PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଭୁଲି ଯାଆନ୍ତୁ ଚୀନ୍ ସାମନାରେ ଠିଆ ହେବା, ପ୍ରଧାନମନ୍ତ୍ରୀ ମୋଦିଙ୍କର ସେତିକି ସାହାସ ନାହିଁ: ରାହୁଲ ଗାନ୍ଧି

https://www.thehindu.com/

ନୂଆଦିଲ୍ଲୀ,୬।୮: ଲଦାଖରେ ଏଲଏସିରେ ଚୀନ ସହିତ ଜାରି ଗତିରୋଧ ନେଇ କଂଗ୍ରେସ ଏବେ ମୋଦି ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଭୁଲି ଯାଆନ୍ତୁ ଚୀନ୍ ଆଗରେ ଆମେ କେବେ ଠିଆ ହେବା। ପ୍ରଧାନମନ୍ତ୍ରୀ ମୋଦିଙ୍କର ଏତେ ସାହାସ ନାହିଁ ଯେ, ସେ ଚୀନର ନାଁ ନେଇପାରିବେ।

ରାହୁଲ ଗାନ୍ଧି ନିଜର ଟୁଇଟରେ ଏକ ଖବରକୁ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ କହିଛନ୍ତି ଚୀନର ଅତିକ୍ରମଣ କଥାକୁ ସ୍ବୀକାର କରାଯାଇଥିବା ଦସ୍ତାବିଜକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଓ୍ବେବସାଇଟରୁ ହଟାଇ ଦିଆଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ନିଜର ଓ୍ବେବସାଇଟରେ ଏକ ଡକ୍ୟୁମେଣ୍ଟରୀ ଅପଲୋଡ୍ କରିଛି, ଯେଉଁଥିରେ କୁହାଯାଇଛି ଲଦାଖର ବହୁ ଅଞ୍ଚଳରେ ଚୀନ ସେନାର ଅତିକ୍ରମଣ ଘଟଣା ବଢିଛି। ଡକ୍ୟୁମେଣ୍ଟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ବୀକାର କରିଛି ଯେ, ମଇ ମାସରେ ଚୀନ୍ ଲଗାତାର ଏଲସି ଉପରେ ଅତିକ୍ରମଣ ବଢାଯାଉଛି, ତେବେ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଦସ୍ତାବିଜକୁ ନିଜର ଓ୍ବେବସାଇଟରୁ ହଟାଇ ଦେଇଥିଲା।