କ୍ଲାସରେ ପଶି ଶିକ୍ଷୟତ୍ରୀଙ୍କୁ ହାଣିଲା ଦୁର୍ବୃତ୍ତ

କଟକ ୧/୭: ଶ୍ରେଣୀଗୃହରେ ପଶି ଶିକ୍ଷୟିତ୍ରୀଙ୍କୁ ହାଣିଲା ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ଆମ୍ବପଡ଼ା ଏମ୍‌ଇ ସ୍କୁଲରେ। ଶିକ୍ଷୟତ୍ରୀ ଜଣକ ପାଠ ପଢାଉଥିବା ସମୟରେ ଜଣେ ଦୁର୍ବୃତ୍ତ ଅଚାନକ ଶ୍ରେଣୀ ଗୃହକୁ ପଶିଆସି କଟୁରୀରେ ତାଙ୍କୁ ଆକ୍ରମଣ କରିଛି ।  ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଶିକ୍ଷୟତ୍ରୀ ଜଣକ ହେଉଛନ୍ତି ସୁଚିସ୍ମିତା ମୁଦୁଲି । ଆମ୍ବପଡା ଗାଁରେ ତାଙ୍କ ଘର ।  ଆଜି ସେ ଶ୍ରେଣୀ ଗୃହରେ ପିଲାଙ୍କୁ ପାଠ ପଢାଉଥିଲେ । ଏହି ସମୟରେ ଜଣେ ଯୁବକ ଏକ କଟୁରି ଧରି ଶ୍ରେଣୀ ଗୃହକୁ ପଶିଆସିଥିଲା । ଏବଂ ସୁଚିସ୍ମିତାଙ୍କୁ କଟୁରୀରେ ଲଗାତାର ଆକ୍ରମଣ କରି ଚାଲିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନିଆଳି ଡାକ୍ତରଖାନା ଏବଂ ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସୁଚିସ୍ମିତାଙ୍କ ବେକ, ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

ଏନେଇ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଅଟକ ରଖିଛି । ଅଭିଯୁକ୍ତ ଜଣକ ହେଉଛି ବୁବୁନା । ବୁବୁନା ଘର ମଧ୍ଯ ଆମ୍ବପଡା ଗାଁରେ । ତେବେ ସେ କାହିଁକି ସୁଚିସ୍ମିତାଙ୍କୁ ଆକ୍ରମଣ କଲା ସେନେଇ ତାକୁ ପଚରାଉଚରା କରୁଛି ପୋଲିସ ।

   ସମ୍ବନ୍ଧିତ ଖବର


ସରକାର ଗଠନ ନେଇ ଶିବସେନା-କଂଗ୍ରେସ ଓ ଏନସିପି ମଧ୍ୟରେ ସହମତି,ଏବେ ମନ୍ତ୍ରଣାଳୟ ବଣ୍ଟନ ନେଇ ହେବ ଆଲୋଚନା

ଦେଶର ବହୁଚର୍ଚ୍ଚିତ ଓ ବଡ ‘ ଭ୍ୟାପମ ଦୁର୍ନୀତି’ ମାମଲାରେ ୩୧ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ୨୫ରେ ପ୍ରକାଶ ପାଇବ ଦଣ୍ଡାଦେଶ

ଇତିହାସ ରଚିଲେ ମୟଙ୍କ ପ୍ରତାପ ସିଂ, ହେଲେ ଦେଶର ସବୁଠାରୁ କମ୍ ବୟସ୍କ ବିଚାରପତି

ପ୍ରତି ଘଣ୍ଟାରେ ‘ସଡ଼କ ଦୁର୍ଘଟଣା’ରେ ଯାଉଛି ୧୭ ଜୀବନ: ଦ୍ରୁତ ଗାଡ଼ି ଚଲାଇବା ମୁଖ୍ୟ କାରଣ, ଶୀର୍ଷରେ ରହିଛି ତାମିଲନାଡୁ