PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଲକଡାଉନରେ ଖାକି ପାୱାର : “ଖର୍ଚ୍ଚ ୫ ଶହ ଦେଇକି ପଳା.. ନହେଲେ ୫ ହଜାର ଫାଇନ୍ କାଟିବି”, ଭିଡିଓ ହେଉଛି ଭାଇରାଲ୍…

ନୟାଗଡ,୦୪/୦୬ : ଲକଡାଉନରେ ଖାକି ପାୱାର ଦେଖାଇଲେ ହାବିଲଦାର। ଖର୍ଚ୍ଚ ୫ ଶହ ଟଙ୍କା ଦିଅ ନେହେଲେ ୫ ହଜାର ଟଙ୍କା ଫାଇନ୍ କାଟିବି। ଜଣେ ଲାଞ୍ଚୁଆ ପୁଲିସ ବାବୁଙ୍କ କଳା କାରନାମାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏହି ପୋଲିସ ବାବୁ ଜଣଙ୍କ ହେଉଛନ୍ତି ନୟାଗଡ ଜିଲ୍ଲା ଦଶପଲ୍ଲା ଥାନାର ହାବିଲଦାର ଜୟନ୍ତ କୁମାର ବେହେରା ।

ଲକଡାଉନ ସମୟରେ ସହରରେ  ମାସ୍କ ଚେକିଂ ସମୟରେ ପାଇପ୍ ଧରି ଲୋକଙ୍କୁ ତାଗିଦ୍ କରୁଥିବା ଏହି ହାବିଲଦାରଙ୍କ ମୁହଁରେ ମାସ୍କ ନଥିବା ଭିଡିଓରେ ଦେଖିବାକୁ ମିଳିଛି ।ଗତକାଲି ଦଶପଲ୍ଲା ଦୁର୍ଗା ବଜାରରେ ମାସ୍କ ଓ ଗାଡି ଚେକିଙ୍ଗ ସମୟରେ ହାବିଲଦାର ଜଣଙ୍କ ଏଭଳି ବେପରୁଆ ଭାବରେ ବୁଲୁଥିଲେ । ଏହିସମୟରେ ଏକ ବାଲି ବୋଝେଇ ଟ୍ରାକ୍ଟରକୁ  ଅଟକାଇ ଗାଡିର କାଗଜପତ୍ର ମାଗିଥିଲେ ବାବୁଜଣଙ୍କ । କାଗଜ ପତ୍ର ନଥିବାରୁ ୫୦୦ ଟଙ୍କା ଦିଅ ନହେଲେ ୫୦୦୦ ଫାଇନ୍ କାଟି ଦେବି ବୋଲି ଗାଡି ମାଲିକକୁ ଧମକ ଦେଇଥିଲେ ।

କୌଣସି ଜଣେ ବ୍ୟକ୍ତିଙ୍କ ସାଥିରେ ଫୋନରେ କଥାହେଲା ପରେ ତମେ ଟ୍ରାକ୍ଟର ମାଲିକ ସଂଘର କେହି ନୁହେଁ ତେଣୁ ଟଙ୍କା ଦେଇ ଚାଲିଯା ବୋଲି ଗାଡି ମାଲିକକୁ କହିଥିଲେ ହାବିଲଦାର। ତେବେ ପରବର୍ତ୍ତୀ ସମୟରେ ଥାନା ଅଧିକାରୀ ଏବଂ ତହସିଲ କର୍ମଚାରୀ ଆସି ଗାଡି ମାଲିକଙ୍କୁ ୧୨୫୦୦ଟଙ୍କା ଫାଇନ କରିଥିବା ସୂଚନା ମିଳିଛି । ତେବେ ଭୟରେ ଏ ସମ୍ପର୍କରେ ଗାଡିମାଲିକ ମୁହଁ ଖୋଲିନଥିବାବେଳେ ଘଟଣାର ତଦନ୍ତ କରାଯିବ ଏବଂ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି  ନୟାଗଡ ଅତିରିକ୍ତ ଏସ୍ ପି ଫୋନରେ କହିଛନ୍ତି ।