PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ପୁରୁଷ ବନ୍ଧୁଙ୍କ ଯୌନାଙ୍ଗ କାଟିଥିବା ମହିଳା ଡାକ୍ତରଙ୍କୁ ୧୦ ବର୍ଷ ଜେଲ

ବେଙ୍ଗାଲୁରୁ ୧୭/୧୬: ପୁରୁଷ ବନ୍ଧୁଙ୍କ ଯୌନାଙ୍ଗ କାଟି ଦେଇଥିବା ଜଣେ ମହିଳା ଦାନ୍ତ ଡାକ୍ତରଙ୍କୁ ବେଙ୍ଗାଲୁରୁର କୋରାମଙ୍ଗଳ ଦୌରାକୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ସଶ୍ରମ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି । କୋର୍ଟ ମଧ୍ୟ ୧୫ ହଜାର ଟଙ୍କା ଜରିମାନା କରିବା ସହ ପୀଡିତ ପୁରୁଷ ବନ୍ଧୁ ମୀର ଅର୍ଶଦ ଅଲିଙ୍କୁ ୨ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଦୋଷୀ ମହିଳା ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦଣ୍ଡାଦେଶ ହୋଇଥିବା ମହିଳା ଡାକ୍ତରଙ୍କ ନାମ ସୟିଦା ଅମିନା ନାହିମ (୪୨)ଓ ସେ ଦକ୍ଷିଣ ବେଙ୍ଗାଲୁରୁ ଅନ୍ତର୍ଗତ ଗୁରାପନା ପାଲ୍ୟା ଅଞ୍ଚଳର ବାସିନ୍ଦା ।

ଅଭିଯୋଗ ଅନୁସାରେ ଅଲିଙ୍କ ସହ ନାହିମଙ୍କର ପ୍ରେମ ସମ୍ପର୍କ ରହିଥିଲା । କିନ୍ତୁ ଅଲି ଅନ୍ୟତ୍ର ବିବାହ କରୁଥିବା ଜାଣିବା ପରେ ନାହିମ ତାଙ୍କୁ ୨୦୦୮ ନଭେମ୍ବର ୨୯ରେ ନିଜ କ୍ଲିନିକକୁ ଡାକିଥିଲେ । ସେଠାରେ ସେ ଅଲିଙ୍କୁ ନିଶା ମିଶ୍ରିତ ପାନୀୟ ପିଇବାକୁ ଦେଇଥିଲେ। ଅଲି ଅଚେତ ହୋଇଯିବା ପରେ ନାହିମ ତାଙ୍କର ଯୌନାଙ୍ଗକୁ ଅଧା କାଟି ଦେଇଥିଲେ । ଏହା ପରେ ତାଙ୍କୁ ଗାଡିରେ ନେଇ ଏକ ହସ୍ପିଟାଲରେ ଭର୍ତ୍ତିକରି ସେଠାରୁ ଫେରାର ହୋଇଯାଇଥିଲେ । ପରେ ପୁଲିସ ତାଙ୍କୁ ଗିରଫ କରିଥିଲା ।

ଡାକ୍ତରମାନେ ନାହିମଙ୍କୁ ଅଧାକଟା ଯୌନାଙ୍ଗ ଫେରାଇଦେବା ଲାଗିକହିଥିଲେ । ଯାହାଫଳରେ ସେମାନେ ଅସ୍ତ୍ରୋପଚାର କରି ତାକୁ ପୁଣିଥରେ ଅଲିଙ୍କ ଶରୀରରେ ଲଗାଇପାରିବେ । ମାତ୍ର ନାହିମ କଟା ଯୌନାଙ୍ଗ ଫେରାଇବାକୁ ମନାକରିଦେଇଥିଲେ। ବରଂ କହିଥିଲେ କି ସେ ଅଲିଙ୍କ ଯୌନାଙ୍ଗ କାଟି ନାହାନ୍ତି । ଅଲି ତାଙ୍କୁ ଦେଖା କରିବାକୁ ଆସୁଥିଲା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେବା ଯୋଗୁ ତାଙ୍କ ଯୌନାଙ୍ଗ କଟିଯାଇଛି । କିନ୍ତୁ ଅଲିଙ୍କ ଶରୀରର କୌଣସି ସ୍ଥାନରେ କ୍ଷତ ଚିହ୍ନ ନଥିବାରୁ ତାହା ଦୁର୍ଘଟଣା ନୁହେଁ ବୋଲି କୋର୍ଟରେ ପ୍ରମାଣିତ ହୋଇଥିଲା । ନାହିମଙ୍କ ଏଭଳି କାର୍ଯ୍ୟ ଦ୍ୱାରା ଅଲି ତାଙ୍କର ବୈବାହିକ ଜୀବନ ସମ୍ପୂର୍ଣ୍ଣ ଭାବେ ହରାଇବା ସହ ଘୋର ମାନସିକ ଦୁଶ୍ଚିନ୍ତା ଭିତରେ ସାରା ଜୀବନ ଅତିବାହିତ କରିବେ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି ।

ସମ୍ବନ୍ଧିତ ଖବର