PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ରାନୁଙ୍କୁ ନେଇ ପ୍ରତିକ୍ରିୟା ଦେବାରୁ ଲତାଙ୍କ ଉପରେ ରାଗିଗଲେ ଫ୍ୟାନ୍ସ, କହିଲେ…

ମୁମ୍ବାଇ ୪/୯: ସୋସିଆଲ ମିଡିଆ ଷ୍ଟାର ରାନୁ ମଣ୍ଡଲ ଏବେ ଚର୍ଚ୍ଚାରେ । ପ୍ରଥମେ ସେ ଲତା ମଙ୍ଗେସକରଙ୍କ ଗୀତ ଗାଇ ରାତାରାତି ଫେମସ୍ ହୋଇଗଲେ । ପରେ ହିମେଶ ରେଶମିୟାଙ୍କ ସହିତ ଗୀତ ଗାଉଥିବାର ଭିଡିଓ ଭାଇରାଲ ପରେ ସେ ସାରା ଦେଶରେ ପରିଚିତ ହୋଇସାରିଲେଣି । ତେବେ କିଛି ଦିନ ତଳେ ଲତା ମଙ୍ଗେସକର ରାନୁଙ୍କ ଗୀତକୁ ନେଇ ରିୟାକ୍ସନ ଦେଇଥିଲେ । ତେବେ ୟୁଜର୍ସ ଏବଂ ରାନୁଙ୍କ ଫ୍ୟାନ୍ସଙ୍କୁ ଲତାଙ୍କ ଏହି ଉପଦେଶ ପସନ୍ଦ ଆସିଲାନି ।

ଲତା ମଙ୍ଗେସକରଙ୍କ ଇଣ୍ଟରଭ୍ଯୁ ଭାଇରାଲ ହେବାପରେ ଏବେ ତାଙ୍କ ଫ୍ୟାନ୍ସ ତାଙ୍କ ଉପରେ ଖପ୍ପା ଅଛନ୍ତି । ସୋସିଆଲ ମିଡିଆରେ ଅନେକ ୟୁଜର୍ସ ତାଙ୍କ ରିୟାକ୍ସନକୁ ନେଇ ଭିନ୍ନ ଭିନ୍ନ ରିୟାକ୍ସନ ଦେଉଛନ୍ତି । ଜଣେ ୟୁଜର୍ ଲେଖିଛି ଜଣେ ଗରିବ ମହିଳା, ଯିଏ ରେଲୱେ ଷ୍ଟେସନରେ ଗୀତ ଗାଉଥିଲା ସେ ନିଜ ସ୍ୱର ଓ ସୋସିଆଲ ମିଡିଆ ବଳରେ ଷ୍ଟାର୍ ବନିଚନ୍ତି । ଏହା ପ୍ରେରଣାତ୍ମକ ଏବଂ ଏଥିପାଇଁ ତାକୁ ଭୁଲ୍ କରିବା  ଉଚିତ୍ ନୁହେଁ । ଅନ୍ଯଜଣେ ୟୁଜର ଲେଖିଛନ୍ତି ଯେ ଆଉ ଜଣେ ଷ୍ଟାରଙ୍କ ନିକଟରେ ଦୟାର ଅଭାବ ରହିଛି ।

ପ୍ରକୃତରେ ଏକ ଇଣ୍ଟରଭ୍ଯୁରେ ଲତା ମଙ୍ଗେସକର ରାନୁଙ୍କ ସମ୍ପର୍କରେ କହିଥିଲେ ଯେ ‘ଯଦି ମୋ ନାଁ କିମ୍ବା ମୋ କାମ ପାଇଁ କାହାର ଭଲ ହେଉଛି ତେବେ ମୁଁ ନିଜକୁ ଭାଗ୍ୟଶାଳୀ ବୋଲି ମାନିବି । କିନ୍ତୁ ମୋ ଅନୁସାରେ ନକଲ କରି ଅଧିକ ସମୟ ପର୍ଯ୍ୟନ୍ତ ସଫଳତା ପାଇହେବନି ।‘ ସେ ଏହା ମଧ୍ଯ କହିଛନ୍ତି ଯେ କିଶୋର କୁମାର, ମହମ୍ମଦ ରଫି, ଆଶା ଭୋସଲେ ଓ ମୁକେଶଙ୍କ ଗୀତ ଗାଇ ବହୁ ଆକାକ୍ଷୀଂ ଗାୟକ କିଛି ସମୟ ପାଇଁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ, କିନ୍ତୁ ତାହା ଦୀର୍ଘ ସମୟ ଧରି ଚାଲି ପାରିନଥିଲା।

ଅଧିକ ପଢନ୍ତୁ ରାନୁ ମଣ୍ଡଳଙ୍କୁ ନେଇ ପ୍ରଥମ ଥର ଆସିଲା ଲତା ମଞ୍ଜେସକରଙ୍କ ପ୍ରତିକ୍ରିୟା,କହିଲେ ନକଲ କରି…

ଟିଭିରେ ମ୍ୟୁଜିକ ଶୋ’କୁ ଆସୁଥିବା ପ୍ରତିଯୋଗୀଙ୍କ ପାଇଁ ଚିନ୍ତା ପ୍ରକାଶ କରି ଲତା ମଙ୍ଗେସକର କହିଥିଲେ, ବହୁ ପିଲା ମୋର ବହୁତ ଗୀତ ଖୁବ୍ ସୁନ୍ଦର ଭାବରେ ଗାଉଛନ୍ତି, କିନ୍ତୁ କେତେ ଲୋକଙ୍କୁ ତାଙ୍କର ପ୍ରଥମ ସଫଳତାର କଥା ମନେରହିବ। ମୁଁ କେବଳ ସୁନିଧି ଚୌହାନ ଓ ଶ୍ରେୟା ଘୋଷାଲଙ୍କୁ ଜାଣିଛି । ଏହି ସମୟରେ ସେ ନିଜର ଭଉଣୀ ଆଶା ଭୋସଲେଙ୍କ ଉଦାହରଣ ଦେଇ କହିଥିଲେ, ଯଦି ଆଶା ନିଜ ଷ୍ଟାଇଲରେ ଗୀତ ଗାଇବାର ଜିଦି କରିନଥାନ୍ତା ତେବେ କେବଳ ମୋର ପ୍ରତିଛବି ହୋଇ ରହିଯାଇଥାନ୍ତା। ସେ ଏହି କଥାର ବହୁତ ବଡ ଉଦାହରଣ ଯେ, ବ୍ୟକ୍ତିର ପ୍ରତିଭା ତାକୁ କେତେ ଦୂର ପର୍ଯ୍ୟନ୍ତ ନେଇଯାଏ।

ସମ୍ବନ୍ଧିତ ଖବର