PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ପୁଣି ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦ, କଂଗ୍ରେସ କହିଲା ‘କ୍ୟୁଁକି ମନ୍ତ୍ରୀ ଭି କଭି ଗ୍ରାଜୁଏଟ୍ ଥି’

ନୂଆଦିଲ୍ଲୀ,୧୨।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ଉତ୍ତର ପ୍ରଦେଶର ଆମେଥି ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିଜ ସତ୍ୟପାଠରେ ପରେ ଏବେ ଆଉଥରେ କଂଗ୍ରେସରେ ଟାର୍ଗେଟରେ ଆସିଛନ୍ତି। ସ୍ମୃତି ଇରାନୀଙ୍କ ଡିଗ୍ରୀକୁ ନେଇ ପୁଣିଥରେ ବିବାଦ ଆରମ୍ଭ ହୋଇଯାଇଛି।କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚର୍ତୁବେଦୀ ସ୍ମୃତି ଇରାନୀଙ୍କୁ କଟାକ୍ଷ କରି କହିଛନ୍ତି, ‘ଏବେ ଏକ ନୂଆ ସିରିୟଲ ଆସୁଛି, ତାହା ହେଲା ‘କ୍ୟୁଁକି ମନ୍ତ୍ରୀ ଭି କଭି ଗ୍ରାଜୁଏଟ୍ ଥି।’

source: https://www.ndtv.com

ଏଥର ସ୍ମୃତି ତାଙ୍କର ସତ୍ୟପାଠରେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଦ୍ବାଦଶ ଶ୍ରେଣୀ ଉଲ୍ଲେଖ କରିଛନ୍ତି। ଯାହାକୁ ନେଇ କଂଗ୍ରେସ ତାଙ୍କୁ ପୁଣିଥରେ ଟାର୍ଗେଟ କରିଛି। ଦଳର ମୁଖପାତ୍ର ପ୍ରିୟଙ୍କା ଚର୍ତୁବେଦୀ ତାଙ୍କୁ ସ୍ମୃତିଙ୍କ ଟିଭି ସିରିୟଲ ‘କ୍ୟୁକି ସାସ୍ ଭି କଭି ବହୁ ଥି’ ଥିମ ଲାଇନରେ କହିଛନ୍ତି କ୍ବାଲିଫିକେସନର ମଧ୍ୟ ରୂପ ବଦଳିଥାଏ, ନୂଆ ନୂଆ ଛାଞ୍ଚରେ ପଡିଥାଏ, ଗୋଟିଏ ଡିଗ୍ରୀ ଆସେ, ଗୋଟିଏ ଡିଗ୍ରୀ ଯାଏ, ଏଥିପାଇଁ ଆଫିଡେଭିଟ୍ ନୂଆ ହୁଏ।’ ତେଣୁ ପ୍ରିୟଙ୍କା ଏକ ସାମ୍ବାଦିକ ସମ୍ମିଳନୀରେ ଗୀତ ଗାଇ ସ୍ମୃତି ଇରାନୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଏକ ନୂଆ ସିରିୟଲ ଆସୁଛି ଯାହାର ନାଁ ହେଉଛି ’କ୍ୟୁକି ମନ୍ତ୍ରୀ ଭି କଭି ଗ୍ରାଜୁଏଟ୍ ଥି।’ ଏହା ତାହାର ଓପନିଂ ଲାଇନିଂ ହେବ। ସେ କହିଛନ୍ତି ସୃତି ନିଜର ଶିକ୍ଷାଗତ ଯୋଗ୍ୟତାକୁ ନେଇ ଗୋଟିଏ କଥା କାୟମ ରଖିଛନ୍ତି ତାହା ହେଲା କିଭଳି ଭାବରେ ଗ୍ରାଜୁଏସନରୁ ଦ୍ବାଦଶ ଶ୍ରେଣୀର ହୋଇଯାଆନ୍ତି, ସେ ମୋଦି ସରକାରଙ୍କ ଓ ମୋଦି ସରକାରରେ ଏସବୁ ସମ୍ଭବ।

source: https://www.ndtv.com

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଗତକାଲି ଉତ୍ତର ପ୍ରଦେଶ ଆମେଥି ଲୋକସଭା ପାଇଁ ନାମାଙ୍କନ ଦାଖଲ କରିବା ବେଳେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ,ସେ ଗ୍ରାଜୁଏସନ ଶେଷ କରିନାହାନ୍ତି। ନିଜ ନାମାଙ୍କନରେ ସେ ଉଲ୍ଲେଖ କରିଛନ୍ତି  ୧୯୯୧ରେ ସେକେଣ୍ଡାରୀ ସ୍କୁଲ ପରୀକ୍ଷା ଓ ୧୯୯୩ରେ ସିନିୟର ସେକେଣ୍ଡାରୀ ସ୍କୁଲ ପରୀକ୍ଷା ଦେଇଥିଲେ। ୧୯୯୪ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ସ୍କୁଲ ଅଫ୍ ଓପନ ଲର୍ନିଂ(କରେସପନଡେନ୍ସ)ରେ ବାଣିଜ୍ୟରେ ସ୍ନାତକ ପାଇଁ ଆଡମିଶନ କରିଥିବା ବେଳେ ଏଯାଏ ଶେଷ କରିନାହାନ୍ତି।

source: https://www.ndtv.com

 ୨୦୧୭ରେ ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିବା ବେଳେ ଇରାନୀ ସମାନ ତଥ୍ୟ ଦାଖଲ କରିଥିଲେ। କିନ୍ତୁ  ୨୦୧୪ ସାଧାରଣ ନିର୍ବାଚନରେ ଆମେଥି ଆସନ ପାଇଁ ନାମାଙ୍କନ ଭରିବା ବେଳେ ସେ ବାଣିଜ୍ୟରେ ସ୍ନାତକ କରିଥିବା ଦର୍ଶାଇଥିଲେ। ଅର୍ଥାତ୍ ନିଜକୁ ଗ୍ରାଜୁଏଟ ବୋଲି ଦର୍ଶାଇଥିଲେ। ଏହା ପୂର୍ବରୁ ୨୦୦୪ରେ ଦିଲ୍ଲୀ ଚାନ୍ଦିନୀଚୌକରେ କଂଗ୍ରେସ ନେତା କପିଲ ସିବଲଙ୍କ ନିର୍ବାଚନ ଲଢିବା  କଳାରେ ସ୍ନାତକ ୧୯୯୬ ମସିହାରେ ପୂରଣ କରିଥିବା ଦର୍ଶାଇଥିଲେ ସ୍ମୃତି। ବାରମ୍ବାର ନିଜର ଶିକ୍ଷାଗତ ଯୋଗ୍ୟତାକୁ ବଦଳାଉଥିବା କାରଣରୁ ସ୍ମୃତିଙ୍କୁ ଏଥର ଘେରିଛି କଂଗ୍ରେସ।

ସମ୍ବନ୍ଧିତ ଖବର