ଚୀନ୍‌କୁ ଜବାବ ଦେବାପାଇଁ ପ୍ରସ୍ତୁତି- ଲଦାଖରେ ମୁତୟନ ହେଲେ ସର୍ଜିକାଲ୍‌ ଷ୍ଟ୍ରାଇକିଂ ଫୋର୍ସ

ନୂଆଦିଲ୍ଲୀ – ଲଦାଖ ସୀମାରେ ଭାରତ ଓ ଚୀନ୍‌ର ସେନା ଜବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ  ଭଲ ନାହିଁ । ପୂର୍ବରୁ ଚୀନ୍‌ ଏହି ଆକ୍ରମଣ ପାଇଁ ପ୍ରସ୍ତୁତି କରିଥିଲା । ମାତ୍ର ଭାରତୀୟ ସେନାର ବୀର ଜାବାନମାନେ ତାଙ୍କୁ ଦୃଢ ଜବାବ ଦେଇଥିଲା । ଚୀନ୍‌ର ବିଶ୍ୱାସ ଘାତକତାର ପ୍ରମାଣ ପୂର୍ବରୁ ଅଛି । ୧୯୬୨ ମସିହାରେ ହିନ୍ଦୀ ଚୀନି ଭାଇ ଭାଇ କହି ଆକ୍ରମଣ କରିଥିଲେ । ତିଦ୍ଦତକୁ ଅଧିକାର କରିବା ପରେ ଭାରତର ୪୫ ହଜାର ବର୍ଗ କିଲୋମିଟ ଅଂଶକୁ ଜବର ଦଖଲ କରିଥିଲା । କେବଳ ସେତିକି ନୁହେଁ ପ୍ରତ୍ୟେକ ବର୍ଷ କିଛି କିଛି ଅଞ୍ଚଳକୁ ନିଜ ଅଧିକାରୀକୁ ନେବା ପାଇଁ ଚେଷ୍ଟା କରୁଥିଲା ।

ଏବେ ସେହି ଅପଚେଷ୍ଟାରେ ବିଫଳ ହେବାପରେ ଭାରତୀୟ ସେନା ଜବାନଙ୍କ ଉପରେ ଭୀରୁ  ପରି ଆକ୍ରମଣ କରିଥିଲା । ଶୂନ ଡିଗ୍ରୀ ତାପମାତ୍ରାରେ ଭାରତୀୟ ଜବାନମାନେ ଏହାର କଡା ଜବାବ ଦେଇଥିଲେ ।

ଏହାପରେ ଦୁଇ ଦେଶ ପକ୍ଷରୁ ସୀମାରେ ସେନା ସହ ଯୁଦ୍ଧାସ୍ତ୍ର ମୁତୟନ କରାଯାଇଛି । ବିଶ୍ୱାସଘାତକ ଚୀନ୍‌ କେଉଁ ସମୟରେ କି ପଦକ୍ଷେପ ନେବ ତା ଉପରେ ବିଶ୍ୱାସ ନଥିବାରୁ ଭାରତ ଲଦାଖରେ ସେନା ମୁତୟନ କରିଛି। କେବଳ ସେତିକି ନୁହେଁ  ଯୁଦ୍ଧାସ୍ତ୍ର ଓ ଯୁଦ୍ଧବିମାନକୁ ସତର୍କ ହୋଇ ରହିବା ପାଇଁ କୁହାଯାଇଛି। ୨୦୧୭ ମସିହାରେ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିବା ସେନାର ସ୍ୱତନ୍ତ୍ର ବା ସ୍ପେଶାଲ୍‌ ଫୋର୍ସକୁ ଲଦାଖରେ ମୁତୟନ କରାଯାଇଛି ।

ଦରକାର ପଡିଲେ ଚୀନ୍‌ ବିରୋଧରେ ଏହି ଫୋର୍ସର ବ୍ୟବହାର କରାଯାଇ ପାରେ । ସ୍ପେଶାଲ୍ ଫୋର୍ସର ଜବାନମାନଙ୍କୁ ବିଭିନ୍ନ ଶାଖାରେ ବିଭକ୍ତ କରାଯାଇ ଲଦାଖର ବିଭିନ୍ନ ଅଞ୍ଚଳରେ ମୁତୟନ କରାଯାଇଛି।  ସେନାର ସର୍ଜିକାଲ ଷ୍ଟ୍ରାଇକ୍‌  ପାଇଁ ୧୨ରୁ ଅଧିକ ସ୍ୱତନ୍ତ୍ର ବଳ ବା ସ୍ପେଶାଲ୍‌ ଫୋର୍ସ ରହିଛି। ଏମାନେ ଅଲଗା ଅଲାଗା ସ୍ଥାନମାନଙ୍କରେ ତାଲିମ ପାଇଁ ଥାଆନ୍ତି। ଜାମ୍ମୁ କାଶ୍ମୀର ସହ ଦଶ ବିଭିନ୍ନ ଅଞ୍ଚଳରେ ଏମାନଙ୍କୁ ତାଲିମ ଦିଆଯାଇଥାଏ । ପାର୍ବତ୍ୟ ଲଢେଇରେ ଏମାନେ  ବେଶ୍‌ ପାରଙ୍ଗମ ।

