ବିପୁଳ ଚୋରା ମଦ ଜବତ, ବ୍ୟବସାୟୀ ଗିରଫ

ଗୋପ ୨୧/୪: କରୋନା ମହାମାରିକୁ ରୋକିବା ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିବାବଳେ ଏହାର ଫାଇଦା ନେଇ ଚୋରା ମଦ ବେପାରୀମାନେ ସକ୍ରିୟ ହୋଇଛନ୍ତି । ଗୋପ ଥାନା ଅଧୀନ ନୟାହାଟ ବଜାରରୁ ଜନୈକ ଚୋରା ମଦ ବ୍ୟବସାୟୀକୁ ପୁଲିସ୍‌ ଗିରଫ କରିଥିବାବେଳେ ବିପୁଳ ପରିମାଣରେ ମଦ ଜବତ କରିଛି । ଗିରଫ ଜଣକ ହେଲେ ବାବାଜୀ ସାହୁ । ଅଭିଯୁକ୍ତକୁ ଗିରଫ କରିବା ସମୟରେ ଫ୍ଲାଇଂସ୍କ୍ୱାର୍ଡ ଉପରକୁ ପଥର ମାଡ଼ ହୋଇଥିବାବେଳେ ଗାଡ଼ି କାଚ ଭାଙ୍ଗିବା ସହ ଜଣେ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି ।

ତେବେ ସ୍ଥାନୀୟ ପ୍ରଶାସନ ନୀରବ ରହିଥିବାବଳେ ପୁଲିସ୍‌ କ’ଣ ପାଇଁ ତଥ୍ୟ ଲୁଚାଉଛି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନୟାହାଟ ଫାଣ୍ଡିଠାରୁ ମାତ୍ର ୧୦୦ ମିଟର ଦୂରରେ ଏହି ଚୋରା ମଦ କାରବାର ଚାଲିଥିବାବେଳେ ପୁଲିସ୍‌ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ନେଉ ନ ଥିଲା ତାହା ଏବେ ସନ୍ଦେହ ଘେରକୁ ଆସିଛି । ଅପରପକ୍ଷେ ଅବକାରୀ ବିଭାଗ ମଧ୍ୟ ସମ୍ପୃକ୍ତ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଯୋଗୁଁ ସନ୍ଦେହ ବଢ଼ିବାରେ ଲାଗିଛି । ତେବେ ସ୍ଥାନୀୟ ପ୍ରଶାସନ ସ୍ଥାଣୁ ପାଲଟିଥିବାବଳେ ଫ୍ଲାଇଂସ୍କ୍ୱାର୍ଡ଼ର କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ପ୍ରକାଶ ଯେ, ଗୋପ ବ୍ଲକ୍‌ ଅଧୀନ ନୟାହାଟ ବଜାର ଫାଣ୍ଡିଠାରୁ ମାତ୍ର ୧୦୦ ମିଟର ଦୂରରେ ଦୀର୍ଘ ଦିନ ଧରି ବାବାଜୀ ବିପୁଳ ପରିମାଣର ଚୋରା ମଦ କାରବାର କରି ଆସୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଥଲା । ମାତ୍ର ସ୍ଥାନୀୟ ପ୍ରଶାସନ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିଲା । ସ୍ଥାନୀୟ ପୁଲିସ୍‌ ଓ ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ପୁରୀ ଜିଲାପାଳଙ୍କ ସମେତ ବରିଷ୍ଠ ପଦାଧିକାରୀଙ୍କ ନିକଟରେ ଅଭିଯୋଗ ହେବା ପରେ ଚୋରା ମଦ ବ୍ୟବସାୟୀକୁ ଧରିବା ଲାଗି ସ୍ୱତନ୍ତ୍ର ପ୍ଲାନ୍‌ ପ୍ରସ୍ତୁତ କରାଯାଇଥିଲା । ଏହି ବ୍ୟବସାୟୀଙ୍କୁ ଧରିବା ଲାଗି କଟକ ଫ୍ଲାଇଂସ୍କ୍ୱାର୍ଡ଼ର ଏକ ଟିମ୍‌ ସଦଳବଳେ ନୟାହାଟ ବଜାରରେ ଅତର୍କିତ ଭାବେ ଚଢ଼ଉ କରିଥିଲେ । ଏହି ସମୟରେ ବାବାଜିଙ୍କ ସମର୍ଥକମାନେ ଫ୍ଲାଇଂସ୍କ୍ୱାର୍ଡ଼ ଗାଡ଼ି ଉପରକୁ ଟେକା ପଥର ମାଡ଼ କରିବା ସହ ସେଠାରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା । ପରେ ଫ୍ଲାଇଂସ୍କ୍ୱାର୍ଡ଼ ବାବଜୀଙ୍କୁ ଗିରଫ କରି ଏକ ଅଜ୍ଞାତ ସ୍ଥାନରେ ରଖିଥିବାବଳେ ଗଣମାଧ୍ୟମଠାରୁ ଦୂରେଇ ରଖିଛି ।

ଏପରିକି ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଫାଣ୍ଡି ଅଧିକାରୀ ଘଟଣା ସମୟରେ ଏସ୍‌ଡିପିଓଙ୍କ ନିକଟରେ ଥିବା କହି କଥାକୁ ଏଡ଼ାଇ ଦେଇଥିଲେ । ଏନେଇ କୋଣାର୍କସ୍ଥିତ ଅବକାରୀ ବିଭାଗ ଅଧିକାରୀ ଲକ୍ଷ୍ମୀଧର ପ୍ରଧାନଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ମଧ୍ୟ ଫୋନ୍‌ ଉଠାଇ ନ ଥିଲେ । ସ୍ଥାନୀୟ ପ୍ରଶାସନ କୌଣସି ସୂଚନା ଦେଉ ନ ଥିବାବଳେ ଥାନା ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କୌଣସି ସୂଚନା ମିଳିପାରି ନ ଥିଲା । ଜଣେ ଚୋରା ବ୍ୟବସାୟୀ ଲାଗି ପ୍ରଶାସନ କ’ଣ ପାଇଁ ତଥ୍ୟ ଲୁଚାଇଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବଳେ ଏହା ଉପରେ ଉଚ୍ଚ ସ୍ତରୀୟ ତଦନ୍ତ ହେବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ପୁଲିସ୍‌ ବାବାଜୀଙ୍କ ନାମରେ ଅବକାରୀ ବିଭାଗ ଜନୈକ ଅଧିକାରୀଙ୍କ ଏତଲା କ୍ରମେ ୧୦୦/୨୦ରେ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଥିଲା । ତେବେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ପଠାଯାଇଥିବା ସୂଚନା ମିଳିଛି

   ସମ୍ବନ୍ଧିତ ଖବର


କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ବିରୋଧରେ ପୋଷ୍ଟର୍ ଓ ସୋସିଆଲ ମିଡିଆରେ ନକାରାତ୍ମକ ମନ୍ତବ୍ୟ: ଥାନାରେ ବିଜେପି କର୍ମୀଙ୍କ ଏତଲା

କଫ୍ ସିରପ୍ ସହ ଜଣେ ଗିରଫ

କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାଳମାଳ ଝିଣ୍ଟିକା, ଚାଷୀ ଭୟଭୀତ

ଶୁଣନ୍ତୁ ଭାଇରାଲ୍‌ ଅଡିଓ- କରୋନା ଯୋଦ୍ଧା ନର୍ସଙ୍କୁ ବରିଷ୍ଠ ଅଧିକାରୀଙ୍କ ଧମକ, ସସ୍‌ପେଣ୍ଡ ନୁହେଁ ଜେଲ୍‌କୁ ପଠାଇ ଦେବେ!

ନେପାଳ ସରକାରଙ୍କ ପଦକ୍ଷେପକୁ ନାପସନ୍ଦ କଲେ ଓଡିଶାରେ ରହୁଥିବା ନେପାଳୀ- କହିଲେ ଚୀନ୍‌ର ରହିଛି ହାତ

ଏହି ଦେଶର ପ୍ରଧାନମନ୍ତ୍ରୀ ଓ ସମ୍ପୂର୍ଣ୍ଣ ପରିବାର ସଦସ୍ୟ କରୋନା ପଜିଟିଭ