PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଭଦ୍ରକ: ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଭଦ୍ରକ ୫/୮: କ୍ଷତି ପୂରଣ ଦାବିରେ ରାସ୍ତା ରୋକ । ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ରୋଡ ଫାଣ୍ଡି ପୋଡପୋଡା ନିକଟରେ ଏକ ମୋବାଇଲ ଟାୱାର ଉପରେ ଚଢି କାମ କରୁଥିବା ବେଳେ ଶ୍ରମିକ ଖସି ପଡି ମୃତ୍ୟୁ ବରଣ କରିଛନ୍ତି । ଅନ୍ୟ ଜଣେ ଶ୍ରମିକ ଖସି ପଡି ତାଙ୍କ ହାତ ଭାଙ୍ଗି ଯାଇଥିଲା । ମୃତ ଶ୍ରମିକଙ୍କ ନାମ ପ୍ରଦୀପ ସେଠୀ ବୋଲି ସୂଚନା ମିଳିଛି । କାର୍ଯ୍ୟ କରାଉଥିବା ଠିକାଦାର ଏମାନଙ୍କ କଥା ନବୁଝି ସେମାନଙ୍କୁ ମେଡିକାଲରେ ପକାଇଦେଇ ଆସିଥିଲେ ବୋଲି ଅଭିଯୋଗ ହୋଇଛି ।

ଠିକାଦାର ଏବଂ ମୃତ ପ୍ରଦୀପ ସେଠି ବନ୍ତ ବ୍ଲକ ଉଭୟ ଛୟାଳସିଂ ଗାଁର । ପ୍ରଦୀପର ଘରର ଲୋକମାନେ ଠିକାଦାରଙ୍କୁ ପ୍ରଦୀପଙ୍କ ସଂପର୍କରେ ପଚାରିଥିଲେ ମଧ୍ୟ କୌଣସି ସଠିକ ଖବର ଦେଇନଥିଲେ । ତେବେ ଆଜି ପ୍ରଦୀପଙ୍କ ଘରର ଲୋକେ ମୃତ ଦେହ ଆଣିଥିଲେ । ଭଦ୍ରକ-ବନ୍ତ ରାସ୍ତାର ଠିକାଦାରଙ୍କ ଘର ପାଖ ଛୟାଳସିଂ ରାସ୍ତାରେ ମୃତଦେହ ରଖି ଟାୟାର ଜାଳି କ୍ଷତି ପୂରଣ ଦାବି କରିଥିଲେ । ଦୀର୍ଘ ସମୟ ହେଵ ଉଭୟ ପଟୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ବନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।