ମଜୁରୀ ମାଗିବାରୁ ଶ୍ରମିକଙ୍କୁ ହତ୍ୟା

ଜୟପୁର ଏପ୍ରିଲ ୩୦ : ମଜୁରି ଟଙ୍କା ମାଗିବାରୁ ଶ୍ରମିକକୁ ହତ୍ୟା। ଏମିତି ଘଟଣା ଘଟିଛି କୋରାପୁଟରେ । ଘରୋଇ ହସପିଟାଲ କାମରେ ନିୟୋଜିତ ଶ୍ରମିକକୁ ହତ୍ୟା ଅଭିଯୋଗରେ ସୁପରଭାଇଜର ସହ ୩ ଗିରଫ । ଏମାନଙ୍କୁ ଗିରଫ କରିଛି କୋରାପୁଟ ଟାଉନଥାନା ପୋଲିସ।

କୋରାପୁଟ ଅଶୋକ ନଗରସ୍ଥିତ ମୁଖ୍ୟ ରାସ୍ତାରେ ବିକାଶ ଡାଇଗ୍ନୋଷ୍ଟିକ ହସପିଟାଲ ଗୃହନିର୍ମାଣ କାମ ଚାଲୁ ରହିଛି। ନିର୍ମାଣ କାମରେ ନିୟୋଜିତ ଶ୍ରମିକ ବିଜୟା ନନ୍ଦ, ସୁପର ଭାଇଜରଙ୍କୁ ବକେୟା  ମଜୁରି ଟଙ୍କା ମାଗିଥିଲେ। ଏକାଧିକ ଥର ମାଗିବା ପରେ ମଧ୍ୟ ଟଙ୍କା ନମିଳିବାରୁ ସୁପରଭାଇଜରକୁ ଗାଳି ଗୁଲଜ କରି ଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଅନ୍ୟ ୨ ସହଯୋଗୀଙ୍କ ସହଯୋଗରେ ସୁପର ଭାଇଜର ଶ୍ରମିକ ବିଜୟା ନନ୍ଦକୁ ହତ୍ୟାକରିଥିଲେ। ଖବରପାଇ ଟାଉନପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ତଦନ୍ତ କରି ୩ ଜଣକୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ଠେଙ୍ଗା ଜବତ କରାଯାଇଛି।

   ସମ୍ବନ୍ଧିତ ଖବର


ଅପ୍‌କମିଙ୍ଗ କମେଡି ଫିଲ୍ମ ‘ଲୁଡୋ’ର ଟ୍ରେଲର ରିଲିଜ୍

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ, ୪ ଫେରାର୍‌

IPL ବେଟିଂ କରୁଥିଲେ ଧରାପଡ଼ିଲେ, ଯୁବକଙ୍କୁ ଗିରଫ କଲା ପୋଲିସ

ପୁଣି ଖାକିରେ କଳଙ୍କ: ଥାନା ଅଧିକାରୀ ଓ ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ୍‌, ସ୍ୱାମୀ, ଦୁଇ କର୍ମଚାରୀଙ୍କ ନାଁରେ ଏତଲା ଦେଲେ ମହିଳା

ରାଜଧାନୀରୁ ୫ଲକ୍ଷ ଟଙ୍କା ଗଞ୍ଜେଇ ଜବତ: ୨ ବେପାରୀଙ୍କୁ ବାନ୍ଧିଲା କୁଇକ୍‌ ଆକ୍ସନ ଟିମ୍

ଚନ୍ଦ୍ରରେ 4G ନେଟଓ୍ୱର୍କ ସ୍ଥାପନ କରିବ ନୋକିଆ- ନାସାଠାରୁ ପାଇଁ ୧୪.୧ ମିଲିୟନ ୟୁଏସ୍‌ ଡଲାର ଅର୍ଡର ପାଇଲା