ଆକାଶମାର୍ଗରୁ ଶତ୍ରୁ ଉପରେ ରହିବ ନଜର, ଇସ୍ରାଏଲରୁ ୧ ବିଲିୟନ ଡଲାରରେ ଭାରତ କିଣିବ ଦୁଇଟି ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ,୨୭।୮: ଚୀନ ସହିତ ଗଲଓ୍ବାନରେ ହୋଇଥିବା ସଂଘର୍ଷ ପରେ ଭାରତ ସରକାର ସୁରକ୍ଷା ବ୍ୟବସ୍ଥାକୁ ନେଇ ସଜାଗ  ହୋଇଯାଇଛନ୍ତି। ଏହି କାରଣରୁ ଏବେ ଇସ୍ରାଏଲରୁ ଆହୁରି ଦୁଇଟି ଫଲକନ୍ airborne warning and control system (AWACS)  କିଣିବାର ପ୍ରସ୍ତୁତି କରୁଛି। ଏହି ଡିଲ୍ ୧ ବିଲିୟନ ଡଲାରର ହେବ। ଭାରତ ଗତ କିଛି ସମୟ ହେବ ଏହି ଡିଲ୍ ଘୁଞ୍ଚାଇ ଆସୁଥିଲା, କାରଣ ଏହି ଏୟାରକ୍ରାଫ୍ଟର ମୂଲ୍ୟ ଖୁବ୍ ଅଧିକ ରହିଛି।

ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଦୁଇଟି AWACS  କିଣିବାର ଏହି ଡିଲରେ ଭାରତକୁ ରୁଷର ହେଭି ଲିଫ୍ଟ ଏୟାରକ୍ରାଫ୍ଟ  Ilyushin-76 ଉପରେ ଇସ୍ରାଏଲର ଫାଲକନ୍ ଅର୍ଲି ଓ୍ବାର୍ନିଂ ରାଡାର ସିଷ୍ଟମ ମିଳିବ। ଦୀର୍ଘ ଦିନର ଚର୍ଚ୍ଚା ପରେ ଏହି ଡିଲ ନେଇ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି (ସିସିଏ)ରୁ ଅନୁମତି ମିଳିବା ବାକି ରହିଛି।

ଏହି ଡିଲ୍ ଅନୁସାରେ, ଭାରତ ଇସ୍ରାଏଲରୁ ଦୁଇଟି ଫାଲକନ୍ ଏୟାରବର୍ନ ଓ୍ବାର୍ନିଂ କନଟ୍ରୋଲ ସିଷ୍ଟମ (airborne warning and control system -AWACS)  ଏୟାରକ୍ରାଫ୍ଟ କିଣାଯିବ। ଯେଉଁ ଦୁଇଟି AWACS କୁ ଇସ୍ରାଏଲରୁ କିଣିବା ନେଇ ଆଲୋଚନା ଚାଲିଛି ତାହା ପୂର୍ବରୁ ୩ଟି ଫାଲକନ୍ ତୁଳନାରେ ଅଧିକରୁ ଅଧିକ ଶକ୍ତିଶାଳୀ ହେବ। ଏହାଦ୍ବାରା ବହୁ ଦୂର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଫ୍ଲାଇଂ ଅବଜେକ୍ଟ ଉପରେ ନଜର ରଖାଯାଇ ହେବ। ଇଣ୍ଡିଆନ୍ ଏୟାରଫୋର୍ସ ପୂର୍ବରୁ ୩ ଫାଲକନ୍ ଆବାକ୍ସ (Phalcon AWACS) କୁ ଅପରେଟ୍ କରିଥାଏ। ଏମାନଙ୍କୁ ଆଇଏଏଫରେ ୨୦୦୯-୨୦୧୧ ଭିତରେ ସାମିଲ କରାଯାଇଥିଲା।

ଇସ୍ରାଏଲରୁ ଭାରତ ସରକାର ୨୦୦୯-୨୦୧୧ ଭିତରେ ଦୁଇଟି AWACS ଏୟାରକ୍ରାଫ୍ଟ କିଣି ସାରିଛି। ସେତେବେଳେ ଏହି ଡିଲ୍ ୧.୧ ବିଲିୟନ ଡଲାରରେ ହୋଇଥିଲା। ଏବେ ଦୁଇଟି ଏୟାରକ୍ରାଫ୍ଟର ମୂଲ୍ୟ ୧ ବିଲିୟନ ଡଲାର ରହିଛି। ଡିଲ୍ ମହଙ୍ଗା ହେବା କାରଣରୁ ଭାରତ ସରକାର ଏହାକୁ ଘୁଞ୍ଚାଉଥିଲେ, କିନ୍ତୁ ନିକଟର ଘଟଣା ପରେ ଏହା ଜରୁରୀ ହୋଇଯାଇଛି। ନୂଆ AWACS ଏୟାରକ୍ରାଫ୍ଟର ଡେଲିଭରୀରେ ୩-୪ ବର୍ଷ ସମୟ ଲାଗିପାରେ।

   ସମ୍ବନ୍ଧିତ ଖବର


ମିଳିଳା ୫ ହଜାର ବର୍ଷ ପୁରୁଣା ତିମି ମାଛର କଙ୍କାଳ,ଖୋଲିବ ଏହି ସବୁ ରହସ୍ୟ

ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା: ଗ୍ରହାଣୁ ଧକ୍କାକୁ ଅନୁକରଣ କରି କିଛି ମିନିଟ୍‌ ମଧ୍ୟରେ ପ୍ରୟୋଗଶାଳାରେ ବିକଶିତ କଲେ ହୀରା

ବିପତ୍ତି ଆଣିଦେଲା ସୁଯୋଗ, ଏହି କାରିଗର ଆରମ୍ଭ କରିଦେଲେ ସୁନା-ରୁପାର ମାସ୍କ

ଆତ୍ମହତ୍ୟା ଉଦ୍ୟମ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…

ଓଲା, ଉବର ପାଇଁ ନୂଆ ଗାଇଡ୍‌ଲାଇନ ଜାରି: କ୍ୟାବ୍‌ ଡ୍ରାଇଭର ପାଇବେ ୮୦% ଭଡ଼ା, ମୋଟ ଭଡ଼ାର ୨୦% ରଖିପାରିବେ ଆଗ୍ରିଗେଟର

ବଢିଲା ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ସମ୍ଭାବନା, ଇରାନ ପରମାଣୁ ବୈଜ୍ଞାନିକଙ୍କ ହତ୍ୟାକୁ ନେଇ ବଢୁଛି ବିବାଦ…