କରୋନା ପାଇଁ ଘରଭଡା ଛାଡ଼ : ଜବରଦସ୍ତ ଟଙ୍କା ଆଦାୟ କଲେ ଏତିକି ବର୍ଷ ପାଇଁ ଯିବେ ଜେଲ୍

ନୂଆଦିଲ୍ଲୀ ୨୪।୪ : ଭଡା ପାଇଁ ଭଡାଟିଆଙ୍କ ଉପରେ ଚାପ ପକାଇବା ଏବେ ଘର ମାଲିକଙ୍କ ପାଇଁ ମହଙ୍ଗା ପଡିପାରେ। କେବଳ ଏତିକି ନୁହେଁ, ଘର ଖାଲି କରିବାକୁ ଧମକ ଦେଉଥିବା ଘର ମାଲିକଙ୍କ ଉପରେ ମଧ୍ୟ ନିଆଯିବ କାର୍ଯ୍ୟାନୁଷ୍ଠାନ। ଫଳସ୍ୱରୂପ, ଘର ମାଲିକ ଏକ ବର୍ଷ ଜେଲ ଏବଂ ଆର୍ଥିକ ଦଣ୍ଡର ସମ୍ମୁଖୀନ ହୋଇପାରନ୍ତି । ଏଥି ସହିତ ଯଦି ଘର ମାଲିକଙ୍କ ଦ୍ବାରା ଭଡ଼ାଟିଆଙ୍କୁ କୌଣସି ପ୍ରକାରର ବି ଜୀବନ କିମ୍ବା ସମ୍ପତ୍ତି କ୍ଷତି ହୁଏ, ତେବେ ଘରମାଲିକଙ୍କୁ ଦଣ୍ଡର ଅବଧି ଏକ ବର୍ଷରୁ ଦୁଇ ବର୍ଷକୁ ବୃଦ୍ଧି କରାଯାଇପାରେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ସରକାରଙ୍କ ମୁଖ୍ୟ ଶାସନ ସଚିବ ବିଜୟ ଦେବଙ୍କ ଦ୍ବାରା ଜାରି କରାଯାଇଥିବା ଏହି ନିର୍ଦ୍ଦେଶରେ ଦିଲ୍ଲୀର ଜମି ମାଲିକମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ଏହି ଆଦେଶରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଭଡା ଦାବି ଉପରେ ପ୍ରତିବନ୍ଧକ ଲଗାଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଜାରି ରହିବ । ଦିଲ୍ଲୀ ସରକାର ଦେଇଥିବା ଏହି ଆଦେଶରେ ଏହା ମଧ୍ୟ କୁହାଯାଇଛି ଯେ ଭଡା ନଦେବା କାରଣରୁ ଘର ଖାଲି କରିବାକୁ ଧମକ ଦେଉଥିବା ଘର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ନିର୍ଦ୍ଦେଶ ଅନୁଯାୟୀ, ଜାତୀୟ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଅନୁଯାୟୀ, ଭଡ଼ାଟିଆଙ୍କଠାରୁ ଭଡା ମାଗିଥିବା କିମ୍ବା ଘର ଖାଲି କରିବାକୁ ଧମକ ଦେଇଥିବା ଘର ମାଲିକଙ୍କ ବିରୋଧରେ ଏକ ମାମଲା ରୁଜୁ ହେବ। ଏହି ଅଧିନିୟମ ଅନୁଯାୟୀ, ଉଲ୍ଲଂଘନକାରୀଙ୍କୁ ଦୁଇ ବର୍ଷ ଜେଲ ପଠାଇବାକୁ ବ୍ୟବସ୍ଥା ରହିଛି। ଏହା ମଧ୍ୟ କୁହାଯାଇଛି ଯେ ଦିଲ୍ଲୀରେ ବହୁ ସଂଖ୍ୟକ ଲୋକ ଭଡ଼ାରେ ରହୁଛନ୍ତି। ଏଥିରେ ଦୈନିକ ଶ୍ରମିକ ଏବଂ ଅନ୍ୟ ଲୋକମାନେ ମଧ୍ୟ ସାମିଲ ଅଛନ୍ତି ।

   ସମ୍ବନ୍ଧିତ ଖବର


ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର

୩ ଘଣ୍ଟାରେ ବଦଳିଗଲା ଫଳ ବିକୁଥିବା ପ୍ରୀତିଙ୍କ ଭାଗ୍ୟ, ପିଏମଙ୍କ ଆଦେଶରେ ପହଞ୍ଚିଗଲା ସାହାଯ୍ୟ

ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ମହିଳାଙ୍କ ଗଳାକାଟି ହତ୍ୟା, ୩ ମୃତ

କଥା ହେଲାନି ବୋଲି…ପୂର୍ବତନ ପ୍ରେମିକ ଉପରେ ରାଗି ଗଲା ପ୍ରେମିକା, ଢାଳି ଦେଲା ଏସିଡ୍‌

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