କରୋନା ଯୋଗୁଁ ବନ୍ଦ ପଡିଛି ଏସିଆର ସବୁଠୁ ବଡ ପିଆଜ ମଣ୍ଡି

ନୂଆଦିଲ୍ଲୀ ୮/୫: କରୋନା ଯୋଗୁଁ ଏସିଆର ସବୁଠୁ ବଡ ପିଆଜ ମାର୍କେଟ (Lasalgaon Onion Market) ବନ୍ଦ ହୋଇଯାଇଛି । ଲାସଲଗାଓଁ ବଜାର କମିଟିର ନିର୍ଦ୍ଦେଶକ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ଲାସଲଗାଓଁରେ କରୋନା ବ୍ୟାପିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । କହିରଖୁଛୁ ସାରା ଦେଶରେ ଜାରି ରହିଥିବା ଲକଡାଉନ ଯୋଗୁଁ ପିଆଜ ମୂଲ୍ୟ ଉପରେ ମଧ୍ୟ ପ୍ରଭାବ ପଡିଛି ।

ଲକଡାଉନ ଯୋଗୁଁ ଚାଷୀମାନେ ପିଆଜ ବିକ୍ରି କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହ ପିଆଜର ଚାହିଦା ମଧ୍ୟ ହ୍ରାସ ପାଇଛି। ସେଥିପାଇଁ ମଣ୍ଡିରେ ପିଆଜ ମୂଲ୍ୟ ଖସିବାରେ ଲାଗିଛି । ଏହା ବଦଳରେ ମଣ୍ଡିରେ ନୂଆ ଫସଲର ଆଗମନ ମଧ୍ୟ ବୃଦ୍ଧି ପାଉଛି । ମହାରାଷ୍ଟ୍ରର ପିଆଜ ମଣ୍ଡିରେ ପିଆଜ ଦାମ୍ ହ୍ରାସ ପାଇଁ କ୍ୱିଣ୍ଟାଲ ପିଛା ପ୍ରାୟ ୪୦୦ ରୁ ୮୦୦ ଟଙ୍କା ରହିଛି ।

ଲାସାଲଗାଓଁ ମାର୍କେଟ କମିଟି ପିଆଜ ସମେତ ଅନ୍ୟ ସମସ୍ତ ଦ୍ରବ୍ୟର ନିଲାମକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦେଇଛି । ଦୁଇ କରୋନା ରୋଗୀ ମିଳିବା ପରେ ବଜାର କମିଟି ପ୍ରଶାସନ ଏବଂ ବ୍ୟବସାୟୀମାନେ ଏକାଠି ଏହି ନିଷ୍ପତ୍ତି ନେଇଛନ୍ତି । ଏହା ବ୍ୟତୀତ ସଟାଣା, ୟେୱଲା ଏବଂ ମନମାଡ ବଜାର କମିଟି ମଧ୍ୟ ମଣ୍ଡିରେ ନିଲାମୀ ବନ୍ଦ କରି ଦେଇଛନ୍ତି । ଏହି କାରଣରୁ ଚାଷୀଙ୍କ ଆର୍ଥିକ ଅବସ୍ଥା ଭଲ ନାହିଁ ।

ଫେବୃଆରୀ-ମାର୍ଚ୍ଚ ମାସରେ ହୋଲସେଲ ବଜାରରେ ପିଆଜର ମୂଲ୍ୟ ୧୦୦ ରୁ ଅଧିକ ଥିବାବେଳେ ଖୁଚୁରା ବଜାରରେ ପିଆଜ ୧୨୦ ରୁ ୧୪୦ ଟଙ୍କା ବିକ୍ରି ହୋଇଥିଲା । ମାର୍ଚ୍ଚରୁ ପିଆଜର ନୂଆ ଫସଲ ଆସିବା ପରେ ମୂଲ୍ୟ ହ୍ରାସ ହେବାକୁ ଲାଗିଲା । ଯେତେବେଳେ ଲକଡାଉନ୍ ଆରମ୍ଭ ହୋଇଥିଲା, ପିଆଜ ପ୍ରାୟ ୪୦ ଟଙ୍କାରେ ବିକ୍ରି ହେଉଥିଲା । ଏବେ ଲୋକମାନେ ନିଜ ଘର ଦୁଆର ମୁହଁରେ ୧୬ ଟଙ୍କାରେ ପିଆଜ ପାଉଛନ୍ତି  ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now