PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଆମିର ଖାନଙ୍କ ଫିଲ୍ମ ‘ଲାଲ୍ ସିଂହ ଚଡ୍ଡା’କୁ ନେଇ ବଡ ଘୋଷଣା, ଏହି ଦିନ ହେବ ରିଲିଜ

https://zeenews.india.com/

ନୂଆଦିଲ୍ଲୀ ୧୦/୮: ଆମିର ଖାନଙ୍କ ଫିଲ୍ମ ‘ଲାଲ୍ ସିଂହ ଚଡ୍ଡା’ ରିଲିଜକୁ ପ୍ରତୀକ୍ଷା କରିଛନ୍ତି ତାଙ୍କ ଫ୍ୟାନ୍ସ । ତେବେ ସେମାନଙ୍କ ପାଇଁ ଏକ ଖରାପ ଖବର । ଏହି ଫିଲ୍ମ ପାଇଁ ଦର୍ଶକଙ୍କୁ ଆଉ ବର୍ଷେ ଅପେକ୍ଷା କରିବାକୁ ପଡିବ । ମେକର୍ସ ଏନେଇ ଖୁଲାସା କରିଦେଇଛନ୍ତି । ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ସୋସିଆଲ ମିଡିଆରେ ଫିଲ୍ମର ନୂଆ ରିଲିଜ ଡେଟ୍ ଘୋଷଣା କରିଛନ୍ତି । ଆପଣଙ୍କୁ କହିରଖୁଛୁ ଚଳିତ ବର୍ଷ କ୍ରିସମସ ଅବସରରେ ‘ଲାଲ୍ ସିଂହ ଚଡ୍ଡା’ ରିଲିଜ ହେବାକୁ ଥିଲା କିନ୍ତୁ ଏବେ ଏହା ବର୍ଷେ ପରେ ରିଲିଜ ହେବ ।

ଆମିର ଖାନଙ୍କ ଫିଲ୍ମ ‘ଲାଲ୍ ସିଂହ ଚଡ୍ଡା’ ଏବେ ଆଗାମୀ ବର୍ଷ କ୍ରିସମସ ଅବସରରେ ରିଲିଜ ହେବ । ଆପଣଙ୍କୁ କହିରଖୁଛୁ ଫିଲ୍ମର ମେକର୍ସ ଚାହୁଁନାହାଁନ୍ତି କି ଆମିର ଖାନଙ୍କ ଏହି ଫିଲ୍ମ ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ ହେଉ । ଏହି କାରଣରୁ ‘ଲାଲ୍ ସିଂହ ଚଡ୍ଡା’ର ରିଲିଜ ଡେଟକୁ ପୋଷ୍ଟପୋନ୍ କରିଦିଆଯାଇଛି ।

କରୋନା ଭାଇରସ ଲକଡାଉନ୍ ପରେ ଆମିର ଖାନ୍ ଏବେ ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି । ଆମିର ଖାନଙ୍କ କିଛି ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି ଯେଉଁଥିରେ ସେ ତୁର୍କୀରେ ନଜର ଆସୁଛନ୍ତି । ଏହି ଫିଲ୍ମକୁ ନେଇ ଆମିର କୋଲକାତା, ପଞ୍ଜାବ, ରାଜସ୍ଥାନ, ଗୁଜରାତ ଭଳି ଅନେକ ରାଜ୍ୟରେ ସୁଟିଂ କରିଛନ୍ତି ଏବଂ ଏବେ ବିଦେଶରେ ସୁଟିଂ ପୂରା କରିବାରେ ଲାଗିଛନ୍ତି ।

‘ଲାଲ୍ ସିଂହ ଚଡ୍ଡା’ ଫିଲ୍ମ ରବର୍ଟ ଜେମେକିସଙ୍କ ଦ୍ୱାରା ନିର୍ଦ୍ଦେଶିତ ୧୯୯୪ର ଫିଲ୍ମ ‘ଫରେଷ୍ଟ ଗମ୍ପ’ର ଅଫିସିଆଲ ହିନ୍ଦୀ ରିମେକ୍ । ଫିଲ୍ମ ‘ଫରେଷ୍ଟ ଗମ୍ପ’ରେ ଲିଡ ରୋଲରେ ହଲିଉଡ ସୁପରଷ୍ଟାର ଟମ୍ ହ୍ୟାକ୍ସ ନଜର ଆସିଥିଲେ । ଏହି ଫିଲ୍ମରେ ଓକ୍ସାର ସହିତ ଅନେକ ଆୱାର୍ଡ୍ସ ନିଜ ନାଁରେ କରିଥିଲା । ‘ଲାଲ୍ ସିଂହ ଚଡ୍ଡା’ର ନିର୍ଦ୍ଦେଶନା ଦେଉଛନ୍ତି ଅଦ୍ୱେତ ଚନ୍ଦନ । ଫିଲ୍ମକୁ ଆମିର ଖାନ୍ ନିଜ ପତ୍ନୀ କିରଣ ରାଓଙ୍କ ସହିତ ମିଶି ପ୍ରଡ୍ୟୁସ୍ କରୁଛନ୍ତି । ଫିଲ୍ମରେ କରୀନା କପୁର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ  । ଏହା ପୂର୍ବରୁ ଉଭୟ ‘ଥ୍ରୀ ଇଡିୟଟ୍ସ’ ଓ ‘ତଲାଶ’ ଭଳି ଫିଲ୍ମରେ ଏକାଠି କାମ କରିସାରିଛନ୍ତି ।