ଶ୍ବଶୁର ଓ ପତ୍ନୀଙ୍କ ଉପରେ ବର୍ଷିଲେ ତେଜପ୍ରତାପ: କହିଲେ- ମୋ ଆଗରେ ଠିଆ ହେବାକୁ ଚନ୍ଦ୍ରିକା ରାୟଙ୍କ ଯୋଗ୍ୟତା ନାହିଁ, ଐଶ୍ବର୍ଯ୍ୟାଙ୍କ ଭିଡିଓ କ୍ଲିପ…

ପାଟନା,୨୧।୮: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ସମୁଦି ଚନ୍ଦ୍ରିକା ରାୟ ଗୁରୁବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳର ଜେଡିୟୁ ଯୋଗ ଦେଇଛନ୍ତି। ଏହା ଆରଜେଡି ପାଇଁ ବଡ ଝଟକା ବୋଲି କୁହାଯାଉଛି। ଏହା ସହିତ ଖବର ଆସୁଛି ଯେ, ହୋଇପାରେ ଲାଲୁଙ୍କ ବଡ ବୋହୁ ଓ ତେଜ ପ୍ରତାପ ଯାଦବଙ୍କ ପତ୍ନୀ ଐଶ୍ବର୍ଯ୍ୟା ରାୟ ବିହାର ବିଧାନସଭା ନିର୍ବାଚନ ଲଢିପାରନ୍ତି। ତେଜପ୍ରତାପଙ୍କ ବିରୋଧରେ ମହୁଆରୁ ସେ ନିର୍ବାଚନ ଲଢିବାର ଆଶଙ୍କା କରାଯାଉଛି। ଏହା ଭିତରେ ତେଜପ୍ରତାନ ନିଜ ଶ୍ବଶୁରଙ୍କୁ ନେଇ କହିଛନ୍ତି ବଡ କଥା। ସେ ସିଧାସଳଖ ଭାବରେ ମିଡିଆରେ ଆଗରେ କହିଛନ୍ତି, ଚନ୍ଦ୍ରିକା ରାୟର ମୋ ପାଖରେ ଠିଆ ହେବାର ଯୋଗ୍ୟତା ନାହିଁ।

ତେଜପ୍ରତାପ କହିଛନ୍ତି, ଯାହାକୁ ବି ମୁକାବିଲା କରିବାର ଅଛି ସେ ସିଧା ଆସିକି ମୁକାବିଲା କରନ୍ତୁ। ସେ ଏହା ମଧ୍ୟ କହିବାକୁ ଚେଷ୍ଟା କରିଛନ୍ତି ଯେ, ଏବେ ଚନ୍ଦ୍ରିକା ରାୟଙ୍କ ପରିବାର ଓ ତାଙ୍କ ପତ୍ନୀ ଐଶ୍ବର୍ଯ୍ୟା ରାୟଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ଯଦି ସାହାସ ଅଛି ଚନ୍ଦ୍ରିକା ରାୟ ମୋ’ ଗେଟ୍ ଆଗକୁ ଆସି ମୁକାବିଲା କରନ୍ତୁ। ଜନତା ଚନ୍ଦ୍ରିକା ରାୟଙ୍କୁ ନୁହେଁ ବଂର ଜନତା ଲାଲୁ ପ୍ରସାଦ ଯାଦବଙ୍କୁ ଚାହାନ୍ତି।

ଐଶ୍ବର୍ଯ୍ୟାଙ୍କୁ ନେଇ ତେଜପ୍ରତାପ କହିଛନ୍ତି, ଯାହାକୁ ଲଢିବାର ଅଛି ସେ ଲଢୁ। ଆମର ଛାଡପତ୍ର ମାମଲା ଏବେ କୋର୍ଟରେ ଚାଲିଛି। ମୁଁ ନାରୀଙ୍କୁ ସମ୍ମାନ କରେ, ତେଣୁ ଚୁପ୍ ଅଛି। ମୋ ପାଖରେ ଐଶ୍ବର୍ଯ୍ୟାଙ୍କ ବହୁ ଭିଡିଓ କ୍ଲିପ ରହିଛି, ଯାହାକୁ ମୁଁ ଦେଖାଇ ପାରିବି।

   ସମ୍ବନ୍ଧିତ ଖବର


ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ଦିନିକିଆ କ୍ରିକେଟରେ ଟିମ୍‌ ଇଣ୍ଡିଆ ନାମରେ ଅଲୋଡା ରେକର୍ଡ, ୯୭୮ଟି ମ୍ୟାଚ୍‌ ପୂର୍ବରୁ କେବେ ହୋଇ ନଥିଲା ଏମିତି..

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ

୧୦ ଦିନରେ ସରିଲା ଶୀତ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