PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ନାବାଳିକାଙ୍କୁ ଦୁଷ୍କର୍ମ ପରେ ନିମର୍ମ ଭାବେ ହତ୍ୟା, ଆଖି କଣା କରି ଓ ଜିଭ କାଟି କ୍ଷେତରେ ଅଭିଯୁକ୍ତ ପକାଇଥିଲେ ମୃତଦେହ

http://www.samacharnama.com/

ଲକ୍ଷ୍ନୌ,୧୬।୮: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖୀରାରେ ନାବାଳିକା ସହ ଗଣଦୁଷ୍କର୍ମ ପରେ ଅତି ନିର୍ମମ ଭାବରେ କରାଯାଇଛି ହତ୍ୟା। ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଅଭିଯୁକ୍ତମାନେ ନାବାଳିକାକୁ ଦୁଷ୍କର୍ମ କରିବା ପରେ ତା’ର ଦୁଇଟି ଆଖି  ନଷ୍ଟ କରିବା ପରେ ଗୋଡ ବାନ୍ଧି ଓଢଣୀରେ ତଣ୍ଟି ଚିପି ମାରିଦେଇଛନ୍ତି। ପୋଲିସ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି।  ଗତ ଶୁକ୍ରବାର  ୧୨ ବର୍ଷୀୟ ଏହି ନାବାଳିକାର ମୃତଦେହ ଆଖୁ କ୍ଷେତରେ ମିଳିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ପୋଳିସ ଘଟଣା ସ୍ଥଳରେ ପହଁଞ୍ଚି ପ୍ରଥମେ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଇସାନଗର ଥାନ ଅନ୍ତର୍ଗତ ଜଣେ ବ୍ୟକ୍ତିଙ୍କର ୧୨ ବର୍ଷୀୟ ଝିଅ ଶୁକ୍ରବାର ମଧ୍ୟାହ୍ନ ୨ଟା ବେଳେ ଆଖୁକ୍ଷେତକୁ ଯାଇଥିଲେ, କିନ୍ତୁ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ଏହାଦ୍ବାରା ପରିବାର ଲୋକ ଚିନ୍ତିତ ହୋଇ ଝିଅର ଖୋଜାଖୋଜି ଆରମ୍ଭ କରିଦେଇଥିଲେ।

ବହୁ ଖୋଜାଖୋଜି ପରେ ଝିଅର ପତ୍ତା ମିଳିନଥିଲା। ପରିବାର ଲୋକ ଏବଂ ଗ୍ରାମବାସୀ ଏକାଠି ହୋଇ ଖୋଜାଖୋଜି ଆରମ୍ଭ କରିଥିଲେ। ଏହାପରେ ଘରଠାରୁ ଦେଢଶହ ମିଟର ଦୂରରେ ଥିବା ଝନ୍ନୁ ଯାଦବଙ୍କ ଜମିରୁ ନାବାଳିକାଙ୍କ ମୃତଦେହ ମିଳିଥିଲା। ମୃତଦେହ ଦେଖି ପରିବାର ଲୋକ ଓ ଆଖପାଖ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ନାବାଳିକାଙ୍କ ଆଖି ଫୋଡି କଣା କରିଦିଆଯାଇଥିବା ବେଳେ ବେକରେ ଓଢଣୀ ବାନ୍ଧି ହତ୍ୟା କରାଯାଇଥିବା ବେଳେ ଗୋଡ ବନ୍ଧା ଥିଲା। ଲକ୍ଷ୍ମୀପୁର ଖିରୀର ଏସପି ସତ୍ୟେନ୍ଦ୍ର କୁମାରଙ୍କ କହିବା ଅନୁସାରେ, ଏଫଆଇଆର ରୁଜୁ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋଷ୍ଟମର୍ଟମ ପରେ ଜଣାପଡିଥିଲା ନାବାଳିକା ସହ ଦୁଷ୍କର୍ମ କରାଯାଇଛି। ପୋଲିସ ଏବେ ମାମଲାର ତଦନ୍ତ ଜାରି ରଖିଛି।