PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

କୁଳଡିହା ସଂରକ୍ଷିତ ଜଙ୍ଗଲରୁ କୁଟୁରା ମାଂସ ଓ ଚମଡା ଜବତ, ଆସାମୀ ଫେରାର

ନୀଳଗିରି (ଆପ୍ର): ବାଲେଶ୍ଵର ଜିଲ୍ଲା ନୀଳଗିରି କୁଳଡିହା ସଂରକ୍ଷିତ ଜଙ୍ଗଲ ଔପଦା ଅଂଚଳରେ କୁଟୁରା ମାଂସ ଓ ଚମଡା ଜବତ । ଗତକାଲି ରାତିରେ କୁଲଡିହା ସଂରକ୍ଷିତ ଜଙ୍ଗଲରୁ ବନ୍ଧସହି ଗ୍ରାମର ଗୋବା ସିଂ ଏକ କୁଟୁରାକୁ ଶିକାର କରି ସିଙ୍ଗାଖୁଣ୍ଟା ଗ୍ରାମରେ ବିକ୍ରି କରୁଥିବାର ଔପଦା ବନ ବିଭାଗ ସୂଚନା ପାଇଥିଲା । ଫରେଷ୍ଟର କିଶୋରଚନ୍ଦ୍ର ଭୁୟାଁ, ଫରେଷ୍ଟ ଗାର୍ଡ କବିତା ରାଣୀ ମହାକୁଡ଼, ସବୁଜବାହିନୀ କର୍ମଚାରୀ ଦେବେନ୍ଦ୍ର ରାଉତ, ହରିହର ବେହେରା ଏବଂ ବସନ୍ତ ସେଠୀଙ୍କୁ ନେଇ ଏକ ଟିମ ଅଚାନକ ଚଢାଉ କରିଥିଲେ ।

ହେଲେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ପରେ ଏସିଏଫଓ ଶରତ ଚନ୍ଦ୍ର ବେହେରା ଏବଂ ଔପଦା ରେଞ୍ଜର ବବିତା ସରେନ ଘଟଣା ସ୍ଥଳରେ ପହଞ୍ଚି ମୃତ କୁଟୁରାର ମୁଣ୍ଡ, ଛାଲ, ଚାରୋଟି ଗୋଡ଼, ଏବଂ କିଛି ମାଂସ ଜବତ କରିଥିଲେ । ତେବେ ଖୁବ୍ ଶୀଘ୍ର ଶିକାରୀକୁ ଗିରଫ କରିଯିବ ବୋଲି ଏସିଏଫ ପ୍ରକାଶ କରିଛନ୍ତି ।