ଅଲିମ୍ପିକ ଜିତିବାର ଲକ୍ଷ୍ୟରେ ଲଳିତ: ନିଜେ ଆହତ ଥାଇ ଓ ମା’ କ୍ୟାନସରରେ ପୀଡିତ ଥିଲେ ବି ହାରିନାହାନ୍ତି ମନୋବଳ

ନୂଆଦିଲ୍ଲୀ,୨୧।୮: ରିଓ ଅଲିମ୍ପିକ ୨୦୧୬ରେ ସାମିଲ ହୋଇସାରିଥିବା ଲଳିତ ମାଥୁର ୬ ଥର ନ୍ୟାସନାଲ ଚମ୍ପିଆନ୍ ହୋଇସାରିଛନ୍ତି। ଏବେ ତାଙ୍କର ସ୍ବପ୍ନ ଦେଶ ପାଇଁ ଅଲିମ୍ପିକ ପଦକ ଜିତିବା। କ୍ୟାନସର ପୀଡିତ ମା, କୃଷକ ବାପା ଓ ଦୁଇ ଭଉଣୀଙ୍କ ଦାୟିତ୍ବ ରହିଛି। ଏପରିକି ନିଜେ ଗମ୍ଭୀର ଆଘାତ ପାଇଥିଲେ ମଧ୍ୟ ତାଙ୍କର ସ୍ବପ୍ନକୁ ଶେଷ କରିବାକୁ ଦେଇନାହାନ୍ତି, ଯାହାକି ସେ ଦେଶ ପାଇଁ ​‌ଦେଖିଛନ୍ତି। ସମସ୍ତ ପ୍ରତିକୂଳ ପରିବେଶରେ ପ୍ରତିଦିନ ନିଜକୁ ଦୌଡିବା ପାଇଁ ପ୍ରସ୍ତୁତି କରି ଲଳିତ ନିଜର ଭିତର ଯୋଦ୍ଧାକୁ ବଜାୟ ରଖିବାକୁ ଚାହାନ୍ତି।

୨୦୧୭ରେ ଲଳିତଙ୍କୁ ଦିଲ୍ଲୀ ରେଲଓ୍ବେ ଷ୍ଟେସନର ସ୍ବଚ୍ଚତା ଅଭିଯାନର ବ୍ରାଣ୍ଡ ଆମ୍ବାସଡର କରାଯାଇଥିଳା। ଲଳିତଙ୍କ କହିବା ଅନୁସାରେ, ତାଙ୍କ ପାଖରେ ସ୍ପୋର୍ଟ କୋଟାରୁ ମିଳିଥିବା ଚାକିରି ଅଛି, କିନ୍ତୁ ଚାକିରୀ ଦ୍ବାରା ତାଙ୍କର ଘର ଖର୍ଚ୍ଚ ଉଠାଇବା ଖୁବ୍ କଷ୍ଟ। ତାଙ୍କ ମା’ଙ୍କର ଗଳାରେ କ୍ୟାନସର ହୋଇଥିବା ବେଳେ ତାଙ୍କର ଚିକିତ୍ସା ପାଇଁ ଅନେକ ଗୁଡିଏ ଋଣ ନେଇସାରିଛନ୍ତି। ନିୟମିତ ଚିକିତ୍ସା ପରେ ବି ସ୍ଥିତିରେ କୌଣସି ସୁଧାର ଆସିନି। ଏବେ ଔଷଧ ଖର୍ଚ୍ଚ ଉଠାଇବା ବି ଖୁବ୍ କଷ୍ଟକର ହୋଇପଡିଛି।  ଦିଲ୍ଲୀ ସରକାରଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ, କିନ୍ତୁ କୌଣସି ସାହାଯ୍ୟ ମିଳିନି। ଏହାଉଡା ରେଲଓ୍ବେ ପକ୍ଷରୁ ମଧ୍ୟ କୌଣସି ସହଯୋଗ କରାଯାଇନଥିଲା।

ଲଳିତଙ୍କ କହିବା ଅନୁସାରେ, ତାଙ୍କୁ ରେସିଂ ଟ୍ରାକର ସୁବିଧା ମିଳିନାହିଁ। ସେଥିପାଇଁ ପର୍କରେ ଅଭ୍ୟାସ କରନ୍ତି। ଫିଟନେସ୍ ପାଇଁ ଘରେ ମଧ୍ୟ ଓ୍ବାର୍କଆଉଟ୍ କରନ୍ତି। ତାଙ୍କ ମତରେ ପ୍ରତିଭାକୁ ବିକଶିତ କରିବା ପାଇଁ ସୁବିଧାରୁ ଅଧିକ ଦୃଢ ଇଚ୍ଛାଶକ୍ତିର ଦରକାର ରହିଥାଏ ଓ ଦେଶର ନାଁ ଉଜ୍ବଳ କରିବାର ସ୍ବପ୍ନ ତାଙ୍କ ହୃଦରେ ରହିଛି, ଯାହାକୁ ନେଇ ଅଲମ୍ପିକ ଖେଳିବାକୁ ପହଁଞ୍ଚି ପାରିଛନ୍ତି।

ଲଲିତ ଏସିଆନ୍ ଟ୍ରାକ୍ ଫିଲ୍ଡ ଚମ୍ପିଆନସିପ୍ (୨୦୧୭), ୟୁରୋପିଆନ୍ ଗ୍ରାଣ୍ଡ ଓ୍ବାର୍ଲ୍ଡ ୟୁନିଭର୍ସିଟି ଚମ୍ପିଆନସିପ୍ (୨୦୧୫), କମନଓ୍ବେଥ୍ ଗେମ୍ସ ଓ ଲୁସୋଫୋନିଆ ଗେମ୍ସ(୨୦୧୪)ରେ ବହୁ ପଦକ ଜିତିଛନ୍ତି। ଏହାଛଡା ସେ ସ୍କୁଲ ନ୍ୟାସନାଲ ଗେମ୍ସରେ ବେଷ୍ଟ ଆଥଲେଟର ଟାଇଟଲ ହାସଲ କରିଛନ୍ତି। ୨୦୧୩ରେ ଆସିଥିବା ଫିଲ୍ମ ‘ଭାଗ ମିଲଖା ଭାଗ୍’ର ସୁଟିଂ ତାଙ୍କର ଗାଁ କରାଲରେ ହୋଇଥିଲା। ଏଥିରେ ୮୦୦ ଓ ୧୫୦୦ ମିଟର ଦୌଡୁଥିବା ଖେଳାଳୀ ହୋଇ ଲଳିତ ଅଭିନେତା ଫରହାନ ଅଖତରଙ୍କ ପାଇଁ ବଡି ଡବଲ ହୋଇଥିଲେ। ସେଠାରୁ ତାଙ୍କୁ ଅଲମ୍ପିକରେ ୪୦୦ ମିଟର ଦୌଡିବାର ପ୍ରେରଣା ମିଳିଥିଲା ଓ ରିଓ ଅଲମ୍ପିକରେ ୪୦୦ ମିଟର ଅଲମ୍ପିକ ଦୌଡରେ ସାମିଲ ହୋଇଥିଲେ।

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

NZ vs WI: ବର୍ଷା ପାଇଁ ବାତିଲ ହେଲା ତୃତୀୟ ଟି-୨୦, ୨-୦ରେ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ଓଡ଼ିଶା ଏଫ୍‌ସି ଓ ଜାମସେଦପୁର ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମୁକାବିଲା ୨-୨ ଗୋଲ୍‌ରେ ଡ୍ର’