ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ପହଞ୍ଚିଲେ ଲାଲୁ ଯାଦବ- ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି

ନୂଆଦିଲ୍ଲୀ- ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି। ପ୍ରଥମେ ରାଞ୍ଚିରୁ ତାଙ୍କୁ କୋଲକତା ସ୍ଥାନାନ୍ତର କରିବା ପାଇଁ ଚେଷ୍ଟା କରାଯାଉଥିଲା। ରାଞ୍ଚି ମେଡିକାଲ୍ ବୋର୍ଡ ଏ ବିଷୟରେ ଚର୍ଚ୍ଚା ହୋଇଥିଲା । ଏହା ପୂର୍ବରୁ ଲାଲୁଙ୍କର ଦୁଇ ପୁଅ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ତାଙ୍କ ବାସ ଭବନରେ ଭେଟିଥିଲେ । ପରେ ସେମାନେ ତାଙ୍କ ବାସ ଭବନରୁ ବାହାରି ବିମାନ ବନ୍ଦର ଯାଇଥିଲେ । ପରେ ତାଙ୍କୁ ରାଞ୍ଚିରୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି।
ଲାଲୁଙ୍କୁ ନିମୋନିଆ ହୋଇଥିବା କଥା ତେଜସ୍ୱୀ ଯାଦବ କହିଛନ୍ତି । ତାଙ୍କୁ ଏମସ୍ରେ କାର୍ଡିଓ ନ୍ୟୁରୋ କେନ୍ଦ୍ରକରେ ଭର୍ତ୍ତି କରାଯାଇଛି । ତାଙ୍କର ଫୁସ୍ଫୁସ୍ରେ ପାଣି ଜମିଥିବାରୁ ଶ୍ୱାସକ୍ରିୟାରେ ଅସୁବିଧା ହେଉଛି । ଏଥିପାଇଁ ତାଙ୍କର ଶରୀର ଫୁଲିଯାଇଛି ।
ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ଲଗାତାର ବିଗିଡିବାରେ ଲାଗୁଛି । ତାଙ୍କ ଫୁସ୍ଫୁସ୍ରେ ପାଣି ଜମି ଯାଇଛି। ଚାରା ଘୋଟଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଲାଲୁ ଯାଦବ ରାଞ୍ଚି ଜେଲ୍ରେ ରହିଛନ୍ତି । ପୂର୍ବରୁ ତାଙ୍କର ହାର୍ଟ ଅପରେସନ୍ ହୋଇଥିଲା । ତେଜସ୍ୱୀଙ୍କ ଅନୁସାରେ ତାଙ୍କର କିଡନୀ ମାତ୍ର ୨୫ ପ୍ରତିଶତ କାର୍ଯ୍ୟକରୁଛି । ତାଙ୍କର ଫୁସ୍ଫୁସ୍ରେ ପାଣି ଜମିଥିବା ବେଳେ ଏବେ ଅବସ୍ଥା ଚିନ୍ତାଜନକ ରହିଛି ।