ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

୧୦ ହଜାର ଲାଞ୍ଚ ନେବା ବେଳେ ARI ଓ ସହଯୋଗୀଙ୍କୁ ଧରିଲା ଭିଜିଲାନ୍ସ, ଜମି ନୋଟିଫିକେସନ ବାବଦକୁ ମାଗିଥିଲେ ଟଙ୍କା

ଟିଟିଲାଗଡ ୩୦/୪: ଭିଜିଲାନ୍ସ ପଞ୍ଝାରେ ପଡିଲେ ଏଆରଆଇ । ଲାଞ୍ଚ ନେଉଥିବା ବେଳେ ଏଆରଆଇ ଓ ସହଯୋଗୀ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବେଲଗାଁ ଏଆରଆଇ ରେସ୍ମା ମାଝୀ ଓ ତାଙ୍କ ସହଯୋଗୀ ବାବୁଲାଲ ନନ୍ଦ ଜମି ନୋଟିଫିକେସନ ବାବଦକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରଯାଇଛି। 

ସୂଚନା ମୁତାବକ, ମଙ୍ଗଳବାର ଜମି ନୋଟିଫିକେସନ ବାବଦକୁ ବାସୁଦେବ ରଣାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବେଲଗାଁ ଏଆରଆଇ ରେସ୍ମା ମାଝୀ । ଏନେଇ ବାସୁଦେବ ବଲାଙ୍ଗୀର ଭିଜିଲାନ୍ସର ଅଭିଯୋଗ ହୋଇଥିଲେ । ଯୋଜନା ମୁତାବିକ ବଲାଙ୍ଗିର ଡିଏସପି କୁଲସ୍ତି ଛତ୍ରିଆଙ୍କ ନେତୃତ୍ୱରେ ବରଗଡ଼ ଓ ସମ୍ବଲପୁରର ମିଳିତ ଟିମ୍ ସହଯୋଗରେ ଚଢାଉ କରାଯାଇଥିଲା । ଲାଞ୍ଚ ନେବା ବେଳେ ବ ରେସ୍ମାକୁ କାବୁ କରିବା ସହ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ରେସ୍ମାଙ୍କ ବିଭିନ୍ନ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ରେଡ୍ ଜାରି ରଖିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.