PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

କ୍ରସର୍‌ ଶ୍ରମିକକୁ ନିର୍ମମ ହତ୍ୟା! ଗୁପ୍ତାଙ୍ଗ କାଟିବା ସହ ଆଖି ତାଡ଼ିନେଲେ ଦୃର୍ବତ୍ତ

ଗଁଦିଆ ୧୪/୧୨: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ନିତ୍ୟାନନ୍ଦପୁରଠାରେ ଶୁକ୍ରବାର ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। କ୍ରସର୍‌ରେ କାମ କରୁଥିବା ଜଣେ ଶ୍ରମିକଙ୍କୁ ନୃଶଂସ ଭାବେ ହତ୍ୟା କରିବା ସହ ତାଙ୍କର ଗୁପ୍ତାଙ୍ଗ କାଟି ଦିଆଯାଇଛି। ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ବେଳେ ଗୋଟିଏ ଆଖି ତାଡ଼ି ଦିଆଯାଇଛି । ପୁଲିସ ଘଟଣାର ଛାନ୍‌ଭିନ୍‌ ଚଳାଇଥିବା ବେଳେ ଅଭିଯୁକ୍ତଙ୍କ ଗିରଫଦାରି ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀ ନିହଲପ୍ରସାଦ-ଚଢେଇଧରା ରାସ୍ତାରେ ଶବ ରଖି, ଟାୟାର୍‌ ଜାଳି ରାସ୍ତାରୋକ କରିଥିଲେ । ମୃତ ଶ୍ରମିକ ନିହଲପ୍ରସାଦ ଥାନା ନିତ୍ୟାନନ୍ଦପୁର ଗ୍ରାମର କଷ୍ଟୁ ବେହେରାଙ୍କ ସାନପୁଅ ପୂର୍ଣ୍ଣଚନ୍ଦ୍ର ବେହେରା(୪୦) ।

ପୂର୍ଣ୍ଣଚନ୍ଦ୍ର ନିହଲପ୍ରସାଦର ଏକ କ୍ରସର୍‌ରେ ଶ୍ରମିକ ଭାବେ କାମ କରୁଥିଲେ। ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀ ଅକାଳ ମୃତ୍ୟୁ ମୁଖରେ ପଡ଼ିବା ପରେ ୧୬ ବର୍ଷର ଏକମାତ୍ର କନ୍ୟା ମାଉସୀ ଘରେ ରହୁଛନ୍ତି। ତେଣୁ ଏକ ବର୍ଷ ହେଲା ସେହି କ୍ରସର୍‌ ପରିସରରେ ରହୁଥିଲେ। ହେଲେ ଶୁକ୍ରବାର ସକାଳେ ପୂର୍ଣ୍ଣଚନ୍ଦ୍ରଙ୍କ ଘର ଆଗରେ ତାଙ୍କର ରକ୍ତରଂଜିତ ମୃତଦେହ ପଡ଼ିଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ । ପୂର୍ଣ୍ଣଚନ୍ଦ୍ରଙ୍କର ବାମ ଆଖି ତାଡ଼ି ନେଇଥିବାବେଳେ ଗୁପ୍ତାଙ୍ଗ କାଟି ଦିଆଯାଇଥିଲା । ଗୋଡ୍‌ ଓ ପାଟିରେ କ୍ଷତ, ବେକରେ କ୍ଷତ ଚିହ୍ନ ଥିବା ଦେଖାଯାଇଥିଲା। ଗତରାତିରେ ଦୁର୍ବୃତ୍ତମାନେ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରି ଘର ସମ୍ମୁଖରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି ।

ଶୁକ୍ରବାର ସକାଳୁ ପୂର୍ଣ୍ଣଚନ୍ଦ୍ରଙ୍କ ପୁତୁରା (ବଡଭାଇଙ୍କ ପୁଅ) ମୃତଦେହ ପଡ଼ିଥିବା ଦେଖି ଘରର ଅନ୍ୟମାନଙ୍କୁ ଜଣାଇଥିଲେ । ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର, ଥାନା ଅଧିକାରୀ ରତ୍ନାକର ମଲ୍ଳିକ, ଅତିରିକ୍ତ ତହସିଲ୍‌ଦାର ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଶବ ଜବତ କରି ଘଟଣାର ଅନୁଧ୍ୟାନ କରିଥିଲେ । ମୃତକଙ୍କ ପରିବାରକୁ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ମୃତ ପୂର୍ଣ୍ଣଚନ୍ଦ୍ରଙ୍କ ବଡ଼ଭାଇ ବାସୁଦେବ ବେହେରାଙ୍କ ଏତଲାକ୍ରମେ ପୁଲିସ ହତ୍ୟା ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଏବଂ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ଅନୁସନ୍ଧାନ ଜାରି ରଖିଛି ବୋଲି ଥାନା ଅଧିକାରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି ।