PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ପାଣି ପାଇପ୍‌ ଲାଇନ୍‌ ବିଛା ଚାଲିଥିଲା ବେଳେ ଅଘଟଣ: ମାଟି ଅତଡା ଖସି ଶ୍ରମିକ ମୃତ

ଭୁବନେଶ୍ୱର ୨୪/୧୨: ରାଜଧାନୀ ଉପକଣ୍ଠ ଲିଙ୍ଗିପୁର ଅଞ୍ଚଳରେ ପାଣି ପାଇପ୍‌ କାମ ଚାଲିଥିବା ବେଳେ ସୁରକ୍ଷା ଅଭାବଜନିତ ଅଘଟଣ ଘଟିଛି । ପାଇପ୍‌ ଲାଇନ୍‌ ବିଛାଯିବା ପାଇଁ ଖୋଳା ଯାଇଥିବା ଟ୍ରେଞ୍ଚ(ଖାଲ)ରେ ମାଟି ଅତଡ଼ା ଧସିଯିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସେ ହେଲେ ଗଞ୍ଜାମ ଜଗନ୍ନାଥପ୍ରସାଦ ଅଞ୍ଚଳର ନରହରି ପଲେଇ(୪୯) ।

ପୁଲିସ ଓ ଅଗ୍ନିଶମ ବାହିନୀ ସହାୟତାରେ ତାଙ୍କ ମୃତଦେହକୁ ମାଟି ଭିତରୁ ଉଦ୍ଧାର କରାଯାଇଛି । ଧଉଳି ଥାନା ପୁଲିସ୍‌ ତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।  ମିଳିଥିବା ସୂଚନା ମୁତାବକ, ପିଏଚ୍‌ଡି ପକ୍ଷରୁ ଲିଙ୍ଗିପୁର ଗାଁ’ର ଜେମାଦେଇ ହାଇସ୍କୁଲ ସାମ୍ନାରେ ପାଣି ପାଇପ୍‌ ବିଛା କାମ ଚାଲିଛି । ଆଜି ଏକ ଜେସିବି ମେସିନ୍‌ ଯୋଗେ ସେଠାରେ ମାଟି ଖୋଳା ଚାଲିଥିଲା । ନରହରିଙ୍କ ସହ ୮-୧୦ଜଣ ଶ୍ରମିକ ସେଠାରେ କାମରେ ଲାଗିଥିଲେ । ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ୬-୭ ଫୁଟ୍‌ ଗଭୀର ଟ୍ରେଞ୍ଚରେ ପଶି ନରହରି କାମ କରୁଥିଲେ ।

ଜେସିବି ମେସିନ୍‌ ଟ୍ରେଞ୍ଚ ଆଡକୁ ମାଡ଼ି ଆସିବାରୁ ମେସିନ୍‌ ତଳେ ଥିବା ଏକ ବଡ ମାଟି ଅତଡ଼ା ଚାପ ସମ୍ଭାଳି ନପାରି ହଠାତ୍‌ ଧସି ପଡ଼ିଥିଲା। ଫଳରେ ଟ୍ରେଞ୍ଚରେ ଥିବା ନରହରି ସମ୍ପୂର୍ଣ୍ଣ ପୋତି ହୋଇ ଯାଇଥିଲେ । ସଙ୍ଗେ ସଙ୍ଗେ ଅନ୍ୟ ଶ୍ରମିକ ଓ ସ୍ଥାନୀୟ ଲୋକ ମାଟି ତାଡି଼ ତାଙ୍କୁ ବାହାର କରିବାକୁ ଚେଷ୍ଟା କରିଥିଲେ । ପରେ ଅଗ୍ନିଶମ ବାହିନୀର ଏକ ଟିମ୍‌ ସେଠାରେ ପହଞ୍ଚି ମାଟି ଖୋଳି ପ୍ରାୟ ଅଧଘଣ୍ଟାଏ ପରେ ତାଙ୍କୁ ବାହାର କରିଥିଲା । ଧଉଳି ଥାନା ପୁଲିସ ନରହରିଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା । ହେଲେ ସେତେବେଳକୁ ନରହରିଙ୍କ ମୃତ୍ୟୁ ଘଟି ସାରିଥିଲା ।
  

ସେପଟେ କାମ ସ୍ଥଳରେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ କୌଣସି ସୁରକ୍ଷା ବ୍ୟବସ୍ଥା ନ କରି ମାଟି ଖୋଳା କାମ ଚଳାଇଥିଲେ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ବେପରୱା ମନୋଭାବ ଯୋଗୁ ଏଭଳି ଅଘଟଣ ଘଟିଲା ବୋଲି ସେମାନେ ଦର୍ଶାଇଥଇଲେ । କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା । ଏନେଇ ନରହରିଙ୍କ ସ୍ତ୍ରୀ ମଞ୍ଜୁଳା ପଲେଇ ଥାନାରେ ଏକ ଅଭିଯୋଗ କରିବା ସହ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ।