପାଖରେ ଅର୍ଥ ନଥିଲା । ଏହା ଦେଖି ଜଣେ ବ୍ୟକ୍ତି କୁନିଙ୍କ କାହାଣୀ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ । ତାହା ଭାଇରାଲ୍‌ ହେଲା । ଭିଡିଓରେ କୁନି ଚିକିତ୍ସା ଲାଗି ନିବେଦନ କରିଥିଲେ । ଭିଡିଓ ଦେଖି ଅଭିନେତା ସବ୍ୟସାଚୀ ମିଶ୍ର ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ ।

ଗତ ସେପ୍ଟମ୍ବରରେ ଏମ୍ସରେ କୁନିଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା । ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାର ପ୍ରତିଶୃତି ଦେଇଥିଲେ ସବ୍ୟସାଚୀ । ଆଉ ଏମ୍ସ ବି ସହଯୋଗ କରିଥିଲା । ପ୍ରଥମେ କୁନିଙ୍କ ହାତରେ ପରିସ୍ଥିତି ଯାହା ଥିଲା, ସେଥିରେ ହାତ କଟା ଯାଇଥାଆନ୍ତା । କିନ୍ତୁ ପ୍ରଥମେ ୧୩ଟି ଇଞ୍ଜେକସନ୍‌ ଦିଆଯାଇଥିଲା । ଯାହାର ପ୍ରଭାବରେ ହାତଟି ସହଜରେ ଅସ୍ତ୍ରୋପଚାର ହୋଇପାରିଲା । ଏମ୍ସର ଡାକ୍ତର ମାଧବାନନ୍ଦ କର, ଡା. ରିତେଶ ପଣ୍ଡା ଓ ବିଷ୍ଣୁ ପାତ୍ରଙ୍କ ଯୋଗୁଁ କୁନିର ହାତ ଭଲ ହୋଇପାରିଲା ବୋଲି ସବ୍ୟସାଚୀ କହିଛନ୍ତି ।

ଲକ୍‌ଡାଉନ୍‌ ସମୟରେ ସ୍ୱେଚ୍ଛାସେବୀ ସନ୍ଦୀପଙ୍କଠାରୁ ସୂଚନା ପାଇ କୁନିଙ୍କୁ କଥା ଦେଇଥିଲି, ହାତ ଭଲ ହୋଇଯିବ ଏବଂ ମୋ ହାତରେ ରାକ୍ଷୀ ବାନ୍ଧିବ । ଗତ ବୁଧବାର କୁନି ମୋ ହାତରେ ରାକ୍ଷୀ ବାନ୍ଧିଥିଲା ଆଉ ମୁଁ ତା ହାତରେ ଫ୍ରେଣ୍ଡସିପ୍‌ ବ୍ୟାଣ୍ଡ୍‌ ବାନ୍ଧିଥିଲି । କୁନି କହିଛନ୍ତି, ମନରେ ବିଶ୍ୱାସ ଏବଂ ସବ୍ୟଭାଇଙ୍କ ନାଁର “ଏସ୍‌’ ଅକ୍ଷର ଟାଟୁ କରିବା ପରେ ମୁଁ ସୁସ୍ଥ ହୋଇପାରିଛି