ଆଜି ଶ୍ରମିକ ଦିବସ: ସ୍ମାର୍ଟ ସହରରେ ଏମାନେ କେଉଁଠି ?

ସ୍ମାର୍ଟ ସିଟି ଭୁବନେଶ୍ୱରରେ ଏମାନେ କାଳେ ଅଲୋଡ଼ା । ସ୍ମାର୍ଟ ସହରର ସ୍ମାର୍ଟ ସଂଜ୍ଞା ଭିତରେ ଏମାନଙ୍କ ସ୍ଥାନ ନାହିଁ । ଏଥିପାଇଁ ତ ସହର ଭିତରୁ ଏମାନଙ୍କୁ ମିଛ ପ୍ରଲୋଭନ ଦେଖାଇ ଉଠାଇ ଦିଆଯାଉଛି ଉପକଣ୍ଠ ଅଞ୍ଚଳକୁ । ଖାଲି ବଡ଼ବଡ଼ିଆ ନୁହଁନ୍ତି ଭୋଟ ହାତଉଥିବା ଦଳୀୟ ନେତାମାନେ ବି ନିର୍ବାଚନୀ ଇସ୍ତାହରରେ ଏମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରିନାହାଁନ୍ତି । ସ୍ମାର୍ଟ ସହରର ଟ୍ୟାଗକୁ ବଜାୟ ରଖିବା ପାଇଁ ଦିନ ରାତି ଏକ କରି ଦେଉଥିବା ଏହି ଶ୍ରମିକମାନେ କିନ୍ତୁ ବଡ଼ବଡ଼ିଆଙ୍କ ପାଇଁ ଅଲୋଡ଼ା । ଅଥଚ ବାସ୍ତବିକ ବିଚାର କଲେ ଯଦି ଏମାନେ ଗୋଟିଏ ଦିନ କାମ ବନ୍ଦ କରି ଦିଅନ୍ତି ତେବେ ଅଚଳ ହୋଇଯିବ ସ୍ମାର୍ଟ ସହର । ଚାରିଆଡ଼େ ଜମା ହୋଇଯିବ କୁଢ଼ କୁଢ଼ ଅଳିଆ । ଡ୍ରେନ୍‌ ପାଣିରେ ଭାସିବ ରାଜଧାନୀ । ଘରେ ପଶିବ ନର୍ଦ୍ଦମା ପାଣି । ଶ୍ରମିକ ଦିବସ ଅବସରରେ ରାଜଧାନୀର ଏମିତି କିଛି ଶ୍ରମିକଙ୍କୁ ଭେଟି ସେମାନଙ୍କ କାହାଣୀ ଜାଣିବାକୁ ଚେଷ୍ଟା କରିଥିଲା ପ୍ରମେୟ ।

ମଣିଷ ହାଟ ଆଜି ବୃତ୍ତିହରାଙ୍କ ହାଟ

ପ୍ରତିଦିନ ସକାଳ ହେଲେ ଏମାନଙ୍କ ଡେରା ପଡ଼େ ମଣିଷ ହାଟରେ । କାମ ଧନ୍ଦା ଆଶାରେ ରାଜଧାନୀର ବସ୍ତିରେ ରହୁଥିବା ଅଧିକାଂଶ ଶ୍ରମିକ ଧାଇଁ ଆସନ୍ତି ଏହି ହାଟକୁ । ଯେଉଁଠି ସେମାନଙ୍କର ମୂଲଚାଲ ହୁଏ । ଦିନକୁ ୪୦୦ ଟଙ୍କାରେ ବଡ଼ ବଡ଼ିଆ ନିଜ କାମ ପାଇଁ ନେଇ ଯାଆନ୍ତି ଏମାନଙ୍କୁ । ହେଲେ ଏବେ ରାଜଧାନୀର ଏହି ଶ୍ରମିକ ହାଟ ଏବେ ବୃତ୍ତିହରାମାନଙ୍କ ହାଟ ପାଲଟିଛି । ପ୍ରତିଦିନ ୪ ଭାଗରୁ ମାତ୍ର ଭାଗେ ଲୋକଙ୍କୁ କାମ ମିଳୁଛି । ବାକି ଲୋକ କାମ ନ ପାଇ ଘରକୁ ରେୁଛନ୍ତି । ଶ୍ରମିକମାନଙ୍କୁ କାମ ଯୋଗାଇ ଦେବା ପାଇଁ ସରକାର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରିଥିଲେ ବି ଏମାନଙ୍କୁ କାମ ମିଳୁନି । ମଣିଷ ହାଟର ଏହି ସତ୍ୟକୁ ଆଜି ଖୋଜିବାର ଚେଷ୍ଟା କରିଥିଲା ପ୍ରମେୟ । ସକାଳ ପାଖାପାଖି ୬ଟା ୩୦ ହେବ । ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପ ସାମ୍ନାରୁ କ୍ରାଉନ ହୋଟେଲ ଯାଏଁ ଲମ୍ବିଥିବା ରାସ୍ତାରେ ଜମିଥିଲା ଭିଡ଼ । ପ୍ରତିଦିନ ଭଳି ଆଜି ବି ଚାଲିଥିଲା ମୂଲଚାଲ । ଦିନ ପ୍ରାୟ ୧୧ଟା ଯାଏଁ ଏମିତି ଥିଲା ପରିବେଶ । ଖରା ବଢ଼ିବା ସହ ଭଡ଼ ବି କମିଲା । କାମ ନ ପାଇ ଗୋଟି ଗୋଟି ହୋଇ ସମେସ୍ତ ଘର ମୁହାଁ ହେଲେ । ଏ ସ୍ଥିତି ଖାଲି କ୍ରାଉନ୍‌ ହୋଟେଲ ଆଗ ମଣିଷ ହାଟରେ ନୁହେଁ । ବରଂ କଳ୍ପନା ଛକ, ଡେଲ୍‌ଟା ଛକ, ଚନ୍ଦ୍ରଶେଖରପୁର ଛକରେ ଥିବା ମଣିଷ ହାଟରେ ସମାନ ସ୍ଥିତି ।

