PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

CAB କୁ ନେଇ ସ୍ଥିତି ଅଣାୟତ: ଆସାମ ଗଣପରିଷଦ ମୁଖ୍ୟାଳୟରେ ଭଙ୍ଗାରୁଜା, ବିଜେପି ବିଧାୟକଙ୍କ ଘର ଜାଳିଦେଲେ ବିକ୍ଷୋଭକାରୀ

ଗୌହାଟି,୧୨।୧୨: ସଂସଦରେ ନାଗରିକତା ସଂଶୋଧନ ବିଲ(CAB ) ପାସ୍ ହେବାପରେ ଆସାମ ଓ ତ୍ରିପୁରାରେ ଜାରି ରହିଛି ହିଂସାକାଣ୍ଡ। ବୁଧବାର ଭୟଙ୍କର ରୂପ ନେଇଥିବା ହିଂସାକାଣ୍ଡ କାରଣରୁ ଗୌହାଟି ଓ ଡିବ୍ରୁଗଡରେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଇ ଦିଆଯାଇଥିଲା। ବିକ୍ଷୋଭକାରୀଙ୍କ ହିଂସ୍ର ଆନ୍ଦୋଳନ କାରଣରୁ ଆସାମରେ ଅନେକ ଲୋକ ଆହତ ହୋଇଛନ୍ତି। ଆଜି ଆନ୍ଦୋନଳକାରୀମାନେ ଆସାମ ଗଣ ପରିଷଦର ମୁଖ୍ୟାଳୟ ଉପରେ ଆକ୍ରମଣ କରିଛନ୍ତି। କାର୍ଯ୍ୟାଳୟ ବାହାରେ ଥିବା ଗାଡି ଗୁଡିକୁ ଭଙ୍ଗାରୁଜା କରିଛନ୍ତି ବିକ୍ଷୋଭକାରୀ। କେବଳ ସେତିକି  ନୁହେଁ ଜଣେ ବିଜେପି ବିଧାୟକଙ୍କୁ ଘରକୁ ମଧ୍ୟ ପୋଡି ଦେଇଛନ୍ତି।

ଗତ ୪ ଦିନ ଧରି ଆସାମ ଓ ତ୍ରିପୁରାରେ ଜାରି ରହିଥିବା ହିଂସ୍ର ବିକ୍ଷୋଭ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆସାମ ଓ ତ୍ରିପୁରାକୁ ଯିବା ଆସିବା କରୁଥିବା ସମସ୍ତ ଟ୍ରେନକୁ ବନ୍ଦ କରିଦିବଯାଇଛି। ଏପରିକି ବହୁ ଏୟାରଲାଇନ୍ସ ଆସାମର ବିଭିନ୍ନ ସହରୁ ନିଜର ଉଡାଣ ରଦ୍ଦ କରିଦେଇଛନ୍ତି।

ଗୁରୁବାର ମଧ୍ୟ ପୁଣିଥରେ ଉଗ୍ର ପ୍ରଦର୍ଶନ ଜାରି ରହିଛି। ଆସାମର ସ୍ଥିତି ଅଣାୟତ ହେବାପରେ ଲାଗିଛି। ପ୍ରଦର୍ଶନକାରୀମାନେ କର୍ଫ୍ୟୁକୁ ନମାନି ଭଙ୍ଗାରୁଜୁ ଆରମ୍ଭ କରିଦେଇଛନ୍ତି। ଆସାମ ସହିତ ମଣିପୁର, ତ୍ରିପୁରା, ମିଜୋରାମ, ଅରୁଣାଚଳ ପ୍ରଦେଶ ଓ ମେଘାଳୟରେ ଗତ ସୋମବାରଠାରୁ ବିକ୍ଷୋଭ ଜାରି ରହିଛି। ଆନ୍ଦୋଳନକୁ ୩୦ଟି ଛାତ୍ର ସଂଗଠନ ଓ ବାମ ଦଳ ଗୁଡିକର ସମର୍ଥନ ମିଳିଛି। ଗୌହାଟି ଓ ଡିବ୍ରୁଗଡରେ ସବୁଠାରୁ ଅଧିକ ହିଂସାକାଣ୍ଡ ଘଟିଥିବା ବେଳେ ବିକ୍ଷୋଭକାରୀମାନେ ବିଧାନସଭା, ସଚିବାଳୟରେ ବଳପୂର୍ବକ ପଶିବାକୁ ଚେଷ୍ଟା କରିଛନ୍ତି।