ଲ୍ୟାଣ୍ଡମାଇନ ବିସ୍ଫୋରଣ ମାମଲା: ମାଓନେତା ସବ୍ୟସାଚୀ ନିର୍ଦ୍ଦୋଷରେ ଖଲାସ

ରାୟଗଡ଼ା ୨୮/୯: ଚାନ୍ଦିଲି ଥାନା ଭୁଜବଳ ଗାଁ ନିକଟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ମାମଲାରେ ମାଓନେତା ସବ୍ୟସାଚୀ ପଣ୍ଡା ଶୁକ୍ରବାର ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ସିଜେଏମ ଜ୍ଞାନେନ୍ଦ୍ର କୁମାର ବାରିକ ଏହି ରାୟ ଶୁଣାଇଛନ୍ତି । ସବ୍ୟସାଚୀଙ୍କ ଓକିଲ ଦୀପକ ପଟ୍ଟନାୟକ, ବ୍ରହ୍ମାନନ୍ଦ ପଟ୍ଟନାୟକ ଓ ମଙ୍ଗଳମୂର୍ତ୍ତି ବେଉରିଆ ଏହି ସୂଚନା ଦେଇଛନ୍ତି । ୨୦୦୨ ଡିସେମ୍ବର ୫ ରେ ଭୁଜବଳ ଗାଁ ନିକଟରେ ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଥିଲା । ପୁଲିସ ଟିମ୍‌କୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଥିଲା । ଏଥିରେ ସବ୍ୟସାଚୀଙ୍କ ହାତ ଥିବା ଅଭିଯୋଗ ହୋଇଥିଲା । ତେବେ ସାକ୍ଷ୍ୟ ପ୍ରମାଣ ଅଭାବରୁ ସବ୍ୟସାଚୀ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତିି ।

   ସମ୍ବନ୍ଧିତ ଖବର


ଶିକ୍ଷକଙ୍କ ମାଡରେ ଦୁଇ ଛାତ୍ରୀ ଗୁରୁତର :ଡାକ୍ତରଖାନରେ ଭର୍ତ୍ତି, ଶିକ୍ଷକଙ୍କ ନାଁରେ ଅଭିଯୋଗ

ବୃଦ୍ଧାଙ୍କୁ ଶୁଣ୍ଢରେ ଟେକି କଚାଡି ମାରିଲା ଦନ୍ତା

ଟୋକନକୁ ଚାଷୀଙ୍କ ବିରୋଧ: ଧାନ ରଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କଲେ ସିଲ୍‌

ଗୋଡଭଙ୍ଗା ଘାଟିଠାରେ ଓଲଟି ପିକ୍‌ଅପ୍ ଭ୍ୟାନ୍: ଡ୍ରାଇଭର ଆହତ, ହେଲ୍‌ପର ଗୁରୁତର