PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଯାଜପୁର: ଟ୍ରକ୍ ଚାପାରେ ମହିଳା ମୃତ

ଯାଜପୁର ୧୭/୧୨: ଝିଅ ଓ ସ୍ୱାମୀଙ୍କ ସହ ଯାଉଥିବାବେଳେ ସ୍କୁଟରରୁ ଖସିପଡ଼ିବା ପରେ ଟ୍ରକ୍‌ ଚାପାରେ ପ୍ରାଣ ହରାଇଛନ୍ତି ମହିଳା । ମୃତ ମହିଳା ହେଲେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅରଖପୁର ପଞ୍ଚାୟତ ବାରବାଟୀ ଗାଁର ଅନିତା ସାହୁ । ଚଣ୍ଡିଖୋଲ ଥାନା ଅନ୍ତର୍ଗତ ଖୋସାଲିପୁର ରେଲୱେ ବ୍ରିଜ ଉପରେ ଘଟିଛି ଏହି ହୃଦୟ ବିଦାରକ ଘଟଣା । ଦୁର୍ଘଟଣା ପରେ ଟ୍ରକ୍‌ଟି ଫେରାର ହୋଇଯାଇଛି । ଅନ୍ୟପଟେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଫଳରେ ଯାତାୟତ ପ୍ରଭାବିତ ହୋଇଛି ।

ଆଜି ସନ୍ଧ୍ୟାରେ ସମ୍ପର୍କୀୟଙ୍କ ଶୁଦ୍ଧି କ୍ରିୟାରେ ଯୋଗଦେଇ ସ୍ୱାମୀ ଉମେଶ ବଳଙ୍କ ସହ ଅନିତା ଓ ତାଙ୍କ ଝିଅ ସ୍କୁଟର ଯୋଗେ ଗାଁକୁ ଫେରୁଥିଲେ । ରାସ୍ତା ଖରାପଥିବାରୁ ସ୍କୁଟର ପଛରେ ବସିଥିବା ଅନିତା ଗାଡ଼ିରୁ ଖସି ପଡ଼ିଥିଲେ । ସେତିକିବେଳେ ପଛରୁ ଆସୁଥିବା ଏକ ଟ୍ରକ୍‌ ତାଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଦୁର୍ଘଟଣାରେ ଅନିତାଙ୍କ ସ୍ୱାମୀ ଓ ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ ।