କମ୍ବିଂ ବେଳେ ଲ୍ୟାଣ୍ଡମାଇନ୍ସ ଜବତ କଲେ ଯବାନ

ମାଲକାନଗିରି, ୨୪।୧ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଲଗାଇଥିବା ଲ୍ୟଣ୍ଡମାଇନ୍ସ ଜବତ କରିଛି ବିଏସଏଫ ବାହିନୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳର ସଦାରାମ, ସନ୍ୟାସୀଗୁଡା ଓ ତୋଟାଗୁଡା ଗାଁ ନିକଟସ୍ଥ ପାହାଡର ଉପରେ ବିଏସଏଫ ଓ ଏସଓଜି ବାହିନୀ ମିଳିତ ଭାବେ କମ୍ବିଂ ଅପରେସନ ଯାଇଥିଲେ। ଯବାନ ମାନେ ଠାବ କରିଥିଲେ ମାଓବାଦୀଙ୍କ ଏକ ଡମ୍ପ । ଲ୍ୟାଣ୍ଡମାଇନ୍ସ ଡିଟେକ୍ଟର ଦ୍ଵାରା ଯାଞ୍ଚ କରିବା ପରେ ସେଠାରେ ଲ୍ୟାଣ୍ଡମାଇନ୍ସ ଲାଗିଥିବା ଜାଣିବାକୁ ପାଇଥିଲେ ଯବାନ। ଏହା ପରେ ଗୋଟିଏ ଗୋଟିଏ କରି ସାତଟି ଲ୍ୟାଣ୍ଡମାଇନ୍ସ ଉଦ୍ଧାର କରିବା ସହ ଏହାକୁ ଡିଫିଉଜ ମଧ୍ୟ କରିଥିଲେ ବିଏସଏଫ ବାହିନୀ ।