ମେ ମାସରେ ଭାରତ ଓ ଚୀନ୍‌ ମଧ୍ୟରେ ସୀମା ବିବାଦ ଆରମ୍ଭ ହୋଇଥିଲା । ଜୁନ୍‌ ୧ ୫ ଓ ୧୬ ତାରିଖରେ ଦୁଇ ଦେଶର ସେନା ଜବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିପେ ଭାରତର ୨୦ ଜଣ ଜବାନ ସହିଦ ହୋଇଥିବା ବେଳେ ଚୀନ୍‌ର ୪୩ ଜଣ ସେନା ଜବାନ ହତାହତ ହୋଇଥିଲେ। ତେବେ ଚୀନ୍‌ ପକ୍ଷରୁ ଏ ବିଷୟରେ କୌଣସି ସୂଚନା ଦିଆଯାଇ ନଥିଲା ।

ଏବେ ଦୁଇ ଦେଶ ମଧ୍ୟରେ ବରିଷ୍ଠ ସେନା ଅଧିକାରୀଙ୍କ ମଧ୍ୟରେ ଏହାକୁ ନେଇ କଥାବାର୍ତ୍ତା ଚାଲିଛି । ମାତ୍ର ଏହାର କୌଣସି ଫଳାଫଳ ବାହାରି ନାହିଁ । ତେବେ ନିୟନ୍ତ୍ରଣ ରେଖା ନିକଟରୁ ସେନା ହଟାଇବା ପାଇଁ ଦୁଇ ଦେଶ ରାଜି ହୋଇ ନାହାନ୍ତି ।

ଏବେ ଭାରତ ଚୀନ୍‌ ଆପ୍‌ ନିଷେଧ ଘୋଷଣ କରିବା ସହ ବିଭିନ୍ନ ଚୀନ୍ କମ୍ପାନୀଙ୍କୁ ଦିଆଯାଇଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ବାତିଲ କରିଛି ।  ଏବେ ୩୯ ହଜାର କୋଟି ଟଙ୍କାର ଯୁଦ୍ଧ ବିମାନ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣିବା ବୋଲି ଭାରତ ନିଷ୍ପତ୍ତି ନେଇଛି ।

   ସମ୍ବନ୍ଧିତ ଖବର


ଯୁବତୀଙ୍କ ସହ ବାଥ୍‌ରୁମ୍‌ ଭିଡିଓ କଲ୍‌ରେ ଉଲଗ୍ନ ହୋଇଥିଲେ ଯୁବକ – ଏବେ ଟଙ୍କା ଦେବା ପାଇଁ ମିଳୁଛି ଧମକ

ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି କରୋନା ପଜିଟିଭ୍

ଲାଲ୍‌ କିଲ୍ଲାରୁ ସାଇବର ଓ୍ୱାର ପ୍ରତିହତ ପାଇଁ ପ୍ରଧାନମନ୍ତ୍ରୀଙ୍କର ବଡ ଘୋଷଣା

ଲିଫ୍ଟ ମାଗିଥିବା ମହିଳା ଥିଲେ ପ୍ରେତାତ୍ମା- ଅଙ୍ଗେ ନିଭେଇଥିବା କଥା

ଇଏ ସେହି ମହିଳା, ଯିଏ ପୁରା ବିଶ୍ୱ ପାଇଁ ତିଆରି କରନ୍ତି Indian Flag

କରୋନା କାଳରେ ଚାଲିଛି ଅରବପତିଙ୍କ ବିଳାସପୂର୍ଣ୍ଣ ପାର୍ଟି, ଅତିଥିଙ୍କର ପ୍ରତି ୧୫ ମିନିଟରେ ହେଉଛି କୋଭିଡ୍ ଟେଷ୍ଟ