PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ରାଜଧାନୀରେ ମହିଳାଙ୍କ ଦବଙ୍ଗଗିରି : ଶାଢ଼ି କିଣିଲେ, ପେମେଣ୍ଟ୍‌ ଦେଲେନି.. ଦୋକାନୀକି ଧମକ ଦେଲେ ରେପ୍‌ କେସ୍‌ରେ ଫସାଇ ଦେବି

ଭୁବନେଶ୍ୱର ୦୮/୦୮: ରାଜଧାନୀରେ ମହିଳାଙ୍କ ଦବଙ୍ଗଗିରି । ସପିଂ ମଲ୍‌ରୁ ମନଇଛା କିଣାକିଣି କଲେ । ପେମେଣ୍ଟ୍‌ ମାଗିବାରୁ ଟଙ୍କା ନ ଦେଇ ରେପ୍‌ କେସ୍‌ରେ ଫସାଇ ଦେବି ବୋଲି ଧମକ ଦେଇ ଚାଲିଗଲେ । ହଜାର କି ୫ ହଜାର ନୁହେଁ। ପୂରା ୪୬ ହଜାର ଟଙ୍କାର ଶାଢ଼ି ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଛୁ ମାରିଲେ । ବିଚରା ଦୋକାନୀ ଏନେଇ ଥାନାରେ ଅଭିଯୋଗ କରିବା ପରେ ସଂପୃକ୍ତ ଠକ ମହିଳାଙ୍କୁ ଧରିବା ପାଇଁ ପୁଲିସ ମଲ୍‌ରେ ପହଞ୍ଚି ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା । ଏହି ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ଅଭିଯୋଗ ଅନୁଯାୟୀ, ଗୁରୁବାର ସନ୍ଧ୍ୟା ୭ଟା ବେଳେ ପାତ୍ରପଡ଼ାସ୍ଥିତ ଡିଏନ୍‌ ରିଗାଲିଆ ସମ୍ମୁଖରେ ଏକ ଦାମୀ କାର୍‌ ଲାଗିଥିଲା । କାର୍‌ରୁ ଜଣେ ମହିଳା ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଓହ୍ଲାଇଲେ । ମଲ୍‌ରେ ଥିବା ଦୁଲ୍‌ହନ୍‌ ଶାଢ଼ି ଦୋକାନରେ ପଶିଲେ । ମୁଁ ତୁମ ମାଲିକଙ୍କ ପାର୍ଟନରଙ୍କ ସ୍ତ୍ରୀ, ମୋତେ ଶାଢ଼ି ଡିଜାଇନ୍‌ ସବୁ ଦେଖାଅ ବୋଲି କହିଥିଲେ। ଦୋକାନ କର୍ମଚାରୀମାନେ ଦାମୀ ଡିଜାଇନ୍‌ ଶାଢ଼ି ସବୁ ଦେଖାଇଲେ। ପ୍ରାୟ ୫୦ ହଜାର ଟଙ୍କାର ଶାଢ଼ି ମହିଳା ଜଣଙ୍କ ଧରିଲେ। କର୍ମଚାରୀ ବିଲ୍‌ ପେମେଣ୍ଟ୍‌ କରିବାକୁ କହିବାରୁ ରାଗି ପାଚି ନାଲି ପଡ଼ିଗଲେ ମହିଳା । ମୋତେ ଚିହ୍ନିଚ? ମୁଁ ତୁମକୁ ରେପ୍‌ କେସ୍‌ରେ ଫସାଇ ଦେବି ଜାଣିଛ । ଏଭଳି କଥା ଶୁଣି ଦୋକାନ କର୍ମଚାରୀମାନେ ତାଜୁବ୍‌ ହୋଇ ଯାଇଥିଲେ।

ଏତିକି କହି ମହିଳା ଜଣଙ୍କ ୫୦ ହଜାର ଟଙ୍କାର ଶାଢ଼ି ଭର୍ତ୍ତି ବ୍ୟାଗ୍‌କୁ ଉଠାଇଲେ । ପୁରୁଷ ବନ୍ଧୁଙ୍କ ସହ ସିଧା ଯାଇ କାର୍‌ରେ ବସି ପଳାଇଥିଲେ । ଦୋକାନ ମ୍ୟାନେଜର ଯତିନ କୁମାର ତରାଇ ଏନେଇ ତମାଣ୍ଡୋ ଥାନାରେ ଏତଲା ଦେଇଛନ୍ତି । ପୁଲିସ ମଲ୍‌ରେ ପହଞ୍ଚି ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ପରେ ସେ ଜଣେ ଠକ ମହିଳା ବୋଲି ଜଣାପଡ଼ିଛି । ପୂର୍ବରୁ ସଂପୃକ୍ତ ମହିଳା ୟୁନିଟ୍‌-୮ ମାଛ ମାର୍କେଟରେ ମାଛ ନେଇ ଟଙ୍କା ନ ଦେଇ ଏଭଳି ହଙ୍ଗାମା କରିଥିଲେ । ଶେଷ ଖବର ଅନୁଯାୟୀ, ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ସଂପୃକ୍ତ ମହିଳା ସନ୍ଧ୍ୟାରେ ଦୁଲ୍‌ହନ ଦୋକାନରେ ପହଞ୍ଚି ଶାଢ଼ି ସବୁ ଫେରାଇବା ସହ କ୍ଷମା ପ୍ରାର୍ଥନା କରି ଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର