ଭାଙ୍ଗିଲା ବଡ଼ଦାଣ୍ଡରେ ଥିବା ଲଙ୍ଗୁଳି ମଠ, ସୁରକ୍ଷା କଡ଼ାକଡ଼ି

ପୁରୀ ୨୭।୮: ଆରମ୍ଭ ହେଲା ପୁରୀର ଶ୍ରୀମନ୍ଦିର ପାଖରେ ଥିବା ଲଙ୍ଗୁଳି ମଠର ଉଚ୍ଛେଦ ପ୍ରକ୍ରିୟା। ସୂଚନାଯୋଗ୍ୟ ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଉଚ୍ଛେଦ ନେଇ ଲଙ୍ଗୁଳି ମଠ ଓ ଏମାର ମଠକୁ ଲିଖିତ ନୋଟିସ୍ ଦିଆଯାଇଥିଲା।

ବହୁ ପ୍ରାଚୀନ ଲଙ୍ଗୁଳି ମଠର ଉଚ୍ଛେଦ କାମ ସରିବାପରେ ଏମାର ମଠର ଉଚ୍ଛେଦ କାମ ଆରମ୍ଭ ହେବ ବୋଲି ଜଣାଯାଇଛି। ଲଙ୍ଗୁଳି ମଠରେ ଥିବା ୨୨ଟି ଦୋକାନ ଘର ଭାଙ୍ଗିବ। ବର୍ତ୍ତମାନ ଉଚ୍ଛେଦ କାମ ସୁରୁଖୁରୁରେ ଚାଲିଥିବା ଜଣାପଡ଼ିଛି।

ଏଠାରେ ଥିବା ଦୋକାନ ଘରଗୁଡ଼ିକୁ ଗତକାଲି ଖାଲି କରି ଦିଆଯାଇଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ ସେହି ଅଞ୍ଚଳରେ ୧୦ରୁ ଅଧିକ ପ୍ଲାଟୁନ୍ ଫୋର୍ସଙ୍କୁ ପ୍ରସ୍ତୁତ କରି ରଖାଯାଇଛି।

   ସମ୍ବନ୍ଧିତ ଖବର


ବାଇକ୍ ଆ​ରୋହୀ ଉପରେ ଚଢ଼ିଗଲା ୧୮ ଚକିଆ ଟ୍ରକ, ଯୁବକ ମୃତ

ତାସଖେଳରୁ ମନ୍ଦିରରେ ପଡିଲା ରକ୍ତ ଛିଟା: ଜଣେ ଗୁରୁତର, ଆତ୍ମସମର୍ପଣ କଲା ଅଭିଯୁକ୍ତ

୨୪ ଘଣ୍ଟା ଭିତରେ ଓଡିଶାରୁ ଫେରିଯିବ ମୌସୁମୀ: ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା

ଚୋରା ଦେଶୀ ଓ ବିଦେଶୀ ମଦ ଜବତ, ଦୁଇ ଗିରଫ

ସୁନା ବନ୍ଧକ ନାଁରେ ଠକେଇ: ୨ ସୁନା ଦୋକାନୀ ଓ ଜଣେ ଠକ ଗିରଫ

ମାଡ଼ିଗଲା ଟ୍ରକ୍, ଚାଲିଗଲା ଜଣଙ୍କ ଜୀବନ