PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ଲାଞ୍ଜିଗଡ଼ରେ ସଫଳ ହେଲା ୧୨ ଘଣ୍ଟିଆ ବନ୍ଦ ଡାକରା

ଲାଞ୍ଜିଗଡ଼,୨୫/୧୦ : ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ଜାତିଭିତିକ ସଂରକ୍ଷଣକୁ ନେଇ ଚିଠା ତାଲିକା ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲା ପାଇଁ ପ୍ରସ୍ତୁତ ଏହି ଚିଠା ତାଲିକାରେ ବ୍ୟାପକ ଅସଙ୍ଗତି ଥିବାବେଳେ ଏହାକୁ ଦୂର କରିବା ଦାବିରେ ପଛୁଆବର୍ଗ ଜାତି ସମୁହ ପକ୍ଷରୁ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲାର ୧୩ଟି ବ୍ଲକର ୩୬ ଗୋଟି ଜିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ଜଣେ ବି ପଛୁଆ ବର୍ଗଙ୍କୁ ସାମିଲ ନକରିବା ଘଟଣାକୁ ନିନ୍ଦା କରିଛି ପଛୁଆବର୍ଗ । ସେହିପରି ଗତ ୨୦୧୧ ଜନଗଣନାର ଦଶବର୍ଷ ପରେ ୨୦୨୧ ସୁଦ୍ଧା ଉଭୟ ଜନସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି ।

ତେବେ ଏହି ତାଲିକା ସଂଶୋଧନ ନ କରିବାରୁ ଆଜି ସକାଳ ୬ ଟା ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ କଳାହାଣ୍ଡି ସଂମ୍ପୁର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ଲାଞ୍ଜିଗଡ଼ ବ୍ଲକ ରେ ମଧ୍ୟ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଛି । ଏହି ବନ୍ଦ ରେ ଜରୁରୀକାଳୀନ ସେବା କୁ ଛାଡି ଗାଡ଼ିମଟର ସରକାରୀ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଥିବାବେଳେ ଏହାର ବେଶ୍ ପ୍ରଭାବ ଦେଖିବାକୁ ମିଳିଛି ଜିଲ୍ଲାର ଶିଳ୍ପର ସହର ଲାଞ୍ଜିଗଡ଼ଠାରେ । ଲାଞ୍ଜିଗଡ଼ଠାରେ ଆଜି ଲାଞ୍ଜିଗଡ଼ ଓ ମୁନିଗୁଡା ବ୍ଲକ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆ, କ୍ଷତ୍ରୀୟ ପାଇକ ସମାଜର କୁଳାଧ୍ୟକ୍ଷ ଚନ୍ଦ୍ରଧ୍ବଜ ପେସନିଆ, ପୂର୍ବତନ ସମିତିସଦସ୍ୟ ଓ ଯାଦବ ସମାଜ କୋଷାଧ୍ୟକ୍ଷ ଲକ୍ଷ୍ମୀଧର ଚଣ୍ଡି, ଲାଞ୍ଜିଗଡ଼ ଯୁବକ ସଂଘ ସଭାପତି ହିମାଦ୍ରୀ ପେସନିଆ, ନେହରୁ ଯୁବକ ସଂଘର ସଭାପତି ସୁବାସ ଅଗ୍ରବାଲ, ଶ୍ରମିକ ସଂଘ ସଭାପତି ସଞ୍ଜୀବ ପେସନିଆ, କାର୍ତ୍ତିକ ଓଡ଼ିଆ, ଜୟନ୍ତ ମହାକୁଡ଼, ରଘୁମଣି ରଣା, ସୁମନ୍ତ ଦଳବେହେରା ପ୍ରମୁଖ ନେତ୍ରୁତ୍ବ ନେଇ ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ବେଦାନ୍ତ କାରଖାନା ର ମୁଖ୍ୟ ଫାଟକକୁ ବନ୍ଦ ରଖି ନାରାବାଜି କରିଥିଲେ ।