PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଘର ମାଲିକାଣିଙ୍କ ନାଲି ଆଖି: ଭଡ଼ାଟିଆଙ୍କ ଠାରୁ ୧୦ ମାସ ହେଲା ଜବରଦସ୍ତି କରୁଛନ୍ତି ଭଡ଼ା ଆଦାୟ, ଅଦାଲତଙ୍କ ନିର୍ଦ୍ଦେଶ ପରେ ବି ଆଇନ୍ କାନୁନ୍‌କୁ ନାହିଁ ଖାତିର୍…

ଭୁବନେଶ୍ୱର,୧୮/୦୯: ଚୁକ୍ତି ଅନୁସାରେ ଭଡ଼ାଘରର ସମୟ ସୀମା ୧୦ ମାସ ତଳୁ ସରିଯାଇଛି । କିନ୍ତୁ ଘର ମାଲିକ ଜବରଦସ୍ତି ଘରେ ଭଡ଼ା ରହିବାକୁ ବାଧ୍ୟ କରୁଛି । ଆଉ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଓ ସିକ୍ୟୁରିଟି ବାବଦକୁ ଟଙ୍କା ଫେରାଉନି । ପୁଲିସ ମଧ୍ୟ ସବୁ ଜାଣି ସବୁ ଦେଖି ହାତ ବାନ୍ଧି ଦେଇଛି ।

ଏମିତ ଅଭିଯୋଗ ଆଣିଛିି ଗଭର୍ଣ୍ଣମେଣ୍ଟ ଆଭିଏସନ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ (ଗତି) । ଏୟାପୋର୍ଟ ଥାନାରେ ଗତ ଅଗଷ୍ଟ ୧୧ ତାରିଖରେ ଏନେଇ ଗତିର ଚିଫ୍‌ ସିକ୍ୟୁରିଟି ଅଫିସର ସେକ୍‌ ଅଦନନୁଲ ହକ୍‌ ଅଭିଯୋଗ କରିଥିଲେ । ପୁଲିସ କେସ୍‌ ନମ୍ବର ୨୧୦/୨୧ରେ ଏକ ମାମଲା ରୁଜୁ କରିଛି । ଗତି ଅଭିଯୋଗ କରିଛି, ଫରେଷ୍ଟ ପାର୍କ ଅଞ୍ଚଳର ପାର୍କ ଷ୍ଟ୍ରିଟ୍‌ରେ ଥିବା ପ୍ଲଟ୍‌ ନମ୍ବର ୯୬୧/୮ରେ ଗତିର ଛାତ୍ରଛାତ୍ରୀମାନେ ୩୧ ହଜାର ଟଙ୍କାରେ ଭଡ଼ାରେ ୨୦୧୮ ନଭେମ୍ବରରୁ ଭଡାରେ ରହୁଛନ୍ତି । ୨୦୨୦ ନଭେମ୍ବରରେ ଭଡ଼ା ଘରର ଚୁକ୍ତି ସରିଛି । କିନ୍ତୁ ଘର ମାଲିକାଣି ଭଡ଼ାଟିଆଙ୍କୁ ଛାଡି଼ବାକୁ ନାରାଜ ।

ଗତି କର୍ତ୍ତୃପକ୍ଷ ମାର୍ଚ୍ଚ ୧୦ ତାରିଖରେ ଘର ଖାଲି କରିବା ବେଳେ ଘର ମାଲିକାଣି ବିରୋଧ କଲେ । ଏମିତିକି କର୍ତ୍ତୃପକ୍ଷଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରିବାକୁ ଧମକ ଦେଲେ । ସିକ୍ୟୁରିଟି ଟଙ୍କା ବାବଦକୁ ୮୬ ହଜାର ଟଙ୍କା ଓ ଏସି, ଫ୍ରିଜ୍‌ ଓ ଅନ୍ୟାନ୍ୟ ଆସବାପତ୍ର ବିଲ୍ଡିଂରେ ଜବରଦସ୍ତି ରଖିଦେଲେ ।ଶେଷରେ ଗତି ପକ୍ଷରୁ ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କଠାରେ ମାମଲା ରୁଜୁ ହେଲା । ଅଗଷ୍ଟ ୨ରେ ସପ୍ତାହେ ଭିତରେ ମାମଲାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟ ମଧ୍ୟ ପୁଲିସକୁ ନିର୍ଦ୍ଦେଶ ଦେଲେ । କିନ୍ତୁ କୋର୍ଟର ନିର୍ଦ୍ଦେଶର ଦେଢ଼ ମାସେ ପରେ ବି କାର୍ଯ୍ୟାନୁଷ୍ଠାନ ଜିରୋ ।

ପଚାରିଲେ ପୁଲିସ କହୁଛି, ଅଭିଯୋଗର ସତ୍ୟାସତ୍ୟ ଖୋଜାହେଉଛି । ତଦନ୍ତ ଚାଲିଛି । ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବୁ । ଅପରପକ୍ଷେ ଘର ମାଲିକଙ୍କ ପକ୍ଷରୁ ଅଭିଯୋଗ ହୋଇଛି ଯେ, ଭଡ଼ାଟିଆଙ୍କ ପ୍ରତିଶ୍ରୁତି ଅନୁସାରେ ସେମାନେ ବିଲ୍ଡିଂ ନିର୍ମାଣ କଲେ । ସେମାନଙ୍କ ଆକୋମୋଡେସନକୁ ଗୁରୁତ୍ୱ ଦେଲୁ । କିନ୍ତୁ ଏବେ ସେମାନେ ଭଡ଼ା ଛାଡି଼ଦେଲେ, ଅନ୍ୟ କେହି ସେହି ବିଲ୍ଡିଂରେ ରହିବେନି ।