ମହିଳା କମିଶନରେ ପତ୍ନୀଙ୍କ ଅଭିଯୋଗ, ‘ଆଜି ମୋ ସ୍ୱାମୀଙ୍କ ବାହାଘର’

source:www.youthkiawaaz.com
ଭୁବନେଶ୍ୱର,୨୮ା୨(ବ୍ୟୁରୋ): ‘ଆଜି ମୋ ସ୍ୱାମୀଙ୍କ ବାହାଘର । ତାଙ୍କ ବାହାଘର ରୋକି ଦିଅନ୍ତୁ ଆଜ୍ଞା । ମୋ ୬ ବର୍ଷର ପୁଅଟେ ଅଛି । ମାଆ ପୁଅ ଆମେ ବେସାହାରା ହୋଇଯିବୁ । ମୋ ସ୍ୱାମୀ ଆଉ ଗୋଟେ ଝିଅକୁ ଭଲପାଇ ତାକୁ ଆଜି ବାହା ହେବାକୁ ଯାଉଛନ୍ତି । ତାଙ୍କୁ ଗିରଫ କରନ୍ତୁ । ଏହା କୌଣସି ଯାତ୍ରାର ସଂଳାପ ନୁହେଁ । ରାଜ୍ୟ ମହିଳା ଆୟୋଗରେ ସ୍ୱାମୀଙ୍କ ବିରୋଧରେ ପତ୍ନୀଙ୍କ ଫେରାଦ । ପ୍ରତାରକ ସ୍ୱାମୀ ହେଉଛନ୍ତି ଭାରତୀୟ ରିଜର୍ଭ ବାଟାଲିଅନ୍ (ଆଇଆର୍ବି)ର ଜଣେ କନଷ୍ଟେବଳ । ତାଙ୍କ ନାଁ ସଞ୍ଜୟ କୁମାର ବଦରା । ଘର ମୟୂରଭଞ୍ଜ ମହୁଲଡିହା ଥାନା ଅଧୀନ ମିଟୁଆଣିରେ । ସେ ପୁରୀ ଜିଲ୍ଲାରେ ଥିବା ଏକ ଥାନାରେ କାର୍ଯ୍ୟରତ ଜଣେ ମହିଳା ପୁଲିସ ସବ୍ଇନ୍ସପେକ୍ଟରଙ୍କୁ ଭଲପାଇ ଦ୍ୱିତୀୟ ବିବାହ କରିବାକୁ ଉଦ୍ୟମ କରୁଥିବା ତାଙ୍କ ପତ୍ନୀ ସସ୍ମିତା ଅଭିଯୋଗ କରିଛନ୍ତି । ସସ୍ମିତାଙ୍କ ଅଭିଯୋଗ ମୁତାବକ, ସଞ୍ଜୟଙ୍କ ସହ ତାଙ୍କର ୨୦୧୧ରେ ବିବାହ ହୋଇଥିଲା । ତାଙ୍କର ଉମେଶ ନାମକ ୬ ବର୍ଷର ଏକ ପୁଅ ଅଛି । ବିବାହ ପରେ ସବୁ ଠିକ୍ଠାକ୍ ଚାଲିଥିଲା । କିଛି ନ ଜଣାଇ ଉମେଶ ବାରମ୍ବାର ପୁରୀ ଯା’ଆସ କରିବାରୁ ସସ୍ମିତାଙ୍କ ସନ୍ଦେହ ହୋଇଥିଲା । ତାଙ୍କ ସାଙ୍ଗଙ୍କୁ ପଚରାଉଚରା ବେଳେ ଜଣା ପଡିଥିଲା, ଦୁଇବର୍ଷ ଧରି ଉମେଶ ଜଣେ ଲେଡି ସବ୍ଇନ୍ସପେକ୍ଟରଙ୍କୁ ପ୍ରେମ କରୁଛନ୍ତି । ଫେସ୍ବୁକ୍ ଜରିଆରେ ତାଙ୍କ ସହ ସମ୍ପର୍କ ସ୍ଥାପନ ହୋଇଥିଲା । ପରିଚୟ ବଢ଼ିବା ପରେ ତାଙ୍କ ସହ ଲୁଚିଛପି ପୁରୀ ବେଳାଭୂମିରେ ମିଳାମିଶା କରୁଛନ୍ତି । ଅନେକଥର ବାହାରେ ବି ରହୁଛନ୍ତି । ସବୁଠୁ ବଡ଼ କଥା ହେଲା, ଉଭୟଙ୍କ ପ୍ରେମ ଏତେ ନିବିଡ଼ ହୋଇ ଯାଇଛି ଯେ ଉଭୟେ ବିବାହ କରିବାକୁ ଯୋଜନା କରିଛନ୍ତି । ଏସବୁ ଘଟଣା ଶୁଣିବା ପରେ ସସ୍ମିତାଙ୍କ ଗୋଡ଼ତଳୁ ମାଟ ିଖସଯିାଇଥଲିା । ଏନେଇ ସ୍ୱାମୀଙ୍କୁ ପଚାରବିାରୁ ସେ ସନ୍ତୋଷଜନକ ଉତ୍ତର ଦେଇ ନଥିଲେ । ଏହାପରେ ସସ୍ମିତାଙ୍କ ସନ୍ଦେହ ଆହୁରି ବଢ଼ିଥିିଲା । ଉଭୟଙ୍କ ମଧ୍ୟରେ ଏହି ଘଟଣା ଯୋଗୁଁ ଝଗଡ଼ା ହୋଇଥିଲା । ପରେ ସଞ୍ଜୟ ଘର ଛାଡି ବାହାରେ ରହିଥିଲେ । ଅଧିକ ଖୋଳତାଡ଼ କରିବା ପରେ ସସ୍ମିତା ଜାଣିବାକୁ ପାଇଥିଲେ, ମାର୍ଚ୍ଚ ୧ ତାରିଖରେ ସମ୍ପୃକ୍ତ ଲେଡି ସବ୍ଇନ୍ସପେକ୍ଟରଙ୍କୁ ବାହା ହେବା ପାଇଁ ତାଙ୍କ ସ୍ୱାମୀ ଯୋଜନା କରିଛନ୍ତି । ଏହାଜାଣି ସସ୍ମିତାଙ୍କ ଛାତିରେ ଛନକା ପଶି ଯାଇଛି । ଶିଶୁପୁତ୍ରକୁ ସାଙ୍ଗରେ ଧରି ଧାଇଁ ଆସିଛନ୍ତି ମହିଳା କମିଶନର ଆୟୋଗଙ୍କ ନିକଟକୁ । ସାଙ୍ଗରେ ସବୁ କାଗଜପତ୍ର ବି ଆଣିଛନ୍ତି । କମିଶନରଙ୍କ ନିକଟରେ ଗୁହାରି କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି ।