ବାଂଲାଦେଶ ଓ ଶ୍ରୀଲଙ୍କା ଠାରୁ ଅଧିକ ଯୁଦ୍ଧ ବିମାନ ରହିଛନ୍ତି ଏହି ବ୍ୟକ୍ତିଙ୍କ ନିକଟରେ,ଜାଣନ୍ତୁ ତାଙ୍କ ସମ୍ପର୍କରେ…

ନୂଆଦିଲ୍ଲୀ,୩୦।୮: ବିଶ୍ବରେ ଯଦି କୌଣସି ଦେଶର ସାମରିକ ଶକ୍ତିର ଗଣନା କରାଯାଏ ତେବେ ସେ ଦେଶର ବାୟୁସେନାର କ୍ଷମତାକୁ ଖୁବ୍ ଗୁରୁତ୍ବପୂର୍ଣ୍ଣ। କିନ୍ତୁ କ’ଣ ଆପଣମାନେ ଜାଣନ୍ତି ଫ୍ରାନ୍ସର ଜଣେ ବ୍ୟକ୍ତିଙ୍କ ପାଖରେ ବାଂଲାଦେଶ ଓ ଶ୍ରୀଲଙ୍କାଠାରୁ  ଅଧିକ ଯୁଦ୍ଧ ବିମାନ ରହିଛି। ଫ୍ରାନ୍ସର ବିଓନି ଟାଉନରେ ରହୁଥିବା ୮୭ ବର୍ଷୀୟ ମିଚେଲ ପୋଣ୍ଟଙ୍କ ପାଖରେ ବିଶ୍ବର ସବୁଠାରୁ ବଡ ପ୍ରାଇଭେଟ୍ ଫ୍ଲିଟ୍ ରହିଛି ଯେଉଁଥିରେ ୧୧୦ ଟି ଯୁଦ୍ଧ ବିମାନ ରହିଛି।

ଗ୍ଲୋବାଲ ଫାୟର ଇଣ୍ଡେକ୍ସ ୨୦୧୯ ଅନୁସାରେ ବାଂଲାଦେଶ ପାଖରେ ମୋଟ ୯୦ଟି ଯୁଦ୍ଧ ବିମାନ ରହିଛି। ସେଭଳି ଶ୍ରୀଲଙ୍କା ପାଖରେ ମୋଟ ୭୬ଟି ଯୁଦ୍ଧ ବିମାନ ରହିଛି, ଯାହା ଭିତରେ ହେଲିକପ୍ଟର ମଧ୍ୟ ରହିଛି। ମିଚେଲଙ୍କ ବିମାନ ଫ୍ଲିଟରେ ନିକଟରେ ଆମେରିକାର ଅତ୍ୟାଧୁନିକ ଏଫ୍-୧୬  ସାମିଲ କରାଯାଇଛି। ସେ ବିଶ୍ବର ପ୍ରଥମ ବ୍ୟକ୍ତି, ଯାହାଙ୍କ ନିକଟରେ ଏତେ ଅଧିକ ସଂଖ୍ୟାରେ ଯୁଦ୍ଧ ବିମାନ ରହିଛି।

ମିଚେଲ ପୂର୍ବରୁ ପାଇଲଟ୍ ରହିସାରିଛନ୍ତି। ନିଜର ଗାର୍ଡେନରେ ଏତେ ସଂଖ୍ୟକ ଯୁଦ୍ଧ ବିମାନ ରଖିବା କାରଣରୁ ତାଙ୍କର ନାମ ଗିନିଜ ବୁକ୍ ଅଫ୍ ରେକର୍ଡରେ ସାମିଲ କରାଯାଇଛି। ଯଦିଓ ଏହା ଭିତରକୁ କୌଣସି ବିମାନ ଉଡାଣ କରିବାର ସ୍ଥିତି(ଫ୍ଲାଇଂ କଣ୍ଡିସନ)ରେ ନାହିଁ।

ତାଙ୍କର ଏହି ପ୍ରାଇଭେଟ୍ ମ୍ୟୁଜିୟମ ଦେଖିବାକୁ ପ୍ରତିବର୍ଷ ପ୍ରାୟ ୪୦ ହଜାହର ପର୍ଯ୍ୟଟକ ପହଁଞ୍ଚିଥାନ୍ତି। ଏଥିରୁ ହେଉଥିବା ରୋଜଗାରରେ ସେ ନୂଆ ଫାଇଟର ପ୍ଲେନ କିଣିଥାନ୍ତି, ଯାହାଫଳରେ ତାଙ୍କର ଆଜି ଏତେ ସଂଖ୍ୟକ ଯୁଦ୍ଧ ବିମାନ ରହିପାରିଛି। ୧୯୮୦ ମସିହାରୁ ମିଚେଲ ଏଭଳି ଯୁଦ୍ଧ ବିମାନ ସଂଗ୍ରହ କରିବାର କାମ ଆରମ୍ଭ କରିଛନ୍ତି। ତାଙ୍କୁ ପ୍ରଥମ ଯୁଦ୍ଧ ବିମାନ ସେନା ପକ୍ଷରୁ ଏକ ରେସ୍ ଜିତିବା ପରେ ପୁରଷ୍କାର ଭାବରେ ମିଳିଥିଲା। ଏହା ଋଷର ମିଗ୍-୨୧ ବିମାନ ଥିଲା। ଏହାର ଉନ୍ନତ ସଂସ୍କରଣ ମିଗ୍ ୨୧ ବାଇସନର ବ୍ୟବହାର ଆଜି ମଧ୍ୟ ଭାରତୀୟ ବାୟୁସେନା କରୁଛି।  

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now