ଏବିଷୟରେ ୫୭ ବର୍ଷିୟା ରତ୍ନା ସାହୁ କହନ୍ତି ଆଜିକୁ ୭ ବର୍ଷ ହେବ କାମ ଆଶାରେ ଦିଗପହଣ୍ଡିରୁ ରାଜଧାନୀ ପଳାଇ ଆସିଥିଲି । ଏଠି, ମୁଁ ଓ ମୋ ସ୍ୱାମୀ ଉଲ୍ଲା ସାହୁ ମିଶି ବେଶ କିଛି ପଇସା ରୋଜଗାର ବି କରୁଥିଲୁ । ଗାଁରେ ଜମି ବାଡି ନଥିବା ବେଳେ ସେଠି କାମ ମିଳୁନଥିଲା । ତେଣୁ ଏ ରାଜଧାନୀ ଥିଲା ଆମର ଭରସା । ସାଲିଆ ସାହି ଗଉଡ଼ ପଡିଆରେ ୧୫୦୦ ଟଙ୍କା ଭଡ଼ାରେ ଆସି ଆମେ ବୁଢ଼ା ବୁଢ଼ି ରହିଲୁ । ଏବେ ବି ସେଇଠି ରହୁଛୁ । ଏଠି କାମ କଲେ ଗାଁରେ ୩ ପ୍ରାଣୀ କୁଟୁମ୍ବଙ୍କ ପେଟ ପୋଷା ହୁଏ । ଆଜିକୁ ୭ ମାସେ ହେବ ସ୍ୱାମୀଙ୍କ ଦେହ ଭଲ ନାହିଁ । ଗାଁରେ ପୁଅକୁ ଟିବି । ୮ ବର୍ଷର ନାତିକୁ ଶ୍ୱାସ ରୋଗ । ତେଣୁ ବୋହୂ କୁଆଡ଼େ ଯାଇ କାମ କରି ପାରୁନି । ଏବେ ୫ ଜଣଙ୍କ ପେଟର ଭାର ମୋ ଉପରେ । ଏଭଳି ସ୍ଥିତିରେ ଦିନେ ମିଳିଲେ, ୩ ଦିନ କାମ ନାହିଁ । ଗାଁରେ ବାର୍ଦ୍ଧକ୍ୟ ଭତ୍ତା, ବିପିଏଲ୍‌ ପାଇଁ ସରପଞ୍ଚଙ୍କ ପାଖକୁ ଦଉଡ଼ି ଦଉଡ଼ି ନୟାନ୍ତ । ଆଜି ହେବ, କାଲି ହେବ କହି ସେମାନେ ଏମିତି ହଇରାଣ କରୁଛନ୍ତି ଯେ ଏବେ ଆଉ ବଳ କି ସାହସ ପାଉନି । ତାଙ୍କ ଭଳି ଆଉ ଜଣେ ଶ୍ରମିକ ସୁଷମା ରେଡ୍ଡୀ ।

ଆଜିକୁ ୧୦ ବର୍ଷ ହେଲାଣି ବ୍ରହ୍ମପୁରରୁ ଆସି ରାଜଧାନୀ ସାଲିଆ ସାହିରେ ରହୁଛନ୍ତି । ସୁଷମା କହନ୍ତି ରାତି ୪ଟାରୁ ଘର ପାଇଟି ସାରି କାମ ପାଇଁ ମଣିଷ ହାଟରେ ଆସି ଡେରା ପକାଉଛୁ । ସକାଳ ୬ଟା ୩୦ରୁ ଦିନ ୧୧ଟା ୩୦ ଯାଏଁ ଏଠି ଅପେକ୍ଷା କରୁଛୁ । କାମ ମିଳିଲେ ତ ଖୁସିର କଥା, ନଚେତ ସେମିତି ଘରକୁ ରେି ଯାଉଛୁ । ଏମିତିରେ ପିଲାଙ୍କ କଥା ଭାବିବାକୁ ବେଳ କାହିଁ ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ରାଜ୍ୟରେ ବାକି ପଡ଼ିଛି ୩୯୩୬ କୋଟିର ଜଳ କର

ବଦଳିଲା ୨ ସ୍ୱତନ୍ତ୍ର ଟ୍ରେନ୍‌ର ଚଳାଚଳ ସମୟ: ଡିସେମ୍ବର ୧ରୁ ହାଓଡା-ସିକନ୍ଦରାବାଦ, ବିଶାଖାପାଟଣା-ବିଜୟୱାଡା ଚାଲିବ

ଟ୍ୱିନ୍‌ ସିଟି ଏନ୍‌ଏଚ୍‌ରେ ଲେନ୍‌ ଡ୍ରାଇଭିଂ: ନିୟମ ଭାଙ୍ଗିଲେ ଧରିବ ସିସିଟିଭି ଓ ଇଣ୍ଟରସେପ୍ଟର, ଘରରକୁ ପଠାଯିବ ଇ-ଚାଲାଣ