ଲାଲୁ ପ୍ରସାଦ ଯାଦବଙ୍କୁ ଲାଗିଛି ବଡ଼ ଝଟକା; ଜାମିନ୍ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ…କହିଲେ…

ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଲାଗିଛି ବଡ଼ ଝଟକା। ସୁପ୍ରିମ କୋର୍ଟ ଜାମିନ୍ ଆବେଦନ ଖାରଜ କରିଦେଇଛନ୍ତି। କୋର୍ଟ ଏହି ନିଷ୍ପତ୍ତି ସହିତ ଏହା ବି କହିଛନ୍ତି କି, ଲାଲୁ ପ୍ରସାଦ ଯାଦବ ଲୋକସଭା ନିର୍ବାଚନ ମଧ୍ୟରେ ଜେଲ୍ ବାହାରକୁ ବାହାରି ପାରିବେ ନାହିଁ। ଏହା ପୂର୍ବରୁ ଶୁଣାଣି ମଧ୍ୟରେ ସୁପ୍ରିମକୋର୍ଟ ଲାଲୁ ପ୍ରସାଦଙ୍କ ଓକିଲ କପିଲ ସିବଲଙ୍କୁ କହିଛନ୍ତି କି, ସେ ଚୁକ୍ତି ଆଧାରରେ ଶୁଣାଣି କରିବେ ନାହିଁ।

ସିଜେଆଇ ସୂଚନା ଦେଇଛନ୍ତି କି, ସେ ଅନେକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି। ସୁପ୍ରିମକୋର୍ଟ ଏହା ବି କହିଛନ୍ତି କି ସମସ୍ତ ମାମଲାର ଦଣ୍ଡ ଏକା ସହ ଦିଆଯିବ କି ଅଲଗା ଅଲଗା ଦିଆଯିବ ତାହା ହାଇକୋର୍ଟ ସ୍ଥିର କରିବ। ଏଥିରେ ଆମେ ମୁଣ୍ଡ ଖେଳାଇବୁ ନାହିଁ।

ମଙ୍ଗଳବାର ଦିନ ସିବିଆଇ ତରଫରୁ ଲାଲୁ ପ୍ରସାଦଙ୍କୁ ଦିଆନଯିବାକୁ ନେଇ ବିରୋଧ କରାଯାଇଥିଲା। ସିବିଆଇ ସୁପ୍ରିମକୋର୍ଟକୁ କହିଛନ୍ତି କି ଲାଲୁ ପ୍ରସାଦ ହସ୍ପିଟାଲରେ ବି ରାଜନୀତି ଗତିବିଧିକୁ ସଂଚାଳନ କରୁଛନ୍ତି। ସେ ଲୋକସଭା ନିର୍ବାଚନ ପାଇଁ ଜାମିନ ମାଗୁଛନ୍ତି। ପୁଣି ଏବେ ମେଡିକାଲ ଅଧାରରେ ଜାମିନ ମାଗି କୋର୍ଟକୁ ପଥଭ୍ରଷ୍ଟ କରୁଛନ୍ତି।

ସିବିଆଇ କହିଛି କି, ଲାଲୁଙ୍କୁ ରାଜନୀତି ଗତିବିଧିରେ ଆଗକୁ ବଢ଼ିବା ପାଇଁ ଜାମିନ ମିଳିବା ଉଚିତ୍ ନୁହେଁ। ଯଦି ସମସ୍ତ ଦଣ୍ଡକୁ ଏକା ସହ ଦେଖାଯିବ ତ ତେବେ ଲାଲୁଙ୍କୁ ସାଢ଼େ ତିନି ବର୍ଷ ନୁହେଁ, ବରଂ ୨୭.୫ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ମାତ୍ର ସେ ଜେଲରେ ନରହି ହସ୍ପିଟାଲର ବିଶେଷ ଓ୍ବାର୍ଡରେ ରହୁଛନ୍ତି। ଏମିତିରେ ଲାଲୁ ପ୍ରସାଦ ଯାଦବଙ୍କ ସମର୍ଥକମାନେ ବିଶ୍ବାସ ରଖିଛନ୍ତି ଯେ, ତାଙ୍କୁ ନିର୍ବାଚନ ପୂର୍ବରୁ ହିଁ ଜାମିନରେ ଛାଡ଼ି ଦିଆଯିବ ବୋଲି।